ETV Bharat / state

ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ପୁଅ ମୃତ, ମା ଗୁରୁତର - severly

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଏହି ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର । ଉଭୟ ମୃତ ଓ ଗୁରୁତର ସମ୍ପର୍କରେ ମା ଓ ପୁଅ । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jul 13, 2019, 2:26 PM IST

ବଲାଙ୍ଗୀର: ଅଶୁଭ ଶନିବାର । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣା ଘଟିବା ସହ ବହୁ ଲୋକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ତୁରେକେଲା ନିକଟରେ ଏକ ପିକ୍ଅପ୍ ଭ୍ୟାନ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହେବାସହ ମା ଗୁରୁତର ହୋଇଛନ୍ତି ।

ମୃତକ ଜଣକ ହେଲେ ତୁରେକେଲା ଗାଁର ସମିର ପାତ୍ର ଏବଂ ତାଙ୍କ ମା’ ପ୍ରେମଲତା ପାତ୍ର । ଉଭୟ ବୌଦ୍ଧ ଜିଲ୍ଲାର କଣ୍ଟାମାଳରୁ ବାଇକ ଯୋଗେ କଣ୍ଟାବାଞ୍ଜି ରାସ୍ତା ଦେଇ ଘରକୁ ଫେରୁଥିଲେ । କିନ୍ତୁ ଘରକୁ ପହଞ୍ଚିବାର ୩ କିଲୋମିଟର ପୂର୍ବରୁ ଏକ ପିକଅପ ଗାଡି (ସିଜି ୦୪ ଏଲଏଚ ୦୨୭୯) ସେମଲା ଛକ ପାଖରେ ତାଙ୍କୁ ଧକ୍କା ଦେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଏକ ଚାଷ ଜମି ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ସମ୍ପର୍କରେ ଖବର ପାଇଁ ଗାଁ ଲୋକ ପହଞ୍ଚି ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝି, ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ, ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହିବା ସହ ଦୁର୍ଘଟଣା ଘଟାଇଥିବା ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗିର ତୁରେକେଲା ନିକଟରେ ଏକ ପିକ୍ ଅପ୍ ଭେ ନ ବାଇକ୍ କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସେପଟେ ଲୋକ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି । Body:ବଲାଙ୍ଗୀର: ସଡକ ଦୁର୍ଘଟଣାରେ ପୁଅର ଜୀବନ ଗଲା, ମା’ ଗୁରୁତର ।
ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଲର୍କି ଗାଁ ନିକଟସ୍ଥ ସେମଲା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା’ ଗୁରୁତର ହୋଇଥିବା ବେଳେ ପୁଅଙ୍କ ମୃତ୍ୟୁ ଘଟିଛି। ତୁରେକେଲା ଗାଁ ପୁଅ ସମିର ପାତ୍ର ଏବଂ ତାର ମା’ ପ୍ରେମଲତା ପାତ୍ର ତାଙ୍କ ଝିଅଘର ବୌଦ୍ଧ ଜିଲ୍ଲାର କଂଟାମାଳରୁ ବାଇକ ଯୋଗେ କଂଟାବାଞ୍ଜି ରାସ୍ତା ଦେଇ ଘରକୁ ଫେରୁଥିଲେ। କିନ୍ତୁ ଘରକୁ ପହଂଚିବାର ୩ କିଲୋମିଟର ପୁର୍ବରୁ ଏକ ପିକଅପ ଗାଡି (ସିଜି ୦୪ ଏଲଏଚ ୦୨୭୯) ସେମଲା ଛକ ପାଖରେ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇ ଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ ଏକ ଚାଷ ଜମି ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍‌ସ ଯୋଗେ କଂଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୂଖ୍ୟ ଚିକିତ୍ସାଲୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସଂପର୍କରେ ଖବର ପାଇଁ ଗାଁ ଲୋକ ପହଂଚି ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିବା ସହିତ କ୍ଷତି ପୁରଣ ଦାବି କରିଛନ୍ତି। କଂଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝି, ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ, ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି। ଆନ୍ଦୋଳନକାରୀ ମାନେ ନିଜ ଜିଦ ଅଟଲ ରହିବା ସହ ଦୁର୍ଘଣନା ଘଟାଇଥିବା ଗାଡିରେ ନିଆଁ ଲଗାଇ ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.