ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବ ବେଳେ ଶୁକ୍ରବାର ପୁଣି ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକରେ ପ୍ରଥମ ଥର ପାଇଁ କୋରୋନା ଚିହ୍ନଟ ହୋଇଛି ।
ତେବେ ଏହି ବ୍ଳକର ଝାର ବଲାଙ୍ଗୀର ଗ୍ରାମରୁ ଜଣେ ମୁମ୍ବାଇ ଫେରନ୍ତା କୋରୋନା ପଜିଟିଭ ବୋଲି ଜଣା ପଡିଛନ୍ତି । ସେହିପରି ଲୋଇସିଙ୍ଗା କୁଟେନ ପାଳି ଗ୍ରାମରୁ ଜଣେ ତାମିଲନାଡୁ ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଜଣା ପଡିଛନ୍ତି । ତେବେ ଏମାନଙ୍କୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 150 ରେ ପହଞ୍ଚିଛି । ଏମଧ୍ୟରୁ 127 ଜଣ ସୁସ୍ଥ ହୋଇଥିବାର ଜଣାପଡ଼ିଛି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍, ଇଟିିଭି ଭାରତ