ETV Bharat / state

ବରଯାତ୍ରୀଙ୍କ ନାଚ ପାଇଁ ଗଣ୍ଡଗୋଳ: କନ୍ୟା ଭାଇକୁ ଛୁରାମାଡ଼, ଭାଙ୍ଗିଲା ବିବାହ - ଭାଙ୍ଗିଲା ବିବାହ

ବଲାଙ୍ଗୀରରେ କନ୍ୟା ଭାଇକୁ ବର ପକ୍ଷର ଛୁରାମାଡ଼ । ବିବାହ ବନ୍ଦ ପରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଅଧିକ ପଢନ୍ତୁ

Wedding breaks in Balangir
Wedding breaks in Balangir
author img

By

Published : Feb 25, 2023, 9:59 PM IST

କନ୍ୟା ଭାଇକୁ ବର ପକ୍ଷର ଛୁରାମାଡ଼

ବଲାଙ୍ଗୀର: ବିବାହ ଉତ୍ସବ ପାଲଟିଲା ରଣକ୍ଷେତ୍ର । ବିବାହ ଉତ୍ସବରେ କନ୍ୟାର ବଡ଼ ଭାଇ ଓ ଦୁଇ ଜଣଙ୍କୁ ଛୁରାମାଡ଼ କଲେ ବର ପକ୍ଷ । ଏହାପରେ ବିବାହ ବନ୍ଦ ହୋଇଥିବା ବେଳେ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା କନ୍ୟା ବଡ଼ ଭାଇକୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ବର ପକ୍ଷର ନାଚକୁ ନେଇ ଏଭଳି ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ଜିଲ୍ଲା ତୁରେକେଲା ଥାନା ବଡ଼ ବାଙ୍କୀ ପଞ୍ଚାୟତ ମୁରିବାହାଳ ଗ୍ରାମରେ ଘଟିଛି ଏପରି ଘଟଣା ।

ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ଯୁବତୀ ପ୍ରମିଳା ତାଣ୍ଡି ବିବାହ ରାୟପୁର କୁକୁରବେଡ଼ା ଗ୍ରାମର ଜୟନ୍ତ ଛୁରା ସହ ହେବାର ଥିଲା । ଏଥିପାଇଁ ଆଜି ବରଯାତ୍ରୀ ଉକ୍ତ ଗାଁକୁ ଆସିଥିଲେ ଏବଂ ବରଯାତ୍ରୀ ଶୋଭାଯାତ୍ରାରେ ବରକୁ ଗାଁରେ ବୁଲାଇଥିଲେ । ସେପଟେ କନ୍ୟା ଘର ପାଖ ହେବା ବେଳେ ବରଯାତ୍ରୀଙ୍କ ନାଚକୁ ନେଇ କନ୍ୟା ପକ୍ଷ ସହ ଗଣ୍ଡଗୋଳ ଉପୁଜିଥିଲା । ତେବେ ଏହାର ସମାଧାନ ପାଇଁ କନ୍ୟାର ବଡ଼ ଭାଇ ଚିନ୍ତା ତାଣ୍ଡି ଓ ତାଙ୍କ ଦୁଇ ସହଯୋଗୀ ଆଗକୁ ଆସିଥିଲେ। ହେଲେ ଏହି ସମୟରେ ବରପକ୍ଷରୁ କିଛି ଯୁବକ ଗଣ୍ଡଗୋଳ କରିବା ସହ କନ୍ୟାର ବଡ଼ ଭାଇକୁ ଛୁରୀରେ ଆକ୍ରମଣ କରିଥିଲେ ।

ଏହା ବି ପଢନ୍ତୁ- ରିଲରୁ ରିୟଲ ଲାଇଫ, ସାତ ଜନ୍ମର ସାଥି ହେଲେ ରୋଶନ-ମୁନିଆ

ଯେଉଁଥିରେ କନ୍ୟାର ବଡ଼ ଭାଇର ପେଟ ଓ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ସେହିପରି ତାଙ୍କ ସହ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ବରପକ୍ଷର କିଛି ଯୁବକ ସମାନ ଭାବରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣ ପରେ କନ୍ୟା ଘର ଲୋକେ ବିବାହ ବନ୍ଦ କରିବା ସହ ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ। ସେପଟେ ତୁରେକେଲା ପାଖରେ ପୋଲିସ ଅଭିଯୋଗ କରିବା ପରେ ପୋଲିସ ବର ପକ୍ଷର ଦୁଇ ଯୁବକ ଯୋଗିନ୍ଦ୍ର ଛୁରା ଓ ଅଭିନାଶ ଛୁରାକୁ ଗିରଫ କରିଛି।

ସେପଟେ ଗୁରୁତର କନ୍ୟାର ବଡ଼ ଭାଇକୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଘଟଣା ପରେ ଗାଁରେ କିଛି ସମୟ ଉତ୍ତେଜନା ଲାଗି ରହିଥିବା ବେଳେ ବରଯାତ୍ରୀ ଓ ବର ଖାଲି ହାତରେ ଫେରି ଯାଇଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଥିବା ବେଳେ ବରଯାତ୍ରୀରେ ମାଦକ ଦ୍ରବ୍ୟ ଓ ନିଶା ହିଁ ଏହିଭଳି ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.