ETV Bharat / state

ବଲାଙ୍ଗୀରରେ ମମିତା ତାତି: ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ

author img

By

Published : Oct 21, 2021, 4:16 PM IST

ବଲାଙ୍ଗୀରରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତାତି ଥମି ନଥିବାବେଳେ ସବୁ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯେଉଁ ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ମଧ୍ୟ ଓହ୍ଲାଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ମମିତା ତାତୀ: ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାରେ ଏବେ ବଲାଙ୍ଗୀର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଭିନ୍ନ ସଂଗଠନ ମମିତା ମେହେରଙ୍କ ନ୍ୟାୟ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯେଉଁଥିରେ ବଲାଙ୍ଗୀର ନଗର କଂଗ୍ରେସ, ବଲାଙ୍ଗୀର ମହିଳା କଂଗ୍ରେସ, ବଲାଙ୍ଗୀର ଯୁବ କଂଗ୍ରେସର ସଦସ୍ୟମାନେ ଏହି ଧାରଣାରେ ସାମିଲ ହୋଇଥିଲେ।

ତେବେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ନାରୀହନ୍ତା ବୋଲି କହିଛି । ୟୁପିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ହତ୍ୟା କରିଥିବାବେଳେ ଓଡ଼ିଶାରେ ବିଜେଡି ଗୃହମନ୍ତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସାମିଲ ଥିବାର କଂଗ୍ରେସ ଅଭିଯୋଗ କରିଛି। ସେହିପରି ଶିକ୍ଷାନୁଷ୍ଠାନରେ ଏହି ମନ୍ତ୍ରୀ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି । ଏଥିସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯାହାପାଇଁ କଂଗ୍ରେସର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.