ETV Bharat / state

ଭାଉଜକୁ ଗୁଳି କଲା ଦିଅର, ଭାଇ ନାଁରେ ଏତଲା ଦେଲା ଭାଇ

author img

By ETV Bharat Odisha Team

Published : Oct 3, 2023, 5:34 PM IST

ପାରିବାରିକ କଳହର କରୁଣ ପରିଣତି । ଭାଉଜକୁ ଗୁଳି କରିବା ସହ ଦିଅର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ପାରିବାରିକ କଳହର କରୁଣ ପରିଣତି
ପାରିବାରିକ କଳହର କରୁଣ ପରିଣତି
ପାରିବାରିକ କଳହର କରୁଣ ପରିଣତି

ବଲାଙ୍ଗୀର: ପାରିବାରିକ କଳହରୁ ତୁମୂଳକାଣ୍ଡ । ଭାଉଜକୁ ଗୁଳି କରିବା ସହ ଦିଅର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପରିବାର । ତେବେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ବଲାଙ୍ଗୀର ଆଗଲପୁର ବ୍ଲକ ନୁନିଆଁ ପାଲି ଗ୍ରାମରେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ପରିବାରରେ କଳହ ଲାଗି ରହିଥିଲା । ତେବେ କୌଣସି କରାଣକୁ ନେଇ ଦିଅର ଓ ଭାଉଜ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ରାଗରେ ଦିଅର ନିଜ ଭାଉଜ ଉପରକୁ ଗୁଳି ଚଳାଇବା ସହ ବନ୍ଧୁକରେ ଅକ୍ରମଣ କରିଥିଲା । ଫଳରେ ମହିଳା ଜଣକ ଚିତ୍କାର କରିବା ସବ ବନ୍ଧୁକ ଶବ୍ଦ ଶୁଣି ମହିଳାଙ୍କ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ମହିଳାଙ୍କ ସ୍ବାମୀକୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଲୋଇସିଂହା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା: ପ୍ରତିକ୍ରିୟା ରଖିଲେ ତଦନ୍ତକାରୀ ଅଫିସର, କହିଲେ ଖୁବଶୀଘ୍ର ଜଣାପଡ଼ିବ ସତ

ମହିଳାଙ୍କ ସ୍ବାମୀ ପଞ୍ଚାନନ ବର୍ଗେ କହିଛନ୍ତି, "ମୁଁ କାମରେ ବାହାରକୁ ଯାଇଥିବା ବେଳେ ମୋ ସ୍ତ୍ରୀ ସନ୍ତୋଷିନୀ ବର୍ଗେଙ୍କୁ ଭାଇ ରଞ୍ଜନ ବର୍ଗେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ପକ୍ଷୀ ମରା ବନ୍ଧୁକରେ ରଞ୍ଜନ ମୋ ସ୍ତ୍ରୀ ଉପରକୁ ଆକ୍ରମଣ କରିଥିଲା । ସେ ଏତିକିରେ ଶାନ୍ତ ନହୋଇ ବନ୍ଧୁକରେ ତାଙ୍କୁ ପିଟିପିଟି ଲାହୁଲୁହାଣ କରିଦେଇଥିଲା । ଏହାର ଖବର ପାଇବା ପରେ ମୁଁ ଘରକୁ ଫେରି ସ୍ତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲି । ଏହାପରେ ତାକୁ ମେଡିକାଲ ନେବା ସହ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି ।"

ଏହା ମଧ୍ୟ ପଢନ୍ତୁ...ଭାଉଜକୁ ତେଣ୍ଟାରେ ଆକ୍ରମଣ କଲା ଦିଅର, ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା

ସେପଟେ ଏହି ଘଟଣା ପରେ ସଂପୃକ୍ତ ଦିଅର ରଞ୍ଜନ ବର୍ଗେ ଫେରାର ଅଛି । ଅନ୍ୟପଟେ ଆଗଲପୁର ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଆହତ ମହିଳାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କ ସ୍ଵାମୀଙ୍କଠାରୁ ଲିଖିତ ଅଭିଯୋଗ ନେଇ ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.