ETV Bharat / state

ସଇଁତଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

author img

By

Published : Mar 19, 2020, 8:49 PM IST

ବଲାଙ୍ଗୀର ବ୍ଲକ୍ ସଇଁତଳାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଗବନ୍ ହୋଇଥିବା ନେଇ ସୂଚନା ଅଧିକାରୀଙ୍କ ବଳରେ ମିଳିଲା ତଥ୍ୟ । ଅଧିକ ପଢନ୍ତୁ...

There have been allegations of widespread corruption in the Prime Minister's Housing Scheme in Saintala
ସଇଁତଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ବ୍ଲକ୍ ସଇଁତଳାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଗବନ୍ କରାଯାଇଥିବାର ମିଳିଛି ତଥ୍ୟ ।

ଅଭିଯୋଗ ଅନୁସାରେ ସଇଁତଳା ବ୍ଲକ୍ ଅନ୍ତର୍ଗତ ଲିମପଡ଼ା ଗ୍ରାମର ବୃଦ୍ଧା ବାଇଦେହି ମହାକୁଡ ଗତ 2016-17ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ । ଏପରିକି ତାଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ନେଇ ଯୋଗ୍ୟ ହିତାଧିକାରୀ ଭାବରେ ଚୟନ ହୋଇଥିଲା । ହେଲେ ଇତିମଧ୍ୟରେ 4 ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ଘର ପାଇ ପାରିନଥିଲେ । ତେବେ ସୂଚନା ଅଧିକାରୀଙ୍କ ବଳରେ ତଥ୍ୟ ମାଗିବା ପରେ ପଦାକୁ ଆସିଥିଲା ପ୍ରକୃତ ସତ୍ୟତା । ବାଇଦେହିଙ୍କ ନାଁରେ କାର୍ଯ୍ୟାଦେଶ ହୋଇ 4ଟି କିସ୍ତିରେ 1 ଲକ୍ଷ 30 ହଜାର ଟଙ୍କା ଉଠା ଯାଇଥିବା ଜଣାପଡିଥିଲା ।

ତେବେ ଆବାସ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବାର ସାମନାକୁ ଆସିଥିବା ବେଳେ ଆହୁରି ଅନେକ ହିତାଧିକାରୀଙ୍କ ନାଁରେ ମଧ୍ୟ ସମାନ ଭାବରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ଦାବି ହୋଇଛି । ସେପଟେ ଏ ସଂକ୍ରାନ୍ତରେ ବ୍ଲକ୍ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.