ETV Bharat / state

Municipal Result: ବଲାଙ୍ଗୀରରେ ବିଜେଡିର ବାଜିମାତ

author img

By

Published : Mar 26, 2022, 6:28 PM IST

ବଲାଙ୍ଗୀର ପୌର ନିର୍ବାଚନରେ ବିଜେଡିର ବାଜିମାତ। ଅଧ୍ୟକ୍ଷା ପଦବୀ ସହ 16ଟି କାଉନସିଲରେ ବିଜୟ ଲାଭ କରିଛି ବିଜେଡି । ଅଧିକ ପଢନ୍ତୁ

Municipal Result: ବଲାଙ୍ଗୀରରେ ବିଜେଡିର ବାଜିମାତ
Municipal Result: ବଲାଙ୍ଗୀରରେ ବିଜେଡିର ବାଜିମାତ

ବଲାଙ୍ଗୀର : ଜିଲ୍ଲା ପୌର ନିର୍ବାଚନରେ ବିଜେଡିର ବାଜିମାତ । ଅଧ୍ୟକ୍ଷା ପଦବୀ ସହ 16ଟି କାଉନସିଲରେ ବିଜୟ ଲାଭ କରିଛି ବିଜେଡି। ତେବେ ଏଠି ପୌର ନିର୍ବାଚନରେ ତ୍ରିମୁଖି ଲଢେ଼ଇ ଥିବା ବେଳେ ବିଜେଡି ବିରୋଧୀଙ୍କୁ ଧରାଶାୟୀ କରି ପୌର ପରିଷଦକୁ କ୍ରମାଗତ ତୃତୀୟ ଥର ପାଇଁ ନିଜ ହାତକୁ ନେଇଛି ।

ଯେଉଁଥିରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥୀନି ଲୀକା ସାହୁ ଏକ ବଡ଼ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ତେବେ ବୋଟାନୀରେ ବଲାଙ୍ଗୀର ଟପ୍ପର ପରେ ଶିକ୍ଷକତା ଛାଡ଼ି ସେ ରାଜନୀତିରେ ଏଥର ପାଦ ଦେଇଥିଲେ। ଏବଂ ନିଜର ପ୍ରତିଦ୍ବନ୍ଦୀ କଂଗ୍ରେସର ମିଲାନି ସାହୁ ଓ ବିଜେପିର ସବିତା ବାରାଲାଙ୍କୁ ହରାଇଛନ୍ତି। ସେ ମୋଟ 23 ହଜାର 611 ଭୋଟ ପାଇ ଥିବା ବେଳେ 14525 ଭୋଟରେ ସେ ବିଜୟୀ ହୋଇଛନ୍ତି।

ସେହିପରି 21 ଟି ୱାର୍ଡ କାଉନସିଲରୁ ବିଜେଡି 16ଟିରେ ବିଜୟ ହୋଇଥିବା ବେଳେ କଂଗ୍ରେସକୁ ଚାରି ଓ ବିଜେପିକୁ ମାତ୍ର ଗୋଟିଏରେ ସଫଳତା ମିଳିଛି। ସେପଟେ ବିଜେଡି ଏଥର ବାଜିମାତ କରିଥିବା ବେଳେ ଆଗକୁ ନବୀନ ସରକାରଙ୍କ ଯୋଜନାକୁ ଏଠି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଅନଙ୍ଗ ଉଦୟ ସିଂହଦେଓ । ସେହିପରି ବଲାଙ୍ଗୀରକୁ ଏକ ସ୍ମାର୍ଟ ସିଟିରେ ଗଢି ତୋଳିବା ସହ ପ୍ରତ୍ୟେକ ଲୋକଙ୍କ ସମସ୍ୟାକୁ ଧ୍ୟାନ ଦେବେ ବୋଲି କହିଛନ୍ତି ବିଜୟୀ ଚେୟାରମ୍ୟାନ ଲୀକା ସାହୁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.