ETV Bharat / state

ଋଣ କରେଇ ଦେବାକୁ କହି ଠକି ନେଲେ ଲକ୍ଷାଧିକ ଟଙ୍କା - fraud loan

ବଲାଙ୍ଗୀର ଜିଲ୍ଲା ବଦବାହଲ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ଦେବା ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ...

ଋଣ ଦେବା ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା
ଋଣ ଦେବା ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା
author img

By

Published : Jan 5, 2021, 7:13 AM IST

ବଲାଙ୍ଗୀର: ଋଣ ଦେବା ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା । ବଲାଙ୍ଗୀର ଜିଲ୍ଲା ବଦବାହଲ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାଙ୍କୁ ଋଣ ଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଋଣ ଦେବା ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା

ସୂଚନାଅନୁସାରେ, ଜିଲ୍ଲାର ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାଗତିକା ଶତପଥି ତାଙ୍କ ସାଥି ବ୍ୟାଙ୍କରୁ ଋଣ କରେଇ ଦେବେ କହି ମହିଳାମାନଙ୍କୁ ପର୍ବତ୍ତାଇ ଥିଲେ । କୌଶଳ କ୍ରମେ ସେମାନଙ୍କଠାରୁ କାଗଜପତ୍ର ହାସଲ କରି ସେମାନଙ୍କ ଅଜଣାତରେ ତାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଉଠାଇନେଇଥିବା ଅଭିଯୋଗ ହୋଇଛି । ତେବେ ବ୍ୟାଙ୍କରୁ ମହିଳାମାନଙ୍କୁ ଋଣ ପୈଠ କରିବାକୁ ନୋଟିସ ଆସିବା ପରେ ସେମାନେ ଠକେଇ ବିଷୟରେ ଜାଣିବାକୁ ପାଇଛନ୍ତି । ଏହାକୁ ନେଇ ବଲାଙ୍ଗୀର ଟାଉନ ଥାନାରେ ଶତାଧିକ ମହିଳା ଲିଖିତ ଅଭିଯୋଗ କରିଛନ୍ତି । ଦୋଷୀଙ୍କୁ ଗିରଫ କରାଯାଇ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉ କି କିଛି ଦିନ ତଳେ ଗରିବ ମହିଳାଙ୍କ ନାଁରେ ମିଛ କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିଲା। ଯେଉଁଥିରେ ଜଣେ ଅଭିଯୁକ୍ତ ମା ଓ ପୁଅ ଗିରଫ ହୋଇଛନ୍ତି । ଏପଟେ ପୁଣି ଏକ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ପୋଲିସ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ବଲାଙ୍ଗୀରରୁ ସେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.