ETV Bharat / state

ବନ୍ୟଜନ୍ତୁ ଶିକାର କରି ସୈନିକ ଗିରଫ

ବଲାଙ୍ଗୀର ଜିଲ୍ଲାରେ ପ୍ରତିଦିନ ବଢୁଛି ବନ୍ୟଜନ୍ତୁ ଶିକାର । ବଲାଙ୍ଗୀର ଡିଏଫ୍ଓ ଏବଂ ମୋବାଇଲ ସ୍କ୍ବାଡ ମିଳିତ ଚଢାଉରେ ବନ୍ୟଜନ୍ତୁ ଶିକାରୀ ଗିରଫ । ଅଧିକ ପଢନ୍ତୁ..

author img

By

Published : Mar 13, 2021, 8:52 PM IST

ବନ୍ୟ ଜନ୍ତୁ ଶିକାରୀ ଗିରଫ
ବନ୍ୟ ଜନ୍ତୁ ଶିକାରୀ ଗିରଫ

ବଲାଙ୍ଗୀର: ବନ୍ୟଜନ୍ତୁ ଶିକାରୀ ଗିରଫ। ମୃତ ବନ୍ୟଜନ୍ତୁ ସହ ଏକ ଦେଶୀ ବନ୍ଧୁକ ଜବତ। ବଲାଙ୍ଗୀର ଜିଲ୍ଲାରେ ପ୍ରତିଦିନ ବନ୍ୟଜନ୍ତୁ ଶିକାର ଚାଲିଥିବା ବେଳେ ଶନିବାର ବନବିଭାଗ ଚଢାଉ କରି ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିଛି।

ବଲାଙ୍ଗୀର ଡିଏଫ୍ଓ ଏବଂ ମୋବାଇଲ ସ୍କ୍ବାଡ ଏହି ଚଢାଉରେ ସାମିଲ ଅଛନ୍ତି । ଏମାନଙ୍କ ମିଳିତ ସହଯୋଗରେ ଲୋଇସିଂହା କର୍କଚିଆ ଜଙ୍ଗଲରୁ ଶିକାରୀକୁ କାବୁ କରାଯାଇଛି। ଅଭିଯୁକ୍ତ ପାଖରୁ ଏକ ଦେଶୀ ବନ୍ଧୁକ ସହିତ ଦୁଇ ମୃତ ଜଙ୍ଗଲୀ ବିଲେଇ ଓ ଏକ ମୃତ ଠେକୁଆ ବନବିଭାଗ ଜବତ କରିଛି।

ତେବେ ଗିରଫ ଶିକାରୀ ଜଣକ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବାଦି ପାଲା ଗ୍ରାମର ମଣ୍ଟୁ କରଣ ଓ ସେ ଜଣେ ସୈନିକ ଭାବରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ତାଙ୍କୁ ଆଜି ବନ୍ୟ ଜନ୍ତୁ ଶିକାର ମାମଲାରେ ବନବିଭାଗ କୋର୍ଟ ଚାଲାଣ କରିଛି।

ରାଜ୍ୟରେ ଦିନକୁ ଦିନ ବନ୍ୟଜନ୍ତୁ ଅସୁରକ୍ଷିତ ହେବାରେ ଲାଗିଛି । କିଛି ମନ୍ଦ ପ୍ରକୃତିର ଲୋକ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା ବେଳେ ଜଙ୍ଗଲରେ ନିଆଁ ଯୋଗୁଁ ବହୁ ନୀରିହ ଜନ୍ତୁ ଜୀବନ ହରାଉଛନ୍ତି । ଏଣୁ ବିଭାଗ ଏ ନେଇ ସଚେତନ ରହୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.