ETV Bharat / state

ଦାଦନ ଦୁଃଖ: ଖଟିବାକୁ ଯାଇ ତାମିଲନାଡୁରେ ବନ୍ଧା ପଡିଛି ଜୀବନ

author img

By

Published : Jul 16, 2022, 12:07 PM IST

ବଲାଙ୍ଗୀର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦାଦନ ଖଟିବାକୁ ତାମିଲନାଡୁରେ ବଲାଙ୍ଗୀର ଜଣେ ଯୁବକ ଅଟକ । ଅଧିକ ପଢନ୍ତୁ

ବାହାର ରାଜ୍ୟରେ ଅଟକ ଦାଦନ
ବାହାର ରାଜ୍ୟରେ ଅଟକ ଦାଦନ

ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ପେଟ ପାଟଣା ପାଇଁ ବାହାର ରାଜ୍ୟରୁ ଦାଦନ ଖଟିବାକୁ ଯାଇ ବନ୍ଧା ପଡିବ ଯୁବକ ଜୀବନ । ଅସହ୍ୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୁଅକୁ କିପରି ଦାଦନ କବଳରୁ ମୁକୁଳାଯିବ ସେ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଯୁବକଙ୍କ ମାଆ ।

ବାହାର ରାଜ୍ୟରେ ଅଟକ ଦାଦନ

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଆମ ଦୋରୋହ ଗ୍ରାମର ଦୁଇ ଭାଇ କ୍ଷେତ୍ର ବରିହା ଓ ଶ୍ୟାମ ସୁନ୍ଦର ବରିହା ଜଣେ ଦଲାଲ ଜରିଆରେ କାମ ପାଇଁ ତାମିଲନାଡୁ ସେଲମ ଜିଲ୍ଲାକୁ ଯାଇଥିଲେ । ସେମାନେ ସେଠାରେ ଇଟା ଭାଟିରେ କାମ କରିବେ ଏବଂ ସେମାନଙ୍କୁ ଭଲ ଦରମା ଦିଆଯିବା ସହ ସବୁ ସୁବିଧା ଦିଆଯିବ ବୋଲି କହିଥିଲା ଦାଦନ । ହେଲେ ସେଠି ପହଞ୍ଚିବା ପରେ ସ୍ଥିତି ଥିଲା କିଛି ଭିନ୍ନ ।

ସେଠି ଇଟା ଭାଟି ମାଲିକ ତାଙ୍କୁ ଜୋର ଜବରଦସ୍ତ କାମ କରାଇବା ସହ ତାଙ୍କର ମୋବାଇଲ ଓ ଅନ୍ୟାନ୍ୟ କାଗଜ ପତ୍ର ସବୁ ଛଡାଇ ନେଇଥିଲା। ସାଧାରଣ କଥାରେ ତାଙ୍କୁ ମାଡ ମରାଯାଉଥିବା ଅଭିଯୋଗ କରିଥିଲେ ସେମାନେ । ତେବେ ସେଠୁ କୌଶଳ କ୍ରମେ କ୍ଷେତ୍ର ବରିହା ଖସି ପଳାଇ ଆସିଥିବା ବେଳେ ତାଙ୍କ ବଡ ଭାଇ ଶ୍ୟାମ ସୁନ୍ଦର ବାରିହାକୁ ମାଲିକ ଅଟକ ରଖିଥିବାର ସେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଶୁକ୍ରବାର ତାଙ୍କ ମାଆ ସହ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.