ବାଲେଶ୍ବର: ସମଗ୍ର ବିଶ୍ବକୁ ଘାରିଛି କୋରୋନା ଭୟ । ଏହି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ଏହି କ୍ରମରେ ବାଲେଶ୍ଵର ମେଡିକାଲ ପ୍ରଶାସନ କୋରୋନାକୁ ନେଇ ପଦକ୍ଷେପ ଗ୍ରହଣ କରିଛି ।
କୋରୋନା ଭୟରେ ମେଡିକାଲରେ ଡାକ୍ତରମାନେ ମାସ୍କ ପିନ୍ଧି ରୋଗୀ ସେବା କରୁଥିବା ଦେଖିବାକୁ ମିଳିଛି । ମେଡିକାଲ ପ୍ରଶାସନ ପକ୍ଷରୁ ବ୍ୟାପକ ଜନ ସଚେତନତା ଗ୍ରହଣ କରାଯାଇଛି । ଲୋକମାନଙ୍କୁ କୋରୋନା ପାଇଁ ସତର୍କ ରହିବାକୁ କୁହାଯାଇଛି । ବିଦେଶରୁ ଫେରିଥିବା ବାଲେଶ୍ଵର ଜିଲ୍ଲାର 27 ଜଣଙ୍କୁ ମେଡିକାଲ ପ୍ରଶାସନ ପକ୍ଷରୁ ତଦାରଖ କରାଯାଇଛି।
ସେମାନଙ୍କ ମଧ୍ୟରୁ 20ଜଣଙ୍କ ମଧ୍ୟରେ କୌଣସି ଭାଇରସର ପ୍ରଭାବ ନଥିବାରୁ ବାକି 7 ଜଣଙ୍କୁ 14 ଦିନ ପାଇଁ ସେମାନଙ୍କ ଘରେ ଅବଲୋକନରେ ରଖାଯାଇଛି । ଏହାସହ ମେଡିକାଲର ଟିବି ୱାର୍ଡରେ କୋରୋନା ପାଇଁ ଅଲଗା ୱାର୍ଡ ବ୍ୟବସ୍ଥା କରାଯାଇଛି । ଯେଉଁଠି 4ଟି ବେଡ଼ ବ୍ୟବସ୍ଥା କରାଯାଇଛି । ସେପଟେ ସିଡିଏମଓଙ୍କ ନେତୃତ୍ବରେ କୋରୋନା ପାଇଁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ