ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର ଲାଲଝରାରେ ମହିଳାଙ୍କ ସନ୍ଦେହଜନକ ମତ୍ୟୁ । ହତ୍ୟା ଅଭିଯୋଗ କଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ...

author img

By

Published : Oct 12, 2019, 9:48 PM IST

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜି ଥାନା ଲାଲଝରା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାବେଳେ ହତ୍ୟା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି କଣ୍ଟାବାଞ୍ଜି ପୋଲିସ ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ଲାଲଝରା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଯାହାକୁ ମହିଳାଙ୍କ ପରିବାର ହତ୍ୟା ବୋଲି ଦର୍ଶାଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଲାଲଝରା ଗାଁକୁ ଯାଇ ମୃତ ମହିଳାଙ୍କ ସ୍ବାମୀ ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରା ଉଚରା କରିଛି ପୋଲିସ । ଏହାସହ ମୃତଦେହ ଜବତ କରି ଅଧିକ ତନାଘନା ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ ବେଲପଡା ଥାନା ମୁନାପାଲି ଗାଁର ପରମା ଛତ୍ରିଆଙ୍କ ଝିଅ ଗୋମତୀଙ୍କୁ ଲାଲଝରା ଗାଁର ଦିବାକର ମାଝୀ ଗତବର୍ଷ ପ୍ରେମ ବିବାହ କରିଥିଲେ । ଗୋମତି ଦିବାକରଙ୍କ 45 ଦିନର ଏକ ଶିଶୁ କନ୍ୟା ମଧ୍ୟ ଅଛି । ଶୁକ୍ରବାର ରାତିରେ ଗୋମତି ତାଙ୍କ ପରିବାରକୁ ଫୋନ କରି ସବୁ ଭଲ ଅଛି ବୋଲି ମଧ୍ୟ କହିଥିଲେ । ଶନିବାର ସକାଳୁ ଗୋମତିର ଦେହ ଅସୁସ୍ଥ ଅଛି ବୋଲି ତାଙ୍କ ସ୍ବାମୀ ଫୋନ କରି ଗୋମତିଙ୍କ ପରିବାରକୁ ଜଣାଇଥିଲେ । ଏହାପରେ ପୁଣି ଫୋନକରି ଗୋମତିଙ୍କ ମୃତ୍ୟୁ ହୋଇଥିବା ଖବର କରିଥିଲେ ।

ତେବେ ଗୋମତିଙ୍କ ପରିବାର ଲୋକେ ଆସିବାରୁ ସ୍ବାମୀ ଦିବାକର ତାଙ୍କ ସହ ଝଗଡା କରିବା ଆରମ୍ଭ କରିଥିଲେ । ଯାହାପରେ ପାରିବାରିକ କଳହକୁ ନେଇ ଗୋମତିଙ୍କୁ ହତ୍ୟା କରାଯାଥିବା ସନ୍ଦେହରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ଜଣେ ମହିଳାଙ୍କ ସନ୍ଦେହ ଜ୍ଜନକ୍ ଅବସ୍ଥାରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । Body:କଂଟାବାଞ୍ଜି ଥାନା ଲାଲଝରା ଗାଂ ରେ ଜଣେ ବିବାହିତା ମହିଲା ଙ୍କି ସଂଦେହ ଜନକ ମୃତ୍ୟୁ ହୋଇଥରବା ଦେଖାଯାଇଛି । ତେବେ ଏହା ହତ୍ୟା ବୋଲି ମହିଲା ଙ୍କ ପରିବାର ଲୋକ କଂଟାବାଞ୍ଜି ଥାନା ରେ ଅଭିଯୋଗ ଆଣିଛନ୍ତି । ପୋଲିସ ଅଭିଯୋଗ କୁ ଆଧାର କରି ଲାଲଝରା ଗାଁ କୁ ଯାଇ ମୃତ ମହିଲା ଙ୍କ ସ୍ୱାମୀ ତଥା ଆଖପାଖ ଅଂଚଳ ରେ ଲୋକଙ୍କୁ ପଚରା ଉଚରା କରିଥିବା ବେଲେ ଶବ କୁ ଜବତ କରି ଅଧିକ ତନାଘନା ଆରମ୍ଭ କରି ଦେଇଛି । ଅଭିଯୋଗ ଅନୁସାରେ ବେଲପଡା ଥାନା ମୁନାପାଲି ଗାଁ ର ପରମା ଛତ୍ରିଆ ଙ୍କ ଝିଅ ଗୋମତି ଙ୍କୁ ଲାଲଝରା ଗାଁ ର ଦିବାକର ମାଝି ୧ ବର୍ଷ ଉପରେ ହେବ ପ୍ରେମ ବିବହା କରି ଘର କୁ ଆଣିଥିଲା । ଗୋମତି ଦିବାକର ଙ୍କ ୪୫ ଦିନ ର ଏକ ଝିଅ ମଧ୍ୟ ଅଛି । ଦୁଇ ଜଣ ଠିକ ରେ ରହୁଥିବା ବେଳେ ରାତି ମୃତ ମହିଲା ତାଙ୍କ ପରିବାର କୁ ଫୋନ କରି ସବୁ ଭଲ ଅଛି ବୋଲି କହିଥିଲେ । ସକାଳ ସମୟ ରେ ଗୋମତିର ଦେହ ଅସୁସ୍ଥ ଅଛି ବୋଲି ତାର ସ୍ୱାମୀ ଫୋନ କରିଥିଲେ ପରେ ତାର ମୃତ୍ୟୂ ହୋଇଥିବା ବୋଲି ପୁଣି କହିଥିଲେ । ମୃତକଙ୍କ ପରିବାର ଲୋକେ ।ାସି ଘରେ ଦେଖିବା ବେଲେ ମୃତ ମହିଲା ର ସ୍ୱାମୀ ଝଗଡା କରିବା ଆରମ୍ଭ କରିଥିଲେ । ପାରିସ୍ପାରିକ ଦୃଷ୍ଟି କୁ ଦେଖିଲେ ମହିଲା ଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ପୋଲିସ ଶବ କୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.