ବାଲେଶ୍ବର: ମାତିଛନ୍ତି ସାଇବର ଲୁଟେରା (Cyber Crime In Balasore) । ବ୍ୟାଙ୍କରେ ଫିକ୍ସ ଥିବା ଟଙ୍କା ହୋଇଗଲା ଗାଏବ । ଗୋଟିଏ ଦିନରେ ଗ୍ରାହକଙ୍କ 10 ଲକ୍ଷ ଟଙ୍କା ଗାଏବ ହୋଇ ଥିବାବେଳେ ପରଦିନ 2 ଲକ୍ଷ 45 ହଜାର ଟଙ୍କା ଗାଏବ ହୋଇଥିବା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ବାଲେଶ୍ଵର ଇଣ୍ଡସ୍ ଇଣ୍ଡ ବ୍ୟାଙ୍କରେ ଜ୍ୟୋତ୍ସ୍ନା ନିଜ ନାମରେ 10 ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରିଥିଲେ । 2024 ରେ ଏହି ଫିକ୍ସ ଆମାଉଣ୍ଟ ମ୍ୟାଚୁରିଟି ହେବାକୁ ଥିବାବେଳେ 28 ତାରିଖରେ ଫିକ୍ସ ଥିବା 10 ଲକ୍ଷ ଟଙ୍କା ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା । ଏ ବିଷୟରେ ଜ୍ୟୋତ୍ସ୍ନା ଓ ତାଙ୍କ ସ୍ବାମୀ ସମୀର ପ୍ରଧାନ ବ୍ୟାଙ୍କକୁ ଆସି ସେଭିଂ ଆକାଉଣ୍ଟରେ ଥିବା ଟଙ୍କା କଥା ବୁଝିଥିଲେ ମଧ୍ୟ 29 ତାରିଖ ସେଥିରେ ଥିବା 2 ଲକ୍ଷ 45 ହଜାର ଟଙ୍କା ଉଦ୍ଭାନ ହୋଇ ଯାଇଥିଲା ।
ବ୍ୟାଙ୍କରୁ ଦମ୍ପତ୍ତି ସନ୍ତୋଷଜନକ ଉତ୍ତର ନ ପାଇ ଶେଷରେ ଅନଲାଇନ ମାଧ୍ୟମରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସାଇବର ଲୁଟେରା ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ଏ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ