ବଲାଙ୍ଗୀର: ବିଶ୍ବବାସୀଙ୍କୁ ଅଣାୟତ କରି ସାରିଲାଣି ଏହି ମହାମାରୀ କୋରୋନା । ତେବେ ଏହି ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଲକଡାଉନ ଅବଧିକୁ ବଳବତ୍ତର ରଖିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର ନବୀନ ପଟ୍ଟନାୟକ । କିନ୍ତୁ ଏହି ଲକଡାଉନ ବଢାଇ ଦେଇଛି ବଲାଙ୍ଗୀର ରିକ୍ସା ଚାଳକଙ୍କ ଦୁଃଖ । ଦିନ ତମାମ ଲୋକଙ୍କୁ ପରିବହନ କରି ଯେତିକି ରୋଜଗାର କରନ୍ତି ସେଥିରେ ନିଜ କୁଟୁମ୍ବ ପାଳିଥାନ୍ତି ଏହି ରିକ୍ସା ଚାଳକ ମାନେ । ତେବେ ଲକ ଡାଉନ ଏମାନଙ୍କ ରୋଜଗାରର ପନ୍ଥା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।
ଏହି ଲମ୍ବା ଲକଡାଉନରେ ଯାହା କିଛି ତାଙ୍କ ପାଖରେ ଥିଲା ତାହା ଏବେ ସାରି ଯାଇଛି । ଯାହା ଫଳରେ ଏମାନ ନିଜ ତଥା ପରିବାର ପେଟ ପୋଷିବାରେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଗରିବ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ସରକାରଙ୍କର ଏଯାବତ ନଜର ପଡ଼ିନି ଏହି ରିକ୍ସା ଚାଳକଙ୍କ ଉପରେ । କିଛିଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ କିଛି ଜଣଙ୍କ ପାଖରେ ରାସନ କାର୍ଡ ନ ଥିବାରୁ ସେମାନେ ଏହି ସହାୟତାରୁ ବଞ୍ଚିତ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତରେ ସରକାରଙ୍କ ସହୟତା ନିହାତି ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ