ETV Bharat / state

ଜମି କେଳେଙ୍କାରୀ ଘଟଣା: ଡନ୍ ଟିମନକୁ ଗିରଫ କରିଛି ସଦର ପୋଲିସ - ଜମି ମାଫିଆ ଟିମନ ଗିରଫ

ବଲାଙ୍ଗୀରରେ ବହୁ ଚର୍ଚ୍ଚିତ ଜମି କେଳେଙ୍କାରୀ ଘଟଣା । ଆଜି ଏହି ମାମଲାରେ ଡନ୍ ଟିମନକୁ ଗିରଫ କରିଛି ସଦର ପୋଲିସ । ଅଧିକ ପଢନ୍ତୁ

ଜମି କେଳେଙ୍କାରୀ ଘଟଣା, ଡନ୍ ଟିମନ ଗିରଫ
ଜମି କେଳେଙ୍କାରୀ ଘଟଣା, ଡନ୍ ଟିମନ ଗିରଫ
author img

By

Published : Jul 14, 2022, 9:11 PM IST

ବଲାଙ୍ଗୀର : ବହୁ ଚର୍ଚ୍ଚିତ ଜମି କେଳେଙ୍କାରୀ ଘଟଣାରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଏଥିରେ ଛ ଜଣ ଗିରଫ ହୋଇ ଜେଲରେ ଥିବା ବେଲେ ଆଜି ଏହି ମାମଲାରେ ଜମି ମାଫିଆ ଡନ୍ ଟିମନକୁ ଗିରଫ କରିଛି ସଦର ପୋଲିସ । ବଲାଙ୍ଗୀର ଧୂମାମରା ଗାଁର ଏକ ଜମିକୁ ଚଞ୍ଚକତା କରାଯାଇ ମୃତ ଜମି ମାଲିକକୁ ଜୀବିତ ଦର୍ଶାଇ ଜମି ବିକ୍ରୀ ହୋଇ ଥିବାର ଅଭିଯୋଗ ହୋଇଥିଲା ।

ଜମି କେଳେଙ୍କାରୀ ଘଟଣା, ଡନ୍ ଟିମନ ଗିରଫ

ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଏଭଳି ଅନେକ ଜମି କେଲେଙ୍କାରୀ ଘଟଣା ସାମ୍ନାକୁ ଆସିଥିଲା । ଏନେଇ ପ୍ରକୃତ ଜମି ମାଲିକ ପୋଲିସ ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ପୂର୍ବରୁ ନକଲି ଜମି ମାଲିକ ସହ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ମାର୍କଣ୍ଡ ଦୀପ, ଉପନିବନ୍ଧକ କାର୍ଯ୍ୟାଳୟର ପୂର୍ବତନ କିରାଣୀ ଦୀପକ ବାଗକୁ ପୋଲିସ ଗିରଫ କରିଥିଲା ।

ସେହିପରି ଏହି ଘଟଣାରେ ଜିଲ୍ଲା ତହସିଲଦାର ମାଘବନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ସରକାର ଚାକିରୀରୁ ନିଲମ୍ବିତ କରିଥିଲେ । ତେବେ ଏଥିରେ ପୂର୍ବରୁ ଡନ୍ ଟିମନର ଭଉଣୀ ଜ୍ବାଇଁ ମାଧବ ପୃଷ୍ଟିକୁ ମଧ୍ୟ ପୋଲିସ ଗିରଫ କରିଥିଲା । ଆଜି ମାଫିଆ ତଥା ଡନ୍ ଟିମନ ଓରଫ ଶ୍ରୀକାନ୍ତ କୁମ୍ଭାରକୁ ପୋଲିସ ଗିରଫ କରିଛି । ଗିରଫ ପରେ ଟିମନକୁ କୋର୍ଟ ଚାଲାଣ କରି ଥିବାର ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଲୁଟ, ଡକାୟତି, ଜମି ହଡପ ଓ ହତ୍ୟା ଘଟଣାରେ ପୂର୍ବରୁ ଅନେକ ଥର ପୋଲିସ ଟିମନକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ସେହିପରି ତା ଉପରେ ଏନଏସଏ ମଧ୍ୟ ଲଗା ଯାଇଥିଲା । ପୋଲିସ ଏହି ଜମି କେଳେଙ୍କାରୀ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି । ଏଣୁ ଆଗାମୀ ଦିନରେ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.