ETV Bharat / state

ସରପଞ୍ଚଙ୍କ ସ୍ଵାମୀ ଲାଞ୍ଚ ନେବାର ଭିଡିଓ ଭାଇରାଲ

author img

By

Published : Dec 12, 2021, 1:08 PM IST

Updated : Dec 12, 2021, 1:19 PM IST

ତୃଣମୂଳ ସ୍ଥରରେ କେମିତି ଚାଲିଛି ଲୁଟ, ତାର ଏକ ଚିତ୍ର ଏବେ ସାମ୍ନାକୁ ଆସିଛି । ବଲାଙ୍ଗୀରର ଜଣେ ସରପଞ୍ଚଙ୍କ ସ୍ଵାମୀ ମୋଟା ଅଙ୍କର ଲାଞ୍ଚ ନେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ

ସରପଞ୍ଚଙ୍କ ସ୍ଵାମୀ ଲାଞ୍ଚ ନେବାର ଭିଡିଓ ଭାଇରାଲ
ସରପଞ୍ଚଙ୍କ ସ୍ଵାମୀ ଲାଞ୍ଚ ନେବାର ଭିଡିଓ ଭାଇରାଲ

ବଲାଙ୍ଗୀର: ତୃଣମୂଳ ସ୍ଥରରେ କେମିତି ଚାଲିଛି ଲୁଟ, ତାର ଏକ ଚିତ୍ର ଏବେ ସାମ୍ନାକୁ ଆସିଛି । ବଲାଙ୍ଗୀରର ଜଣେ ସରପଞ୍ଚଙ୍କ ସ୍ଵାମୀ ମୋଟା ଅଙ୍କର ଲାଞ୍ଚ ନେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଥେମେରା ପଞ୍ଚାୟତ ସରପଞ୍ଚ ଲଳିତା ବାଗଙ୍କ ସ୍ଵାମୀ ଲକ୍ଷ୍ମୀ ବାଗ । ତେବେ କୌଣସି MGNR, ଯିଏ କାମ ପାଇଁ ହିସାବ କିତାବ କରିବା ପରେ ଏହି ଲାଞ୍ଚ ଟଙ୍କା ସଂପୃକ୍ତ ସରପଞ୍ଚଙ୍କ ସ୍ଵାମୀ ନେଉଛନ୍ତି । ସେହିପରି ଜେଇଙ୍କୁ ମଧ୍ୟ କୋଡ଼ିଏ ହଜାର ଟଙ୍କା ଦେଇ ଦେବ ବୋଲି ସେ କହିଥିବାର ଶୁଣିବାକୁ ମିଳୁଛି।

ସେପଟେ ଏହି ଭିଡିଓ ଭାଇରାଲ ହେବାପରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ କିଭଳି ଦୁର୍ନୀତି ଗ୍ରାସ କରିଛି, ଏହା ତାହାର ଏକ ବଳିଷ୍ଠ ଉଦାହରଣ ବୋଲି ଆଲୋଚନା ହେଉଛି। ସେହିପରି ଏହିଭଳି ନେତାମାନେ ଲୋକଙ୍କ ପାଇଁ ଆସୁଥିବା ଯୋଜନା ହଡ଼ପ କରୁ ଥିବାର ମଧ୍ୟ ଅଭିଯୋଗ ହୋଇଛି।

ସଂପୃକ୍ତ ଏହି ଘଟଣାର ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଏହି ଘଟଣାକୁ ନେଇ ସଂପୃକ୍ତ ସରପଞ୍ଚଙ୍କ ସ୍ଵାମୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Dec 12, 2021, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.