ETV Bharat / state

ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି

author img

By

Published : Oct 18, 2022, 8:58 PM IST

Updated : Oct 18, 2022, 9:39 PM IST

ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି । ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବିରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି
ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି

ବଲାଙ୍ଗୀର: ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି । ପ୍ରସିଦ୍ଧ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀକୁ ଉପେକ୍ଷା ଅଭିଯୋଗ କଲେ ବଲାଙ୍ଗୀରବାସୀ । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କୋଶଳ ମୁକ୍ତିମୋର୍ଚ୍ଚା । ବଲାଙ୍ଗୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର । ତେଣୁ ହରିଶଙ୍କରଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି କରିଛନ୍ତି ବଲାଙ୍ଗୀର ଜନ ସାଧାରଣ । ଏହି ରୋପ ୱେ ନିର୍ମାଣ ଦାବିରେ ପ୍ରଥମରୁ କୋଶଳ ମୁକ୍ତି ମୋର୍ଚ୍ଚା ତିନି ଦିନ ଧରି ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲା । ସେହିପରି ଖପ୍ରାଖୋଲା ବ୍ଲକ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।

ହେଲେ ଏହି ଦାବିକୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି କୋଶଳ ମୁକ୍ତି ମୋର୍ଚ୍ଚା । ଏନେଇ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯାହାକୁ ବଲାଙ୍ଗୀର ଜିଲ୍ଲା କୋଶଳ ସମନ୍ବୟ ସମିତି ସହିତ ଅନେକ ସଙ୍ଗଠନ ସମର୍ଥନ ଦେଇ ଧାରଣାରେ ବସିଛନ୍ତି । ତେବେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ ।

ଏବାଦରେ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ ଏସ ଆଚାର୍ଯ୍ୟ କହିଥିଲେ, "ହରିଶଙ୍କରଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବିରେ ଆମେ ଜଳ ସତ୍ୟାଗ୍ରହ କରିଥିଲୁ । ହେଲେ କେହି କର୍ଣ୍ଣପାତ କରିନଥିଲେ । ତେଣୁ ଆମେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛୁ । ଆମର ଦାବି ପୂରଣ ନ ହେଲେ ଆମେ ବିଧାନସଭା ଘେରାଉ କରିବୁ । ନବୀନ ନିବାସ ଘେରାଉ କରିବୁ ।" ସେହିପରି ଅନ୍ୟ ଜଣେ ଆନ୍ଦୋଳନକାରୀ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ ରବି ମିଶ୍ର କହିଛନ୍ତି, " ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବିରେ ଏହି ଗଣ ଧାରଣା ଦିଆଯାଇଛି । ଏହି ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲା କୋଶଳ ସମନ୍ବୟ ସମିତି ସହିତ ଅନେକ ସଙ୍ଗଠନ ସମର୍ଥନ ଦେଇଛନ୍ତି । ଆମର ଦାବି ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ । "

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 18, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.