ETV Bharat / state

Fake certificate racket: ମିଛ ପ୍ରମାଣପତ୍ର ସତ ଚାକିରି, ପୋଲିସ ହାତରେ ଫେକ ସାର୍ଟିଫିକେଟ ରାକେଟ - ବିଶ୍ୱବିଦ୍ୟାଳୟ ଓ ବୋର୍ଡ ର ଜାଲ ସାର୍ଟିଫିକେଟ

ନକଲି ସାର୍ଟିଫିକେଟ ରାକେଟକୁ ଧରିଛି ବଲାଙ୍ଗୀର ପୋଲିସ । ସହରର ଗୋଟିଏ କୋଚିଂ ସେଣ୍ଟର ଉପରେ ରେଡ଼ । କୋଚିଂ ସେଣ୍ଟରର ମାଲିକ ସହ ୧୦ଜଣ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

ନକଲି ସାର୍ଟିଫିକେଟ ରାକେର୍ଟକୁ ଧରିଛି ବଲାଙ୍ଗୀର ପୋଲିସ

author img

By

Published : Mar 25, 2023, 8:57 PM IST

ନକଲି ସାର୍ଟିଫିକେଟ ରାକେର୍ଟକୁ ଧରିଛି ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ବିନା ପାଠପଢାରେ ଦେଉଥିଲେ ବଡବଡ ନାମୀଦାମୀ କଲେଜର ପ୍ରମାଣପତ୍ର । ବାସ୍‌ ଏଥିପାଇଁ ଦବାକୁ ପଡୁଥିଲା 50 ହଜାରରୁ ଲକ୍ଷେ । ବିନା ପରିଶ୍ରମରେ ସାର୍ଟିଫିକେଟ ହାତେଇ ବଡ ବଡ ଚାକିରି ପାଉଥିଲେ ଅନେକ ଯୁବକଯୁବତୀ । ନକଲି ସାର୍ଟିଫିକେଟ ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗକୁ ଧରିଛି ବଲାଙ୍ଗୀର ପୋଲିସ ।

ବଲାଙ୍ଗୀରରେ ଦେଶର ସବୁ ନାମୀଦାମି ବିଶ୍ୱବିଦ୍ୟାଳୟ ଓ ବୋର୍ଡର ଜାଲ ସାର୍ଟିଫିକେଟ ତିଆରି କରୁଥିଲା ଏହି ରାକେଟ । ଏହି ସାର୍ଟିଫିକେଟରେ ଅନେକ ଲୋକ ସରକାରୀ ଚାକିରି କରିଥିବାର ପୋଲିସ ତଦନ୍ତରେ ସ୍ପଷ୍ଟ ହୋଇଛି । ଏପରି ନକଲି ସାର୍ଟିଫିକେଟ କାରବାର ଚାଲିଥିଲା ବଲାଙ୍ଗୀର ସହରର ରିଲାଏନ୍ସ କୋଚିଂ ସେଣ୍ଟରରେ ।

ଏହା ମଧ୍ୟ ପଢନ୍ତୁ:ଚାଷକାର୍ଯ୍ୟରେ ଡ୍ରୋନ ବ୍ୟବହାର କରିବେ ଯାଜପୁର ଚାଷୀ: ବଞ୍ଚିବ ସମୟ, ରହିବନି ସାପ କାମୁଡା ଭୟ !

ଗତକାଲି(ଶୁକ୍ରବାର) ପୋଲିସ ସମ୍ପୃକ୍ତ କୋଚିଂ ସେଣ୍ଟରର ମାଲିକ ସହ ୧୦ଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖିଛି । ପୋଲିସ ସମ୍ପୃକ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରି ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ସହ, କଲର ପ୍ରିଣ୍ଟର, ଜେରକ୍ସ ମେସିନ, କମ୍ପୁଟର, ବିଭିନ୍ନ ସରକାରୀ ଅଧିକାରୀଙ୍କ ନକଲି ସିଲ ଷ୍ଟାମ୍ପ, ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ବୋର୍ଡର ନକଲି କାଗଜ ପତ୍ର ସବୁ ପୋଲିସ ଜବତ କରିଛି । ସେହିପରି କମ୍ପୁଟର ମଧ୍ୟରେ ଥିବା ନକଲି ଜାଲ ସାର୍ଟିଫିକେଟର ତଥ୍ୟ ମଧ୍ୟ ପୋଲିସ ହାତରେ ଲାଗିଛି । ସାର୍ଟିଫିକେଟ ଘଟଣା ପୋଲିସର ତନାଘନା ଜାରି ରଖିଛି ।

ତେବେ ଏହି କୋଚିଂ ସେଣ୍ଟର ଆଳରେ ନକଲି ସର୍ଟିଫିକେଟର କାରବାର ଚାଲିଥିବା ବଲାଙ୍ଗୀର ଏସପି ନୀତିନ କୁସଲକର କହିଛନ୍ତି । ଏସପିଙ୍କ ସୂଚନା ଅନୁଯାୟୀ, ନକଲି ମାର୍କସିଟ୍ ନେଇ ଡାକଘର ବିଭାଗରୁ ଅଭିଯୋଗ ପାଇବା ପରେ ପୋଲିସ ଏହା ଉପରେ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ବଲାଙ୍ଗୀରରେ ପୋଷ୍ଟ ମାଷ୍ଟର, ସହାୟକ ପୋଷ୍ଟ ମାଷ୍ଟର ଓ ଡାକ ସେବା ସହାୟକ ପଦବୀ ବାହାରିଥିଲା । ଯାହା ପାଇଁ ସତାଧିକ ଆବେଦନ କାରୀ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ତେବେ ଏହି ଆବେଦନ ଅଧ୍ୟରେ 37 ଜଣଙ୍କ ମାଟ୍ରିକ ସାର୍ଟିଫିକେଟ ୟୁପି ରାଜ୍ୟ ଶିକ୍ଷା ପରିଷଦ ବୋର୍ଡର ଥିବା ବେଳେ ସେମାନେ 600 ମାର୍କରୁ 598 ମାର୍କ ରଖିଥିଲେ । ଯାହାକୁ ନେଇ ସନ୍ଦେହ କରି ଡାକ ବିଭାଗ ପୋଲିସରେ ଖବର ଦେଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.