ବାଲେଶ୍ବର: ବାଲେଶ୍ବର ସଦର ବ୍ଲକର ଉପକୂଳ ଅଞ୍ଚଳବାସୀଙ୍କ ରିଲିଫ ଚାଉଳ ପ୍ରଦାନରେ ଅନିୟମିତତା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାସଳଖ ପ୍ରଶାସନିକ ଅବହେଳାକୁ ଆଙ୍ଗୁଠି ଉଠାଇଛି ।
ଛାନୁଆ ପଞ୍ଚାୟତରେ ଏମିତି ଅନିୟମିତତା ଘଟଣା ସାମ୍ନାକୁ ଆସିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୬ ଦିନିଆ ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ବଡ଼ ଲୋକଙ୍କୁ ୨୦ କିଲୋ ୬୭୩ ଗ୍ରାମ ଓ ନାବାଳକଙ୍କ ପାଇଁ ୧୨ କିଲୋ ୪୦୪ ଗ୍ରାମ ଚାଉଳ ଦିଆଯିବା ନେଇ ନିର୍ଦ୍ଦେଶ ରହିଛି । ମାତ୍ର ପିଇଓ ଚଞ୍ଚକତା କରି ଲୋକଙ୍କୁ ୨୦ କିଲୋ ଜାଗାରେ ୧୨ କିଲୋ ଲେଖାଏଁ ଚାଉଳ ପ୍ରଦାନ କରୁଥିବା ଜଣାପଡିଛି । ଏହା ବିରୋଧରେ ତୁରନ୍ତ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଦର ବିଜେପି ଦାବି କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ