ETV Bharat / state

ସ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନରେ ସରକାରୀ ଶିକ୍ଷକ ! ତଦନ୍ତ ଆରମ୍ଭ କଲା ପ୍ରଶାସନ - ବଲାଙ୍ଗୀରରେ ସ୍କୁଲ ଶିକ୍ଷକଙ୍କ ନିର୍ବାଚନୀ ପ୍ରଚାର

ସରକାରୀ ସ୍କୁଲ ଶିକ୍ଷକ କରୁଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରଚାର । ନିଜ ସ୍ତ୍ରୀଙ୍କ ପାଇଁ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

panchayat poll campaigning allegation against school teacher
ସରକାରୀ ଶିକ୍ଷକଙ୍କ ନାଁରେ ନିର୍ବାଚନ ପ୍ରଚାର ଅଭିଯୋଗ: ତଦନ୍ତ ଆରମ୍ଭ କଲା ପ୍ରଶାସନ
author img

By

Published : Feb 11, 2022, 4:10 PM IST

ବଲାଙ୍ଗୀର: ସରକାରୀ ସ୍କୁଲ ଶିକ୍ଷକ କରୁଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରଚାର । ନିଜ ସ୍ତ୍ରୀଙ୍କ ପାଇଁ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ସରକାରୀ ଶିକ୍ଷକଙ୍କ ନାଁରେ ନିର୍ବାଚନ ପ୍ରଚାର ଅଭିଯୋଗ: ତଦନ୍ତ ଆରମ୍ଭ କଲା ପ୍ରଶାସନ

ବଲାଙ୍ଗୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆର୍ଦଶ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ । ଅଭିଯୋଗ ହୋଇଛି ଜଣେ ସରକାରୀ ଶିକ୍ଷକଙ୍କ ନାଁରେ । ନିଜ ସ୍ତ୍ରୀ ପାଇଁ ଭୋଟ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି । ବଲାଙ୍ଗୀର କୁଲଥିପାଲିର ତରଣି ସେନ ପ୍ରଧାନଙ୍କ ନାଁରେ ଏହି ଅଭିଯୋଗ ହୋଇଛି ।

ତରଣି ବଲାଙ୍ଗୀର ଲୋକାପଡା ପ୍ରାଥମିକ ସ୍କୁଲରେ ସରକାରୀ ହିନ୍ଦୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କ ସ୍ତ୍ରୀ ଲିପିକା ପ୍ରଧାନ ଜିଲ୍ଲା ପରିଷଦ ଜୋନ 17 ନମ୍ବର ପାଇଁ ବିଜେଡିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ତରଣୀ ସେନ ପ୍ରଧାନ ସାମଜିକ ଗଣମାଧ୍ୟମରେ ପ୍ରଚାର କରିବା ସହ ଗାଁକୁ ଗାଁ ବୁଲି ଭୋଟ ପ୍ରଚାର କରୁଥିବାର ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ସରକାରୀ ଅଧିକାରୀ ଭୋଟ ପ୍ରଚାର କରି ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଯଦି ଆଇନ ଉଲଙ୍ଘନ ହେବାର ପ୍ରମାଣ ପାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାରେ ଲୋକଙ୍କ ସାକ୍ଷ୍ୟ ମଧ୍ୟ ରେକର୍ଡ କରିଛନ୍ତି ନିର୍ବାଚନ କମିଶନ ।

ଏପଟେ ତରଣି ପ୍ରଚାର କରୁ ନାହାନ୍ତି ବୋଲି କହିଥିବା ବେଳେ ବିରୋଧୀ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା କଥା ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.