ETV Bharat / state

ଜାଲ ସାର୍ଟିଫିକେଟ ରାକେଟ ଜାଲରେ ବଲାଙ୍ଗୀର ! ଉତ୍ତର ପ୍ରଦେଶରୁ ଆସୁଛି ମାଟ୍ରିକ, ଯୁକ୍ତଦୁଇ ସାର୍ଟିଫିକେଟ

ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ । ପୋଷ୍ଟାଲ ଚାକିରି ପାଇଁ ଆବେଦନ କରିଥିବା 37ରୁ ଊର୍ଦ୍ଧ୍ବ ଆବେଦନକାରୀଙ୍କ ସାର୍ଟିଫିକେଟ ନକଲି ହୋଇଥିବା ଜଣାପଡ଼ିଛି । ଘଟଣାର ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Mar 24, 2023, 6:13 PM IST

fake certificate racket in balangir
ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ବିକ୍ରି ଅଭିଯୋଗ

ବଲାଙ୍ଗୀର: ଟଙ୍କା ଦେଲେ ମିଳୁଛି ସାର୍ଟିଫିକେଟ । ତାହା ପୁଣି 90 ପ୍ରତିଶତ ମାର୍କ ସହିତ । ବଲାଙ୍ଗୀରରେ ଏଭଳି ଏକ ବଡ ଜାଲ ସାର୍ଟିଫିକେଟ ରାକେଟ ଚାଲିଥିବା ଜଣାପଡ଼ିଛି । ଏସବୁ ସାର୍ଟିଫିକେଟ ଉତ୍ତରପ୍ରଦେଶ ବୋର୍ଡର ବୋଲି ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲାରେ ପୋଷ୍ଟାଲରେ ବିଭିନ୍ନ ବର୍ଗରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଶତାଧିକ ଆବେଦନକାରୀ ଆବେଦନ କରିଥିଲେ । ଯାହାର ତର୍ଜମା ପରେ ଅନେକ ଜାଲ ସାର୍ଟିଫିକେଟ ଥିବାର ସନ୍ଦେହ ହୋଇଛି । 37ରୁ ଊର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ବାହାରିଥିବା ବେଳେ ମାମଲାର ଯାଞ୍ଚ ଆରମ୍ଭ ହୋଇଛି ।

ନିକଟରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ପୋଷ୍ଟ ଅଫିସ ପାଇଁ ପୋଷ୍ଟ ମାଷ୍ଟର, ସହାୟକ ପୋଷ୍ଟ ମାଷ୍ଟର ଓ ଡାକ ସେବା ପାଇଁ ଖାଲି ପଦବୀ ପୂରଣ ନେଇ ଆବେଦନ ପତ୍ର ପ୍ରକାଶ ପାଇଥିଲା । ଯେଉଁଥିରେ ଶତାଧିକ ଆବେଦନକାରୀ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିଥିଲେ । ତେବେ ଆବେଦନକାରୀଙ୍କ ସାର୍ଟିଫିକେଟ ତର୍ଜମା ବେଳେ ୩୭ରୁ ଊର୍ଦ୍ଧ୍ବ ମାଟ୍ରିକ ସାର୍ଟିଫିକେଟ ଉତ୍ତର ପ୍ରଦେଶ ରାଜ୍ୟ ଶିକ୍ଷା ବୋର୍ଡ ପରିଷଦର ଥିବାବେଳେ ଏସବୁ ଝାନ୍ସି ସ୍ଥିତ ଏକ ସ୍କୁଲ ବି.ଆର ଆମ୍ବେଦକରର ଥିଲା ଏବଂ ସବୁଠାରୁ ବଡ କଥା ହେଲା ସାର୍ଟିଫିକେଟଧାରୀ 90 ପ୍ରତିଶତରୁ ଊର୍ଦ୍ଧ୍ବ ମାର୍କ ରଖିଛନ୍ତି । ଯେଉଁଥିରେ ଇଂରାଜୀ ବିଷୟରେ 99 ମାର୍କ ରଖିଛନ୍ତି । ସେହିପରି ଅନ୍ୟ ବିଷୟ ଓଡିଆ, ହିନ୍ଦୀ, ବିଜ୍ଞାନ, ଗଣିତ, ଇତିହାସ ଭଳି ବିଷୟରେ ମଧ୍ୟ ସମସ୍ତେ 90 ଉପରେ ମାର୍କ ରଖିଛନ୍ତି । ତେବେ ଏସବୁକୁ ନେଇ ପୋଷ୍ଟାଲ ବିଭାଗ ସନ୍ଦେହ ପ୍ରକାଶ କରି ସମସ୍ତ ଆବେଦନକାରୀଙ୍କ ଅମନା ସାମନା ଯାଞ୍ଚ କରିଥିଲା ।

ପୋଷ୍ଟାଲ ଅଧିକ୍ଷକ ନିଜେ ଏମାନଙ୍କୁ ଇଂରାଜୀରେ କିଛି ସହଜିଆ ଶବ୍ଦ ଲେଖିବା ପାଇଁ କହିବା ସହ ତାଙ୍କ ସ୍କୁଲ କଲେଜର ନା ଇଂରାଜୀରେ ଲେଖିବାକୁ କହିଥିଲେ । ହେଲେ ଏହି ସାର୍ଟିଫିକେଟଧାରୀ ମାନେ ଗୋଟିଏ ଶବ୍ଦ ବି ଲେଖିପାରି ନଥିଲେ । ଯେଉଁଥିରେ ସ୍ପଷ୍ଟ ହୋଇଥିଲା ଯେ, ଏଗୁଡିକ ଜାଲ ସାର୍ଟିଫିକେଟ । ତେବେ ଏନେଇ ବଲାଙ୍ଗୀର ମୁଖ୍ୟ ଡାକ କାର୍ଯ୍ୟାଳୟ ଅଧିକ୍ଷକ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ବିଭାଗ ପକ୍ଷରୁ ୟୁପି ରାଜ୍ୟର ସମ୍ପୃକ୍ତ ସ୍କୁଲ୍‌ ସାର୍ଟିଫିକେଟ ବାବଦରେ ତଦନ୍ତ ଆରମ୍ଭ କରାଯାଇଛି । ବଲାଙ୍ଗୀର ମୁଖ୍ୟ ଡାକ କାର୍ଯ୍ୟାଳୟ ଅଧିକ୍ଷକ ଆର.କେ ପଟ୍ଟନାୟକଙ୍କ କହିବା ଅନୁସାରେ, ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ସେ ସମସ୍ତଙ୍କର ସାର୍ଟିଫିକେଟ ଯାଞ୍ଚ ସମୟରେ ସେଥି ମଧ୍ୟରୁ 37ଟି ସାର୍ଟିଫିକେଟ ଜାଲ୍‌ ଥିବାର ସନ୍ଦେହ କରିଥିଲେ । ସେହି ଆବେଦନକାରୀଙ୍କୁ ଡାକି ଅଧିକ ଯାଞ୍ଚ କରିଥିଲେ । ତେବେ ଏହି ଆବେଦନକାରୀମାନେ ପାଟଣାଗଡ, ଟିଟିଲାଗଡ଼ ଓ ଲୋଇସିଂହା ଅଞ୍ଚଳର ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ଜାଲ ସାର୍ଚିଫିକେଟ କିଣିଥିବା ନେଇ ଜଣେ ଆବେଦନକାରୀ ସ୍ବୀକାର କରିଛନ୍ତି ।

ସମ୍ପୃକ୍ତ ଆବେଦନକାରୀ 50 ହଜାର ଟଙ୍କା ଦେଇ ଉତ୍ତରପ୍ରଦେଶରୁ ଏହି ମାଟ୍ରିକ ସାର୍ଟିଫିକେଟ କିଣିଥିବାର ସେ କହିଛନ୍ତି । ଜଣେ ଶିକ୍ଷକଙ୍କଠାରୁ ସାର୍ଟିଫିକେଟ କିଣି ଥିବାର ସ୍ୱୀକାର କରିଥିବା ଅଧିକ୍ଷକ କହିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଏହାର ଏକ ବଡ ରାକେଟ ଚାଲି ଥିବାର ସେ ସନ୍ଦେହ କରିଛନ୍ତି । ଯାହା ଫଳରେ ଯୋଗ୍ୟ ଆବେଦନକାରୀମାନେ ଚାକିରିରୁ ବଞ୍ଚିତ ହେଉଥିବା ସେ କହିଛନ୍ତି । ପୋଲିସ ଏହା ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉ ବୋଲି ସେ ଦାବି କହିଛନ୍ତି । ତେବେ ଜିଲ୍ଲାରେ ପୂର୍ବରୁ ବିଇଡି, ପିଜି, ମାଟ୍ରିକ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ଭଳି ସାର୍ଟିଫିକେଟ ଲକ୍ଷାଧିକ ଟଙ୍କାରେ ମିଳୁଥିବାର ଅଭିଯୋଗ ହୋଇଆସୁଛି । କିଛି ଯୁବକ ଯୁବତୀ ସରକାରୀ ଚାକିରି ହାତେଇବା ପାଇଁ ଟଙ୍କା ଖର୍ଚ୍ଚ କରି ସାର୍ଟିଫିକେଟ କିଣି ଚାକିରି କରୁଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟ ରାଜ୍ୟର ସାର୍ଟିଫିକେଟ କିପରି ଏଠାରେ ମିଳୁଛି ଏବଂ ଏହି ମାମଲାରେ ପୋଲିସ କଣ ପଦକ୍ଷେପ ନେଉଛି ତାହା ଉପରେ ସଭିଙ୍କ ନଜର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.