ETV Bharat / state

ବୃଦ୍ଧି ପାଉଛି କଫ୍ ସିରପ୍ ନିଶା କାରବାର - ଅବୈଧ ଭାବରେ କଫ୍ ସିରପ୍ ନିଶା କାରବାର

ବଲାଙ୍ଗୀର ଜିଲ୍ଲାରେ ଅବୈଧ ଭାବରେ କଫ୍ ସିରପ୍ ନିଶା କାରବାର ବୃଦ୍ଧି ପାଉଛି। ଏହାକୁ ନେଇ ତତ୍ପର ହୋଇ ଉଠିଛି ପୋଲିସ। ଆଗକୁ ପଢନ୍ତୁ...

cough syrup drugs taken by students
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Dec 3, 2019, 10:17 PM IST

ବଲାଙ୍ଗୀର: ଜିଲ୍ଲାରେ ଅବୈଧ ଭାବରେ କଫ୍ ସିରପ୍ ନିଶା କାରବାର ବୃଦ୍ଧି ପାଉଛି। ଏହାକୁ ନେଇ ତତ୍ପର ହୋଇ ଉଠିଛି ପୋଲିସ । ଜିଲ୍ଲାର ପୁଇଁତଲା ଠାରେ 17ହଜାର କଫ୍ ସିରପ୍ ବୋତଲ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଥିଲା ପୋଲିସ। ସେହିପରି ସୋମବାର ପାଟଣାଗଡଠାରେ 16ହଜାର କଫ୍ ସିରପ ବୋତଲ ଜବତ କରିଥିଲେ ପୋଲିସ୍ ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବଲାଙ୍ଗୀରରେ ତୀବ୍ର ଭାବରେ କଫ୍ ସିରପ ବିକ୍ରି ହେଉଛି । ଏହା ସୁଲଭ ଦରରେ ଉପଲବ୍ଧ ହେଉଥିବାରୁ ଯୁବପିଢି ଅଧିକ ଆକର୍ଷିତ ହେଉଛନ୍ତି । ସେପଟେ ଯୁବପିଢିଙ୍କ ନିଶା, ବେପାରୀଙ୍କୁ ମାଲାମାଲ୍ କରୁଛି । ତେବେ ପୋଲିସ ଏହି ଅସାଧୁ ବେପାରୀଙ୍କୁ ଧରିବାରେ ପ୍ରୟାସ ଜାରି ରଖିଛି । କେବଳ ଅସାଧୁଙ୍କ ସାବାଡ୍ କଲେ, ଏହାର ସମାଧାନ ହୋଇପାରିବ ନାହିଁ । ଲୋକଙ୍କୁ ମଧ୍ୟ ସଚେତନ ହେବାକୁ ପଡିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏଥିପାଇଁ ସହରର କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ କରାଯାଇଥିଲା। ସେହିପରି ସହରରେ ଏକ ବିରାଟ ଶୋଭାଯାତ୍ରା କରି ଲୋକଙ୍କୁ ତଥା ଯୁବ ପିଢିଙ୍କୁ ଏହି କୋଡିନ୍ ଯୁକ୍ତ କଫ୍ ସିରପରୁ ଦୂରେଇ ରହିବା ପାଇଁ ଅର୍ଥାତ ବ୍ୟବହାର ନ କରିବାକୁ ଆହ୍ୱାନ ଦିଆଯାଇଛି। ଲୋକେ ସଚେତନ ହେଲେ ଯାଏଁ ଏହି ନିଶା କାରବାର ରୋକା ଯାଇ ପାରିବ ବୋଲି ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀରରେ ଅବାଧ ଭାବରେ କଫ ସିରପ ନିଶା କାରବାର ବୃଦ୍ଧି ପାଉଛି। ଗୋଟିଏ ପଟେ ଏହାକୁ ରୋକିବା ପାଇଁ ପୋଲିସ ର ଧର ପକଡ ଜୋର୍ଡାବର ହୋଇଥିବା ବେଳେ ଅନ୍ୟପଟେ ଏହାର ସେବନ ଓ ଅପବ୍ୟବହାର ରୋକିବା ପାଇଁ ମଧ୍ୟ ପୋଲିସ ଅନ୍ତ ଭିଡ଼ିଛି। ଯେଉଁଥିରେ ପୋଲିସ ସହରରେ ଲୋକଙ୍କୁ ସଚେତନ କରିବା ର କରିଛି ପ୍ରୟାସ ।

Body:ବଲାଙ୍ଗୀରରେ ଅବାଧ ଭାବରେ କଫ ସିରପ ନିଶା କାରବାର ବୃଦ୍ଧି ପାଉଛି। ଗୋଟିଏ ପଟେ ଏହାକୁ ରୋକିବା ପାଇଁ ପୋଲିସ ର ଧର ପକଡ ଜୋର ଦାର କରିଛି। ଏବଂ ଏଥିରେ ନିକଟରେ ପୁଇଁତଲା ଠାରେ 17 ହଜାର କଫ ସିରପ ବୋତଲ ଜବତ କରିଥିବା ବେଲବ ତିନି ଜଣଙ୍କୁ ଗିରଫ କରିଥିଲା । ସେହିପରି ଗତକାଲି ପାଟଣାଗଡ଼ ଠାସରେ 16 ହଜାର କଫ ସିରପ ବୋତଲ ଜବତ କରିଥିଲା ପୋଲିସ । ଏହାର ଅର୍ଥ ହେଉଛି ବଲାଙ୍ଗୀରରେ ଏହା ବ୍ୟାପକ ମାତ୍ରାରେ ବିକ୍ରି ଚାଲିଛି ତେବେ ଏହି କଡିନ ଯୁକ୍ତ କଫ ସିରପ ନିଷିଦ୍ଧ ଥିବା ବେଳେ ଏହାକୁ ନିଶା ଆକାରରେ ବ୍ୟବହାର କରାଯାଉଛି। ଏବଂ ଏହାର ଭୁକ୍ତ ଭୋଗି ଯୁବ ପିଢ଼ି ହେଉଥିବା ବେଳେ କାମ ଦାମରେ ଓ ସୁଲଭ ଭାବରେ ଏହା ମିଳି ଯାଉଛି । ସେପଟେ ଯୁବ ପିଢୀକୁ ନିଶାଖୋର କରି ମଲେମାଲ ଏହାର ବେପାରୀ । ତେବେ ପୋଲିସ ଏହି ଅଶାଧୁ ବେପାରୀଙ୍କୁ ଧରିବାର ପ୍ରୟାସ ଜାରି ରଖିଛି। ହେଲେ କେବଳ ଏମାନଙ୍କୁ ଶାବାଡ଼ କଲେ ହେବ ନାହିଁ ଲୋକଙ୍କୁ ମଧ୍ୟ ଏ ଦିଗରେ ସଚେତନ କରିବାକୁ ପଡିବ । ଜାହାପାଇଁ ବଲାଂଗୀର ଡ୍ରଗ୍ସ କାର୍ଯ୍ୟାଳୟ କିମ୍ବା ସ୍ବାସ୍ତ୍ୟ ବିଭାଗ ତାତ୍ପରତା ଦେଖାଇ ନ ଥିବା ବେଳେ ପୋଲିସ ନିଜେ ଏହା ପାଇଁ ଆଜି ପଦକ୍ଷେପ ନେଇଛି। ଏବଂ ସହରର କଲେଜ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କୁ ନେଇ ଏକ ସଚେତନ ସଭା ଅନୁଷ୍ଠିତ କରିଥିଲା । ସେହିପରି ସହରରେ ଏକ ବିରାଟ ଶୋଭାଯାତ୍ର କରି ଲୋକଙ୍କୁ ତଥା ଯୁବ ପିଢିଙ୍କୁ ଏହି କୋଡ଼ିନ ଯୁକ୍ତ କଫ ସିରପ ରୁ ଦୁରେଇ ରହିବା ଅର୍ଥାତ ବ୍ୟବହାର ନ କରିବା ପାଇଁ ଆହ୍ୱାନ ଦେଇଛି । ଏବଂ ଲୋକେ ସଚେତନ ହେଲେ ଯାଏଁ ଏହି ନିଶା କାରବାର ରୋକା ଯାଇ ପାରିବ ବୋଲି ବଲାଂଗୀର ଏସପି କହିଛନ୍ତି ।
ବାଇଟ ସନ୍ଦୀପ ମଦକର ଏସ ପି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.