ETV Bharat / state

ସାଧନା ଓ ଗବେଷଣା ଜରିଆରେ ଜଗତର ହିତସାଧନ: ବୈଜ୍ଞାନିକ ଅଜିତ୍ କୁମାର

author img

By

Published : Jan 22, 2023, 12:55 PM IST

ଫକୀର ମୋହନ ବିଶ୍ଵବିଦ୍ୟାଳୟର ଏକାଦଶତମ ସମାବର୍ତ୍ତନ ଉତ୍ସବ । ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଲେ ରାଜ୍ୟପାଳ । ଅଧିକ ପଢ଼ନ୍ତୁ

11th Convocation  Fakir Mohan University
ଫକୀର ମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ବାଲେଶ୍ଵର: ପ୍ରତିଟି ବିଦ୍ୟାର୍ଥୀଙ୍କ ଜୀବନରେ ସମାବର୍ତ୍ତନ ଦିବସ ଗୁରୁତ୍ୱପୂର୍ଣ୍ଣ ଅଟେ । ସାଧନା ଓ ଗବେଷଣା ଜରିଆରେ ଜଗତ ଓ ଜୀବନର ହିତସାଧନ ହୋଇପାରିବ । ଗତକାଲି ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟର ଏକାଦଶତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ବୈଜ୍ଞାନିକ ଡ. ଅଜିତ୍ କୁମାର ମହାନ୍ତି ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ । ସେହିପରି ରାଜ୍ୟପାଳ ତଥା ପ୍ରଫେସର ଗଣେଶୀ ଲାଲ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଫକୀର ମୋହନ ବିଶ୍ଵବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସମ୍ପାଦନ କରିଆସିଛି । ବିଶେଷତଃ କର୍ମଯୋଗୀ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଏହି ବିଶ୍ଵବିଦ୍ୟାଳୟ ଫକୀର ମୋହନଙ୍କ ଆଦର୍ଶ, ନୀତି ଓ ସାଧନାରୁ ପ୍ରେରଣା ଲାଭ କରି ଅଗ୍ରସର ହେବାର ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ବିଶ୍ଵସ୍ତରୀୟ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ଵ ଦେଇ ଫକୀର ମୋହନ ବିଶ୍ଵବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଆସିଛି । ଏକ ଆଞ୍ଚଳିକ ଭୌଗୋଳିକ ପରିବେଷ୍ଟନୀର ବିଶେଷତ୍ଵକୁ ଦୃଷ୍ଟିରେ ରଖି ଧାନ, ପାନ ଓ ମୀନ ପ୍ରାସଙ୍ଗିକ ଗବେଷଣା ଠାରୁ ଆରମ୍ଭ କରି ଗ୍ରାମୀଣ ଅଞ୍ଚଳରେ ଶିକ୍ଷା, ସ୍ୟାସ୍ଥ୍ୟ ଓ କ୍ରୀଡ଼ାର ବିକାଶ ପ୍ରତି ଗୁରୁତ୍ୱ ପ୍ରଦାନ, ସାହିତ୍ୟ ମାଧ୍ୟମରେ ଜ୍ଞାନଚର୍ଚ୍ଚା ଏବଂ ଆସ୍ଥା ଓ ପସନ୍ଦ ଭିତ୍ତିକ ପାଠ୍ୟକ୍ରମ, ଆନ୍ତଃବିଦ୍ୟା ଅଧ୍ୟୟନ ମୂଳକ ପାଠ୍ୟକ୍ରମ, ଦକ୍ଷତା ଓ କୌଶଳ ବିକାଶ ମୂଳକ ପାଠ୍ୟକ୍ରମର ପ୍ରଚଳନ କରି ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମେଧାଶକ୍ତି ବିକାଶ ପ୍ରତି ବିଶେଷ ପ୍ରଯତ୍ନ କରିଆସିଛି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରକାଶ କରିଥିଲେ।

ଏହାମଧ୍ୟ ପଢ଼ନ୍ତୁ. ଖଣ୍ଡଗିରି ମେଳା ପାଇଁ ବିଏମସିର ଗାଇଡଲାଇନ

କାର୍ଯ୍ୟକ୍ରମରେ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି, ଡିଏସସି, ଅଦ୍ଵୈତ ଗଡ଼ନାୟକ, ସୁଜାତା ମହାପାତ୍ର, ପ୍ରଫେସର ସୁଧାକର ପଣ୍ଡା, ଆର୍. ବାଳକୃଷ୍ଣ ପ୍ରମୁଖଙ୍କୁ ସମ୍ମାନଜନକ ଡି. ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା । ସେହିପରି ବିଜ୍ଞାନ, ସମାଜ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨୦୨୦ ମସିହା ଠାରୁ ୨୦୨୨ ମସିହା ମଧ୍ୟରେ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୮୧ ଜଣ ବିଦ୍ୟାର୍ଥୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ଏହାସହ ୯୮ ଜଣ ପିଏଚଡି ଗବେଷକଙ୍କୁ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.