ETV Bharat / state

ସ୍କୁଲ ପରିଦର୍ଶନରେ ଆସି ପିଲାଙ୍କୁ ପାଠ ପଢାଇଲେ ଉପଜିଲ୍ଲାପାଳ

author img

By

Published : Jan 8, 2023, 11:24 AM IST

ବଲାଙ୍ଗୀର ଜିଲ୍ଲା ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି ଟିଟିଲାଗଡ ନବନିଯୁକ୍ତ ଉପଜିଲ୍ଲାପାଳ ( sub collector surprise visit to school )। ଅଧିକ ପଢନ୍ତୁ

sub collector surprise visit to school
ସ୍କୁଲ ପରିଦର୍ଶନରେ ଆସି ପିଲାଙ୍କୁ ପାଠ ପଢାଇଲେ ଉପଜିଲ୍ଲାପାଳ
ସ୍କୁଲ ପରିଦର୍ଶନରେ ଆସି ପିଲାଙ୍କୁ ପାଠ ପଢାଇଲେ ଉପଜିଲ୍ଲାପାଳ

ବଲାଙ୍ଗୀର: ଜିଲ୍ଲା ଟିଟିଲାଗଡ ଉପଜିଲ୍ଲାପାଳ ସ୍କୁଲରେ ପିଲାଙ୍କୁ ପାଠ ପଢାଇଛନ୍ତି । ଏହା ସହିତ ଛାତ୍ରଛାତ୍ରୀଙ୍କ ଦୁର୍ବଳ ପାଠ ପଢାକୁ ନେଇ ଶିକ୍ଷକଙ୍କୁ ତାଗିଦ୍ କରିଛନ୍ତି । ସ୍କୁଲ ପରିଦର୍ଶନରେ ଆସି ବିଦ୍ୟାଳୟରେ ପାଠ ପଢାଯିବା ବ୍ୟବସ୍ଥା ତଦାରଖ କରିବା ସହ ବିଦ୍ୟାର୍ଥୀଙ୍କୁ ପାଠ ପଢାଇଛନ୍ତି (sub collector surprise visit to school ) । ନଜେ ଚକ ଧରି କଳାପଟାରେ ପିଲାଙ୍କୁ ଉପଜିଲ୍ଲାପାଳ ପଢାଉଥିବାର ଦେଖିବାକୁ ମିଳିଛି ।

ଜିଲ୍ଲା ଟିଟିଲାଗଡରେ ନବନିଯୁକ୍ତ ଉପଜିଲ୍ଲାପାଳ ଶନିବାର ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ପାଠ ପଢାରେ ଛାତ୍ରଛାତ୍ରୀ ଦୁର୍ବଳ ଥିବାରୁ ଶିକ୍ଷକଙ୍କୁ ତାଗିଦ ମଧ୍ୟ କରିଛନ୍ତି । ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତର ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ । ତେବେ ସେଠି ସେ ନବମ ଶ୍ରେଣୀକୁ ଯାଇ ନବମ ଶ୍ରେଣୀରେ ସଂସ୍କୃତ ପଢ଼ାଯାଉଥିବା ନେଇ ସଂସ୍କୃତ ବିଷୟ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ସମାନ ଭାବରେ ସେ ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ବହିର ପ୍ରଥମସୂଚୀ ସେଟ ବିଷୟ ପଢାଇଥିଲେ । ନିଜେ ହାତରେ ଚକ ଧରି କଳାପଟାରେ ସେଟ ବିଷୟରେ ପିଲାଙ୍କୁ ପାଠ ପଢାଉଥିବାର ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ହାତୀ ଉପଦ୍ରବ ଅସମ୍ଭାଳ, ମୃତଦେହ ରଖି ଜିଲ୍ଲା କାର୍ଯ୍ୟାଳୟ ଘେରିଲେ ଲୋକେ

ସେହିପରି ଏହି ବିଷୟରେ ସେଟ କେତେ ପ୍ରକାର ଓ କେଉ ସ୍ଥାନରେ ସେଟ ବ୍ୟବହୃତ ହେଉଛି ସେ ସମ୍ପର୍କ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କଲାପଟାରେ ଲେଖି ବୁଝାଇଥିଲେ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ । ଗଣିତ ବିଷୟ କିଛି ବିଷୟକୁ ନେଇ ଛାତ୍ରଛାତ୍ରୀଙ୍କୁ ସେ ପ୍ରଶ୍ନ କରିଥିଲେ । ହେଲେ କୌଣସି ଛାତ୍ରଛାତ୍ରୀ ଉତ୍ତର ଦେଇ ନ ପାରିବାରୁ ଉପଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ଗଣିତ ଶିକ୍ଷକ ସତ୍ୟବାସ ପଟେଲକୁ ଗଣିତ ବିଷୟକୁ ପ୍ରାରମ୍ଭରୁ ପଢ଼ାଇବାକୁ କହିଥିଲେ । ତେବେ ଉପଜିଲ୍ଲାପାଳଙ୍କ ଏହି କାର୍ଯ୍ୟକଲାପକୁ ନେଇ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ଏହା ବି ପଢନ୍ତୁ...ଦେଶ ବିଦେଶରେ ଭରସାର କେନ୍ଦ୍ର ପାଲଟିଛି ଭୁବନେଶ୍ୱର ଏମ୍‌ସ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଅତୀତରେ ସ୍କୁଲ ପରିଦର୍ଶନରେ ଯାଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପିଲାଙ୍କୁ ପାଠ ପଢାଇବା ଅନେକ ଘଟଣା ଦେଖିବାକୁ ମିଳିଛି । ପୂର୍ବରୁ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଦ୍ୟାର୍ଥୀଙ୍କୁ ଗଞ୍ଜାମ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେ ଜିଲ୍ଲାପାଳ ଥିବା ସମୟରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମକୁ ସରକାରୀ କାର୍ଯ୍ୟରେ ଆସିଥିଲେ । ଫେରିବା ସମୟରେ ସେଠାର କିଛି ସମୟ ପାଇଁ ଉପସ୍ଥିତ ରହି କିପରି ଚାଲିଛି ଶିକ୍ଷାଦାନ ଅନୁଧ୍ୟାନ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.