ETV Bharat / state

କୋର୍ଟରେ ହାଜର ହେଲେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ - କୋର୍ଟରେ ହାଜର

ସନ୍‌ସାଇନ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ସୋମବାର କୋର୍ଟରେ ହାଜର ହୋଇଛନ୍ତି । ଅଧିକ ପଢ଼ନ୍ତୁ

କୋର୍ଟରେ ହାଜର ହେଲେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

author img

By

Published : Nov 15, 2021, 6:57 PM IST

ବଲାଙ୍ଗୀର: ସନ୍‌ସାଇନ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ସୋମବାର କୋର୍ଟରେ ହାଜର ହୋଇଛନ୍ତି । ଏହି ହତ୍ୟାକାଣ୍ଡରେ ଗିରଫ ହୋଇ ବିଚାରଧୀନ ହାଜତରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ । JMFC ବଙ୍ଗୋମୁଣ୍ଡା କୋର୍ଟ ସମ୍ମୁଖରେ ଏହି ଦୁଇଜଣ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି ।

କୋର୍ଟରେ ହାଜର ହେଲେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ନିୟମ ମୁତାବକ 14 ଦିନିଆ ରିମାଣ୍ଡ ତାରିଖରେ କୋର୍ଟରେ ପ୍ରତ୍ୟେକ ଅଭିଯୁକ୍ତ ହାଜର ହେବା କ୍ରମରେ ଏମାନଙ୍କୁ ହାଜର କରାଯାଇଛି । ଏହାପୂର୍ବରୁ ନଭେମ୍ବର ୪ ତାରିଖରେ ଏମାନଙ୍କୁ ହାଜର କରାଯାଇଥିବା ବେଳେ ଆଜି ପୁନଃ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏମାନଙ୍କୁ ହାଜର କରାଯାଇଥିଲା । ଆସନ୍ତା 27 ତାରିଖରେ ପୁଣି ଦୁଇଜଣ କୋର୍ଟରେ ହାଜର ହେବେ ।

ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେ ଶ୍ୟାମ ଚଣ୍ଡୀଙ୍କୁ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରିବା ପରେ କୋର୍ଟ ଏମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ତେବେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପ୍ରମାଣ ଖୋଜିବାରେ ଲାଗିଛି । ଏହି କ୍ରମରେ ପୋଲିସ ୧୬୪ ଧାରାରେ ୧୦ ଜଣଙ୍କ ବୟାନ ରେକର୍ଡ କରିଥିବା ବେଳେ ୧୬୧ ଧାରାରେ ୧୦୦ ଜଣଙ୍କ ବୟାନ ରେକର୍ଡ କରିଛି ।

ସେମାନଙ୍କ ମଧ୍ୟରେ ମହାଲିଙ୍ଗ ସନ୍‌ସାଇନ୍ ସ୍କୁଲର କର୍ମଚାରୀ, ଗ୍ରାମବାସୀ, ମମିତାଙ୍କ ବନ୍ଧୁଙ୍କ ବୟାନ ରେକର୍ଡ ହୋଇଥିବାର ଜଣା ପଡ଼ିଛି । ସେହିପରି ପୋଲିସ୍ ୭୪ରୁ ଅଧିକ ଟିକିନିଖି ସାଇଣ୍ଟିଫିକ୍‌ ପ୍ରମାଣ ମଧ୍ୟ ସଂଗ୍ରହ କରିଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.