ETV Bharat / state

ବଲାଙ୍ଗୀରରେ ଗାଈଖାଇ ଇକୋ ଟୁରିଜମ ଉଦଘାଟିତ - ବହୁ ପ୍ରତୀକ୍ଷିତ ଗାଈଖାଇ ଇକୋ ଟୁରିଜମ

ବହୁ ପ୍ରତୀକ୍ଷିତ ଗାଈଖାଇ ଇକୋ ଟୁରିଜମ ଗତକାଲି ଓଡିଶା ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଈଖାଇରେ ଏଥର ଜମିବ ପର୍ଯ୍ୟଟକଙ୍କ ଭିଡ। ଅଧିକ ପଢନ୍ତୁ

gaikhai eco tourism centre
gaikhai eco tourism centre
author img

By ETV Bharat Odisha Team

Published : Nov 6, 2023, 7:26 AM IST

Updated : Nov 6, 2023, 2:10 PM IST

gaikhai eco tourism centre

ବଲାଙ୍ଗୀର: ବଲାଙ୍ଗୀର ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ। ବହୁ ପ୍ରତୀକ୍ଷିତ ଗାଈଖାଇ ଇକୋ ଟୁରିଜମ ଉଦଘାଟିତ ହୋଇଛି । ଗତକାଲି ଓଡ଼ିଶା ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉଦଘାଟନ କରିଛନ୍ତି । ଆମୋଦ ପ୍ରମୋଦ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଈଖାଇରେ ଏଥର ଜମିବ ପର୍ଯ୍ୟଟକଙ୍କ ଭିଡ଼ । ବିଭିନ୍ନ ପ୍ରକାରର ବୋଟିଂ ସହ ଆକ୍ବା ସ୍ପୋର୍ଟ୍ସର ମିଳିବ ମଜା । ତେବେ ବଲାଙ୍ଗୀର ସଦର ମହକୁମାଠାରୁ 35 କିମି ଦୂରରେ ଆଗଲପୁର ବ୍ଲକରେ ଅବସ୍ଥିତ ଏହି ଗାଇଖାଇ ପ୍ରକଳ୍ପ । 26 ନମ୍ବର ଜାତୀୟ ରାଜପଥ ଲୋଇସିଂହା ସାଲେଭଟା ମଧ୍ୟରେ ଏହାର ଅବସ୍ଥିତି ।

ଜିଲ୍ଲା ଓ ଜିଲ୍ଲା ବାହାର ପର୍ଯ୍ୟଟକ ଏଠାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି । ବିଶେଷ କରି ଶୀତ ସମୟରେ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମି ଆସୁଥିଲା । ତେଣୁ ଏହାର ବିକାଶ ପାଇଁ ସବୁ ବେଲେ ଦାବି ହୋଇ ଆସୁଥିବା ବେଳେ ଏବେ ଏହା ପୁରଣ ହୋଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 73 ଲକ୍ଷ ଟଙ୍କାର ପ୍ରାଥମିକ ପର୍ଯ୍ୟାୟରେ ଅନୁଦାନ ଆସିଥିଲା । ଯେଉଁଥିରେ ଗାଇଖାଇ ପ୍ରକଳ୍ପରେ ଇକୋ ଟୁରିଜମର ବିକାଶ ପାଇଁ ଖର୍ଚ୍ଚ କରା ଯାଇଛି । ସେପଟେ ଏହି ଇକୋ ଟୁରିଜମ ଆରମ୍ଭ ପ୍ରଥମ ଦିନରୁ ହିଁ ଏଠି ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିକ୍ଷିତ ହୋଇଛି । ସମସ୍ତେ ପ୍ରାକୃତିକ ମନୋରମ ଦୃଶ୍ୟ ସହିତ ଜଳ କ୍ରୀଡ଼ା ଓ ବୋଟିଂର ବେଶ ମଜା ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ଇକୋ ଟୁରିଜିମ ଉଦଘାଟିତ, ପର୍ଯ୍ୟଟକଙ୍କ ଜମୁଛି ଭିଡ଼

ସେହିପରି ବଣଭୋଜି ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି । ତେବେ ଏନେଇ ବଲାଙ୍ଗୀରର ଜଣେ ପର୍ଯ୍ୟଟକ ରଘୁନାଥ ନାୟକ କହିଛନ୍ତି ଯେ, ଏହି ଗାଈଖାଇକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକେ ଆସିଥାନ୍ତି । ବିଶେଷ କରି ଶୀତ ଋତୁରେ ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନ ଲୋଭା ହୋଇଥାଏ । ସେହିପରି ଏହି ସମୟରେ ବିଦେଶୀ ପକ୍ଷୀ ମଧ୍ୟ ଏଠାକୁ ଆସିଥାନ୍ତି। ସେପଟେ ଏହି ସ୍ଥଳୀର ବିକାଶ ନିମନ୍ତେ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଯେଉଁଥିରେ ଏବେ ସରକାର ଏହାର ବିକାଶ କରିଛନ୍ତି । ଏଠି ବୋଟିଂ ସହ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ସୁବିଧା ମଧ୍ୟ କରିଛନ୍ତି । ତେବେ ଏହାଦ୍ୱାରା ଆହୁରି ପର୍ଯ୍ୟଟକ ଆସିବେ ଓ ସ୍ଥାନୀୟ ତଥା ଜିଲ୍ଲାର ଅର୍ଥନୈତିକ ବିକାଶରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 6, 2023, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.