ETV Bharat / state

ନୂଆ ଜିଲ୍ଲା ଦାବି, ନିର୍ବାଚନ ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର: ନରସିଂହ ମିଶ୍ର

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନୂଆ ଜିଲ୍ଲା ଦାବି ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ଯେଉଁଥିରେ କେବଳ ବଲାଙ୍ଗୀର ଜିଲ୍ଲାରେ ଟିଟିଲାଗଡ ଓ କଣ୍ଟାବାଞ୍ଜିକୁ ନୂଆ ଜିଲ୍ଲା ଦାବି ନେଇ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ହୋଇ ଆସୁଛି । ଅଧିକ ପଢ଼ନ୍ତୁ

ନୂଆ ଜିଲ୍ଲା ଦାବି
ନୂଆ ଜିଲ୍ଲା ଦାବି
author img

By ETV Bharat Odisha Team

Published : Dec 6, 2023, 7:50 AM IST

ନୂଆ ଜିଲ୍ଲା ଦାବି

ବଲାଙ୍ଗୀର: ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏବେ ନୂଆ ଜିଲ୍ଲା ହେବା ନେଇ ଦାବି ଜୋର୍ ଧରିଛି । ଯାହାକୁ ନେଇ ରାଜନୀତି ମଧ୍ୟ ହେଉଛି । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ବରଗଡ଼ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପଦକ୍ଷେପ ନେବାର ସୂଚନା ମିଳିଛି । ସେପଟେ ଏହି ଜିଲ୍ଲା ଦାବିକୁ ନେଇ ସରକାରଙ୍କ ପଦକ୍ଷେପ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନୂଆ ଜିଲ୍ଲା ଦାବି ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ଯେଉଁଥିରେ କେବଳ ବଲାଙ୍ଗୀର ଜିଲ୍ଲାରେ ଟିଟିଲାଗଡ ଓ କଣ୍ଟାବାଞ୍ଜିକୁ ନୂଆ ଜିଲ୍ଲା ଦାବି ନେଇ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ହୋଇ ଆସୁଛି । ସେପଟେ ପଶ୍ଚିମ ଓଡ଼ିଶାରେ ମଧ୍ୟ ଏଭଳି ବିଭିନ୍ନ ଚାରୋଟି ନୂଆ ଜିଲ୍ଲା ଦାବି ହୋଇଛି । ରାଜ୍ୟ ସରକାର ବରଗଡ଼ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପଦକ୍ଷେପ ନେଉଥିବାର ସୂଚନା ଆସିଛି । ଯେଉଁଥିରେ ଉତ୍ତରାଞ୍ଚଳ ଆରଡ଼ିସିର ଏକ ଟିମ୍ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାକୁ ନେଇ ଏବେ ଅନ୍ୟ ପ୍ରାନ୍ତର ଜିଲ୍ଲା ଦାବି କରିଥିବା ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ସେମାନେ ମଧ୍ୟ ଜିଲ୍ଲା ଦାବି ନେଇ ଆନ୍ଦୋଳନ କରିଥିବା ବେଳେ ଏପର୍ଯ୍ୟନ୍ତ ସରକାର ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆର୍‌ଡିସି

ଏଭଳି ସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖି ସରକାରଙ୍କ ପଦକ୍ଷେପ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପନିର୍ବାଚନରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ । ସେହିପରି ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ସେ ଏଭଳି ଲୋକଙ୍କୁ ଭୁଆଁ ବୁଲାଇବା ଭଳି ପଦକ୍ଷେପ ନେଇଛନ୍ତି । ତେବେ ଜିଲ୍ଲା ଗଠନ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଓ ପ୍ରକ୍ରିୟା ରହିଛି । ଯେଉଁଥିରେ ସରକାର ଏକ କମିଶନ ଦ୍ଵାରା ସ୍ଥିର କରିବେ କିମ୍ବା ସରକାରଙ୍କ କ୍ୟାବିନେଟ୍ ଏହା ଉପରେ ଏକ କମିଟି ଗଠନ କରି ଏହାର ପ୍ରକ୍ରିୟା ହାତକୁ ନେଇଥାଆନ୍ତି । ସରକାର ଏଭଳି କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ସେ କହିଛନ୍ତି । ସମାନ ଭାବରେ ସେ ଗତ ବିଧାନସଭା ଅଧିବେଶନରେ ଜିଲ୍ଲା ଦାବି ଓ ଏହା ଉପରେ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ କରିଥିଲେ । ଯେଉଁଥିରେ ସରକାର କୌଣସି ଉତ୍ତର ଦେବାରେ ସମର୍ଥ ହୋଇ ନଥିଲେ ବୋଲି ନରସିଂହ କହିଛନ୍ତି । ତେବେ ଏଭଳି ପରିପେକ୍ଷୀରେ ସରକାରଙ୍କ ପଦକ୍ଷେପ ସନ୍ଦେହ ସୃଷ୍ଟି କରୁଛି । ଏହା କେବଳ ନିର୍ବାଚନ ପାଇଁ ଲୋକଙ୍କୁ ଭୁଆଁ ବୁଲାଇ ମିଛ କହୁଥିବା ସରକାର ବୋଲି ନରସିଂହ କହିଛନ୍ତି । ଯଦି ସରକାର ସାଚ୍ଚୋଟ ତାହେଲେ ଅନ୍ୟ ଜିଲ୍ଲା ଦାବି ଉପରେ ସ୍ପଷ୍ଟ ମତ ରଖନ୍ତୁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.