ବଲାଙ୍ଗୀର: ସହରର ଫରେଷ୍ଟ ପାର୍କ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହ ପହଞ୍ଚି ଛାନଭିନ କରିଥିବାବେଳେ, ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଯୁବକ ଜଣକ ବଲାଙ୍ଗୀର ସହର ଠିକାଦାର ପଡ଼ାର ରଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିବା ଅଭିମନ୍ୟୁ ହାତୀ ବୋଲି ଜଣାପଡ଼ିଛି ।
ଗତ ରାତିରେ କିଛି ଯୁବକ ଘରୁ ଡାକି ଆଣିଥିଲେ ଏବଂ ରାତିରେ ସେ ଘରକୁ ଫେରି ନ ଥିବାବେଳେ ଆଜି ତାଙ୍କର ମୃତଦେହ ବଲାଙ୍ଗୀର ହାଥିସାଲ ପଡ଼ା ସ୍ଥିତ ଫରେଷ୍ଟ ପାର୍କ ପାଖରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଏହା ବି ପଢନ୍ତୁ- ନାବାଳିକାକୁ ଗର୍ଭବତୀ କରାଇ ସମ୍ପର୍କୀୟ ଜେଜେ ଫେରାର, ଥାନାରେ ମାମଲା
ସେପଟେ ଘଟଣା ସ୍ଥଳରେ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ତାଙ୍କ ପରିବାର ଲୋକେ ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି । ଏ ନେଇ ମୃତକଙ୍କ ସମ୍ପର୍କୀୟ ସୁଶାନ୍ତି ହାତୀ କହିଛନ୍ତି, "ମୋ ପୁଅ ରାତି ୭ରୁ ୮ଟା ପର୍ଯ୍ୟନ୍ତ ଘରେ ଥିଲା । ତେବେ ରାତିରେ କଣ ହୋଇଛି ବୋଲି ମୁଁ କେମିତି ଜାଣିବି । କେହି ତାକୁ ଡାକିକି ମାରି ଦେଇଛନ୍ତି ।"
"ତାର କାହା ସହ କୌଣସି ଶତ୍ରୁତା ନଥିଲା । ତାର କାହା ସହିତ କୌଣସି ବିବାଦ ନଥିଲା କି କେବେ ତାକୁ କେହି ହତ୍ୟା କରିବାର ଧମକ ଦେଇନାହାନ୍ତି । କାଲି ରାତିରେ ଏକ ଛୋଟ ପିଲା ତାକୁ ଡାକିବା ପରେ ସେ ଘରୁ ବାହାରକୁ ଯାଇଥିଲା ।" ଯୁବକଙ୍କୁ ହତ୍ୟା ବା କୌଣସି ଦୁର୍ଘଟଣାବଶତଃ ଏହା ହୋଇଛି ସେ ନେଇ ସ୍ପଷ୍ଟ ହୋଇନଥିବାବେଳେ, ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ବଲାଙ୍ଗୀର