ETV Bharat / state

ବିକାଶ ପଥରେ ବଲାଙ୍ଗୀର, ୮୧୦ କୋଟିର ଭିତ୍ତିପ୍ରସ୍ତର ସ୍ଥାପନ - ଟିଟିଲାଗଡରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କାର୍ଡ

ଟିଟିଲାଗଡରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ BSKY କାର୍ଡ ବଣ୍ଟନ ସହ ବିଭିନ୍ନ କାର୍ଯ୍ୟର ଉଦଘାଟନ କରିବା ପରେ ପାଟନାଗଡ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

ବିକାଶ ପଥରେ ବଲାଙ୍ଗୀର, ୮୧୦ କୋଟିର ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Sep 22, 2021, 1:20 PM IST

Updated : Sep 22, 2021, 8:26 PM IST

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କାର୍ଡ ସହ 810 କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଓ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରକଳ୍ପ ଘୋଷଣା କରିଛନ୍ତି । ବଲାଙ୍ଗୀରରେ ଆଜି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରଶୁଭାରମ୍ଭ କରିଛନ୍ତି ।

ଆଜି ଦିନ ୧୧ ଟା ବେଳେ ବଲାଙ୍ଗୀରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଯୋଗେ ବଲାଙ୍ଗୀରର ଟିଟିଲାଗଡ ଠାରେ ଆସି ପହଞ୍ଚିଛନ୍ତି । ଟିଟିଲାଗଡ ମହିଳା ମହାବିଦ୍ୟାଳୟ ପଡ଼ିଆରେ ହୋଇଥିବା ସାଧାରଣ ସଭାରେ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଏହି କାର୍ଡ ଅଧିନରେ ମହିଳାଙ୍କୁ ମିଳିବ ବାର୍ଷିକ ୧୦ ଲକ୍ଷର ଚିକିତ୍ସା ସୁବିଧା ।

ବିକାଶ ପଥରେ ବଲାଙ୍ଗୀର, ୮୧୦ କୋଟିର ଭିତ୍ତିପ୍ରସ୍ତର ସ୍ଥାପନ

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରୁଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ଯୋଗାଇ ଦିଆଯିବ । ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହା କାର୍ଡରେ ରାଜ୍ୟର ୯୬ ଲକ୍ଷ ଲୋକ ପରିବାର ଉପକୃତ ହେବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ଲୋକେ ଉପକୃତ ହେବେ । ବଲାଙ୍ଗୀରର ସାଢେ ୪ ଲକ୍ଷ ପରିବାର ଏହି ଯୋଜନାର ସାମିଲ ହେବେ । ଏହି ଯୋଜନାରେ ରାଜ୍ୟର ସାଢେ ୩ କୋଟି ଲୋକେ ଉପକୃତ ହେବେ । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଲୋକେଙ୍କୁ କୌଣସୁ କାଗଜ ପତ୍ର ବା ଡକୁମେଣ୍ଟର ଆବଶ୍ୟକତା ନାହିଁ । ଦେଶର ୨୦୦ ହସପିଟାଲରେ ବିଜୁ ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇପାରିବେ । ସ୍ମର୍ଟ ହେଲଥ କାର୍ଡରେ ବାର୍ଷିକ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ଏ ଭଳି ସୁବିଧା ସାରା ଦେଶରେ ଓଡିଶା ଏକମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଟିଟିଲାଗଡ, ବଙ୍ଗୋମୁଣ୍ଡା, ମୁରି ବାହାଲ୍, ତୁରେକେଲା ସଇଁତଳା, ଦେଓଗାଁ, ଗୁଡ଼ଭେଲା ଇତ୍ୟାଦି ବ୍ଲକ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାମର ଉଦଘାଟନ କରିଥିଲେ। ସେହିପରି ଟିଟିଲାଗଡ ପରେ ସେ ପାଟଣାଗଡ଼ ଗସ୍ତ କରି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ଶହ ହରିଶଙ୍କର ପୀଠର ବିକାଶ ଭଳି ଅନ୍ୟାନ୍ୟ ବ୍ଲକ ପାଟଣାଗଡ଼, ବେଲପଡ଼ା, କଣ୍ଟାବାଞ୍ଜ,ଖପ୍ରାଖୋଲ ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିଥିଲେ। ଏବଂ ଶେଷରେ ସେ ବଲାଙ୍ଗୀର ଆସି ସାଧାରଣ ସଭାରେ ଯୋଗ ଦେବାସହ ଲୋକଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରି ଯୋଜନାର ଶୁଭାରମ୍ଭ କରିଥିଲେ। ସେହିପରି ବଲାଙ୍ଗୀର ସହର, ଲୋଇସିଂହା, ଆଗଲପୁର ଓ ପୁଇଁନ୍ତଳା ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଉଦଘାଟନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଗସ୍ତରେ ଜିଲ୍ଲା ପାଇଁ ମୋଟ 230.13 କୋଟି ଟଙ୍କାର ନୂଆ ପ୍ରକଳ୍ପ ଲୋକାର୍ପିତ କରିଥିବାବେଳେ 596.71 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ତେବେ ତାଙ୍କର ଏହି ଗସ୍ତରେ ଟିଟିଲାଗଡରେ ମନ୍ତ୍ରୀ ଦିବ୍ୟଶଙ୍କର, ମନ୍ତ୍ରୀ ଟୁକୁନି ସାହୁ, ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପାଟଣାଗଡ଼ରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ବଲାଙ୍ଗୀରରେ ହୋଇଥିବା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଲୋଇସିଂହା ବିଧାୟକ ମୁକେଶ ମାହଲିଂ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଏହି ଯୋଜନାକୁ ନେଇ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏହା ଓଡ଼ିଶା ବାସୀଙ୍କୁ ଏକ ବଡ଼ ଉପହାର ବୋଲି କହିଥିଲେ। ସମାନ ଭାବରେ ବଲାଙ୍ଗୀର ଜିଲ୍ଲାର ସାଢେ଼ ଚାରି ଲକ୍ଷ ଲୋକ ଏଥିରେ ଉପକୃତ ହେବେ ବୋଲି ଏମାନେ କହିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ବଲାଙ୍ଗୀର ର ଅନ୍ୟାନ୍ୟ ଦାବି ଉପସ୍ଥାପିତ କରିଥିବା ବେଳେ ଏହି ଯୋଜନାରେ କେବଳ ରାସନ୍ କାର୍ଡ ଧାରୀ ଙ୍କୁ ନୁହେଁ ବରଂ ସମସ୍ତଙ୍କୁ ସାମିଲ କରିବାକୁ ଦାବି କରିଥିଲେ।

ଆଜି ବଲାଙ୍ଗୀରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଶିକ୍ଷା,ସ୍ବାସ୍ଥ୍ୟ,ରାସ୍ତାଘାଟ, ଜଳଯୋଗାଣ ସହ ନୂଆ ବସଷ୍ଟାଣ୍ଡ ଆଦି ବହୁତ କାମର ଶୁଭାରମ୍ଭ କରାଯାଇଛି । ୨୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟଟନସ୍ଥଳ ହରିଶଙ୍କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି । ଏହା ସହ ଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟର ହାଇସ୍କୁଲ ଗୁଡିକ ୫ ଟି କାର୍ଯ୍ୟକ୍ରମରେ ରୂପାନ୍ତରୀକରଣ କରାଯାଉଛି । ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ସନ୍ଥଭୀମ ଭୋଇ ମେଡିକାଲ କଲେଜ ପରେ ଉନ୍ନତିକରଣ କରାଯାଉଛି ଯାହା ବଲାଙ୍ଗୀର ବାସୀଙ୍କ ଦୀର୍ଘ ଦିନର ଦାବି ରହିଥିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Sep 22, 2021, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.