ବଲାଙ୍ଗୀର : ଗୋଟିଏ ପଟେ କୋରୋନା ତ ଅନ୍ୟପଟେ ନିର୍ବାଚନ ଆଚରଣ ବିଧି । ସବୁକୁ ଖୁଲମ ଖୁଲା ଉଲଂଘନ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ହଜାର ହଜାର ଲୋକଙ୍କୁ ନେଇ କଲେ ନିର୍ବାଚନ ପ୍ରଚାର ।
କରୋନା କଟକଣା ଓ ନିର୍ବାଚନ ଆଚରଣ ବିଧିର ଧଜିଆ ଉଡାଇଲେ ମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ କଟକଣାକୁ ଫୁ କରି ନିର୍ବାଚନୀ ସଭା କରିଛନ୍ତି । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅଞ୍ଚଳରେ ।
ନିର୍ବାଚନ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲଘଂନ କରି ଶହ ଶହ କର୍ମୀଙ୍କ ଗହଣରେ ସଭା କରିଛନ୍ତି । ୫ ନମ୍ବର ଜୋନ ପାଇଁ ରୁଷୁଡା ଓ ୬ ନମ୍ବର ଜୋନ ପାଇଁ ଗୁଡଭେଲା ଖେଳ ପଡିଆରେ ବ୍ଳକ ସଭାପତି ଅରୁଣ ପଧାନଙ୍କ ନେତୃତ୍ୱରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ ।
ଏହାବି ପଢନ୍ତୁ :Budget Session: ଜୁଏଲଙ୍କ ପ୍ରଶ୍ନ, ଅଶ୍ବିନୀଙ୍କ ଉତ୍ତର
ବ୍ଳକର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ୫ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ ପଣ୍ଡା ଏବଂ ୬ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନିବାସ ଅଗ୍ରୱାଲଙ୍କ ଦଳୀୟ ପ୍ରାର୍ଥୀଙ୍କୁ ଏକଜୁଟ ହେଇ ବିପୁଳ ପରିମାଣରେ ଭୋଟ ବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିସହ ବ୍ଳକ ଅଧ୍ୟକ୍ଷ ଆସନ ମଧ୍ୟ ନିଜର ଅକ୍ତିଆରକୁ ଆଣିବା ପାଇଁ ଦଳକୁ ସର୍ମଥନ କରୁଥିବା ସମିତି ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀଙ୍କୁ ମଧ୍ୟ ଜିତେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜଭୁତ କରିବା ପାଇଁ ନେଇ ଟୁକୁନି ସାହୁ ମତ ପ୍ରକାଶ କରିଥିଲେ । ଏଥିରେ ବ୍ଳକର ୧୩ଟି ପଞ୍ଚାୟତର ବିଜେଡି ଦଳ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ଥିଲେ ।ଏହାସହ ବହୁ ଦଳୀୟ କର୍ମୀ ଓ ବରିଷ୍ଠ ନେତା ଉପସ୍ଥିତ ଥିବାବେଳେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ