ETV Bharat / state

ସୁରଟ ଘଟଣା ପରେ ଆକ୍ସନ ମୁଡରେ ଅଗ୍ନିଶମ ବିଭାଗ - ବାଲେଶ୍ବର

ଆଜି ବାଲେଶ୍ବର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଥିବା ଦେଖିବାକୁ ମିଳିଥିଲା । 10ଟି ପ୍ରମୁଖ କୋଚିଂ ସେଣ୍ଟରରେ 10ଟି ଟିମ ଦ୍ବାରା ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 1, 2019, 3:04 PM IST

ବାଲେଶ୍ବର: ଗୁଜୁରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିବାବେଳେ ଏବେ ସବୁ ମହଲର ଦାୟିତ୍ବକୁ ବଢାଇ ଦେଇଛି । ବିଶେଷ ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ଅନେକ ଜୀବନ ଅକାଳରେ ଚାଲି ଯାଇଥିଲା । ଯାହାକୁ ନେଇ ଏବେ ଓଡିଶା ଅଗ୍ନିଶମ ବିଭାଗ ବିଭିନ୍ନ କୋଚିଂ ସେଣ୍ଟର ଉପରେ ପର୍ଯ୍ୟାୟ କ୍ରମେ ଚଢ଼ାଉ କରିବା ସହ ସଚେତନ କରାଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏହି କ୍ରମରେ ଆଜି ବାଲେଶ୍ବର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଥିବା ଦେଖିବାକୁ ମିଳିଥିଲା । 10ଟି ପ୍ରମୁଖ କୋଚିଂ ସେଣ୍ଟରରେ 10ଟି ଟିମ ଦ୍ବାରା ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା । ଏହାସହ କୋଚିଂ ସେଣ୍ଟରରେ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ନିକାଣ୍ଡରେ କେମିତି ସୁରକ୍ଷିତ ଭାବେ ନିଜ ଜୀବନକୁ ବଞ୍ଚାଇପାରିବେ ସେନେଇ ସଚେତନ କରାଇଥିଲେ ।

କୋଚିଂ ସେଣ୍ଟର ଗୁଡିକରେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏହି ନିର୍ଦ୍ଦେଶକୁ ବେଖାତିର କଲେ ସମ୍ପୃକ୍ତ କୋଚିଂ ସେଣ୍ଟର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ପ୍ରକାଶ ଥାଉକି, ବାଲେଶ୍ବର ସହରରେ ହୋଇଥିବା ଚଢ଼ାଉରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ତଦନ୍ତକାରୀ ଟିମ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ଗୁଜୁରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ସବୁ ମହଲରେ ଦାୟିତ୍ୱ ବୃଦ୍ଧି କରାଇଛି। ବିଶେଷ ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ଅନେକ ଜୀବନ ଅକାଳରେ ଚାଲି ଯାଇଥିଲା। ଯାହାକୁ ନେଇ ଏବେ ଓଡିଶା ଅଗ୍ନିଶମ ବିଭାଗ ବିଭିନ୍ନ କୋଚିଂ ସେଣ୍ଟର ଉପରେ ପର୍ଯ୍ୟାୟକ୍ରମେ ଚଢ଼ାଉ କରିବା ସହ ସଚେତନ କରାଉଥିବା ଦେଖିବାକୁ ମିଳିଛି।

Body:ଆଜି ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଥିବା ଦେଖିବାକୁ ମିଳିଥିଲା। 10ଟି ପ୍ରମୁଖ କୋଚିଂ ସେଣ୍ଟରରେ 10ଟି ଟିମ ଦ୍ୱାରା ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା। ଏହାସହ କୋଚିଂ ସେଣ୍ଟରରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଗ୍ନିକାଣ୍ଡରେ କେମିତି ସୁରକ୍ଷିତ ଭାବେ ବର୍ତ୍ତି ହେବ ସେ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

Conclusion:କୋଚିଂ ସେଣ୍ଟର ଗୁଡିକରେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଏହି ନିର୍ଦ୍ଦେଶକୁ ବେଖାତିର କଲେ ସମ୍ପୃକ୍ତ କୋଚିଂ ସେଣ୍ଟର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି, ବାଲେଶ୍ୱର ସହରରେ ହୋଇଥିବା ଚଢ଼ାଉରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ତଦନ୍ତକାରୀ ଟିମ ପ୍ରକାଶ କରିଛନ୍ତି।
ବାଇଟ1- ପରେନ ସରେନ(ଜିଲ୍ଲା ଅଗ୍ନିଶମ ଅଧିକାରୀ)
ବାଇଟ2- ଭାବଗ୍ରାହୀ ଘଡେଇ(ଫାୟାର ଅଫିସର, ସେଣ୍ଟ୍ରାଲ ରେଞ୍ଜ, କଟକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.