ETV Bharat / state

Rajendra University: ବିଶ୍ବବିଦ୍ୟାଳୟର ମାନ୍ୟତା ପରେ ବି ସୁଧୁରିଲାନି ସ୍ଥିତି - ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନ୍ୟୁଜ

ବଲାଙ୍ଗୀରର ସର୍ବ ପୁରାତନ କଲେଜ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପରେ ବି ଦୂର ହୋଇପାରିଲାନି ନାନା ସମସ୍ୟା । ବର୍ତ୍ତମାନ ବି ସ୍ଥିତି ଯଥା ପୂର୍ବମ୍, ତଥା ପରମ୍ । ଅଧିକ ପଢନ୍ତୁ

Rajendra University: ବିଶ୍ବବିଦ୍ବାଳୟର ମାନ୍ୟତା ପରେ ବି ସୁଧୁରିଲାନି ସ୍ଥିତି

author img

By

Published : Mar 30, 2022, 10:48 PM IST

ବଲାଙ୍ଗୀର: ଜିଲ୍ଲାର ସର୍ବ ପୁରାତନ କଲେଜ ରାଜେନ୍ଦ୍ର ମହାବିଦ୍ୟାଳୟକୁ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଲେ । ହେଲେ ଏଯାଏଁ ଏଠାରେ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ସମସ୍ୟା ଯଥା ପୂର୍ବମ ତଥା ପରମ । ଦୁଇ ବର୍ଷ ହେବ କଲେଜ ବିଶ୍ବବିଦ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଅଧ୍ୟାପକଙ୍କ ସମସ୍ଯା ଦୂର ହୋଇପାରୁ ନ ଥିବା ଅଭିଯୋଗ ହୋଇଛି ।

Rajendra University: ବିଶ୍ବବିଦ୍ବାଳୟର ମାନ୍ୟତା ପରେ ବି ସୁଧୁରିଲାନି ସ୍ଥିତି
ତେବେ ଦୁଇ ବର୍ଷ ତଳେ ସରକାର ରାଜେନ୍ଦ୍ର କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ପରେ ପରବର୍ତ୍ତୀ ସମୟରେ ଏହା ଉପରେ ୟୁଜିସି ମୋହର ମାରି ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଭାବରେ ପରିଗଣିତ ହେଲା । ହେଲେ ଏଠି ପୂର୍ବରୁ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମସ୍ୟା ରହି ଆସିଥିଲା । ଯେଉଁଥିରେ ଆବଶ୍ୟକ ଅନୁସାରେ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ନ ଥିବାରୁ ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ପ୍ରଶାସନ ଅନେକ ସମସ୍ୟା ସମ୍ମୁଖୀନ କରିଆସୁଛି ।

ତେବେ ଏଠାରେ 127 ଅଧ୍ୟାପକ ଆବଶ୍ୟକ ଥିବାବେଳେ ବିଶ୍ବବିଦ୍ୟାଳୟର 7 ଜଣ ଅଧ୍ୟାପକ ଓ ଅସ୍ଥାୟୀ ଭାବରେ 70 ଜଣ ଅଧ୍ୟାପକ ଅଛନ୍ତି । ଯାହା ଫଳରେ ପିଲାଙ୍କ ପାଠପଢ଼ାରେ ସମସ୍ୟା ହେଉଛି । ସମାନ ଭାବରେ ଏଠାରେ 120 ଜଣ ଅନ୍ୟାନ୍ୟ ବିଭିନ୍ନ ବର୍ଗର କର୍ମଚାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର 9 ଜଣ କର୍ମଚାରୀ । ଫଳରେ ବିଶ୍ୱବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଜୁ ଥିବା କୁହାଯାଉଛି ।

ସେପଟେ ଆଜି(ବୁଧବାର) ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ବିଶ୍ୱବିଦ୍ୟାଳୟ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ବିଶ୍ବବିଦ୍ୟାଳୟର ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.