ETV Bharat / state

ଚାଲିଥିଲା ବେଆଇନ ଦାଦନ ଚାଲାଣ: ୩୨ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଅଟକ

author img

By

Published : Nov 3, 2022, 12:26 PM IST

Updated : Nov 3, 2022, 12:42 PM IST

ବଲାଙ୍ଗୀରରେ ବଢିବାକୁ ଲାଗିିଛି ବେଆଇନ ଦାଦନ ଚାଲାଣ । ପୁଣି ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଦୁଇଜଣ ସର୍ଦ୍ଦାରଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

ଚାଲିଥିଲା ବେଆଇନ ଦାଦନ ଚାଲାଣ
ଚାଲିଥିଲା ବେଆଇନ ଦାଦନ ଚାଲାଣ

ବଲାଙ୍ଗୀର: ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଦାଦନ ଚାଲାଣ ବନ୍ଦ ହେବାର ନାଁ ଧରୁନି । ପୋଲିସ୍ ପ୍ରଶାସନର କୌଣସି ନିର୍ଦ୍ଦେଶ ମାନୁ ନାହାଁନ୍ତି ଦାଦନ ଦଲାଲ । ପୁଣି ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀର ପୋଲିସ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ଦାଦନ ସର୍ଦ୍ଦାରମାନେ ବୋଲ ମାନୁନାହାନ୍ତି । ବେଆଇନ ଭାବରେ ଶ୍ରମିକମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି । ଜିଲ୍ଲାରେ ପୁଣି ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି ।

ଚାଲିଥିଲା ବେଆଇନ ଦାଦନ ଚାଲାଣ: ୩୨ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଅଟକ

ବଲାଙ୍ଗୀର ବେଳପଡା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ମଣ୍ଡଳ ଗାଁ ନିକଟରୁ 32ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକମାନେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳ ମହୁଳପଡାର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 9 ପୁରୁଷ 12 ମହିଳା ଓ 11ଜଣ ଶିଶୁ ଥିବାର ଜଣାପଡିଛି । ଚାଲାଣ କରୁଥିବା 2 ସର୍ଦ୍ଦାରଙ୍କୁ ବେଳପଡା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଉଦ୍ଧାର ଶ୍ରମିକ ମାନେ କାମଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବେଳପଡା ପୋଲିସ ତାଙ୍କ ନିଜ ଗାଁକୁ ପଠାଇଦେଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ଦାଦନ ସର୍ଦ୍ଦାରଙ୍କଠାରୁ ଲାଞ୍ଚ ନେଲେ ତୁରେଇକେଲା SI, ବଦଳି କଲେ SP

ଜଣେ ଦାଦନ ଶ୍ରମିକ ଏ ନେଇ କହିଛନ୍ତି, ''ଆମେ ପେଟ ପାଟଣା ପାଇଁ ଯାଇଥିଲୁ । ଜମିବାଡି ଆମର କିଛି ନାହିଁ ଗରିବ ଲୋକ ଦୁଇ ଚାରି ମାସ କାମ ପାଇ ଯାଉଥିଲୁ । କଣ କରିବୁ ପେଟ ପାଟଣା ପାଇଁ ବାଧ୍ୟ ହୋଇ ଯିବାକୁ ପଡୁଛି ।'' ଜିଲ୍ଲାର ଏ ସମସ୍ୟା ନୂଆ ନୁହେଁ । ଦିନକୁ ଦିନ ବଢିବାକୁ ଲାଗିଛି ଦାଦନ ସମସ୍ୟା । ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟରୁ ଯାଉଛନ୍ତି ଶ୍ରମିକ । ସରକାର ଯଦି ଏ ଦିଗରେ ଦୃଷ୍ଟି ଦିଅନ୍ତେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା । ନିଜ ଜିଲ୍ଲାରେ କାମଟିଏ ପାଇଲେ ଏମାନଙ୍କୁ ଅନ୍ୟତ୍ର ଯିବାକୁ ପଡନ୍ତା ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 3, 2022, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.