ETV Bharat / state

ବନ୍ୟା ଅଘଟଣ, ଜଣେ ନାବାଳକ ଓ ଜଣେ ମହିଳା ମୃତ

ବାଲେଶ୍ଵରରେ ବନ୍ୟା ଜଳରେ ବୁଡ଼ି ଦୁଇ ଜଣ ମୃତ । ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏଥିରେ ଶୌଚ ହେବାକୁ ଯାଇ ବାଲିଆପାଳ ଅଞ୍ଚଳର ମହିଳାଙ୍କ ମୃତ୍ୟୁ । ସେହିଭଳି ବସ୍ତା ଥାନା ଅଞ୍ଚଳରେ ଶାଖାନଦୀ ଜଳକାରେ ଭାସି ୧୨ ବର୍ଷର ନାବାଳକ ମୃତ । ଅଧିକ ପଢ଼ନ୍ତୁ

ବନ୍ୟା ଅଘଟଣ, ଜଣେ ନାବାଳକ ଓ ଜଣେ ମହିଳା ମୃତ
ବନ୍ୟା ଅଘଟଣ, ଜଣେ ନାବାଳକ ଓ ଜଣେ ମହିଳା ମୃତ
author img

By

Published : Aug 22, 2022, 10:57 PM IST

ବାଲେଶ୍ଵର: ବନ୍ୟା ଜଳରେ ବୁଡ଼ି ଚାଲିଗଲା ଦୁଇଟି ଜୀବନ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖାର ଜଳସ୍ତର । ଏହି ସମୟରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଶୌଚ ହେବାକୁ ଯାଇଥିବା ବେଳେ ବନ୍ୟା ଜଳରେ ବୁଡ଼ି ମହିଳାଙ୍କ ମୃତ୍ୟୁ । ସେହିଭଳି ବସ୍ତା ଥାନା ଅଞ୍ଚଳରେ ସୁବର୍ଣ୍ଣରେଖାର ଶାଖା ଜଳକା ନଦୀରେ ଭାସିଯାଇ ୧୨ ବର୍ଷର ନାବାଳକ ମୃତ ।

ସୂଚନା ଅନୁସାରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡ଼ ତାଳପଦା ଗ୍ରାମ ସୁବର୍ଣ୍ଣରେଖାର ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ଏହି ଜଳରେ ଶୌଚ ହେବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ହେଉଛନ୍ତି ସେହି ଗ୍ରାମର ରତନି ମଙ୍ଗରାଜ ।

ସେହିଭଳି ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗ୍ରାମର ରାଧାଶ୍ୟାମ ମହାପାତ୍ରଙ୍କର ୧୨ ବର୍ଷର ପୁଅ ଜନ୍ମେଜୟ ଜଳକା ଶାଖାନଦୀ ପାରି ହେଉଥିବା ବେଳେ ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ମଧ୍ୟ ଜନ୍ମେଜୟର ସନ୍ଧାନ ପାଇନଥିଲେ । ପରେ ଉକ୍ତ ଗ୍ରାମର କିଛି ସାହସୀ ଯୁବକ ବହୁ ଖୋଜାଖୋଜି କରି ପାଣି ଭିତରେ ଥିବା ଏକ ବାଉଁଶ ବୁଦାରୁ ଜନ୍ମଜୟଙ୍କୁ ଉଦ୍ଧାରକରି ବସ୍ତା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.