ETV Bharat / state

ବଲାଙ୍ଗୀରରେ ଓଲିକ ସଂଘର ବନ୍ଦ ଡାକରା - western odisha bar council against protest

ଓଡିଶା ବାର କାଉନ୍ସିଲ ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ନେଇ ଓକିଲଙ୍କ ଲାଇସେନ୍ସ ରଦ୍ଦ ଭଳି ପଦକ୍ଷେପକୁ ବିରୋଧ କରି ବୁଧବାର ସମଗ୍ର ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ବଲାଙ୍ଗୀର ଜିଲ୍ଲା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅଧିକ ପଢନ୍ତୁ...

banagir band western odisha
ବଲାଙ୍ଗୀରରେ ଓଲିକ ସଂଘର ବନ୍ଦ ଡାକରା
author img

By

Published : Feb 5, 2020, 8:28 PM IST

ବଲାଙ୍ଗୀର: ବୁଧବାର ସମଗ୍ର ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଓଡିଶା ବାର କାଉନ୍ସିଲ ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ନେଇ ଓକିଲଙ୍କ ଲାଇସେନ୍ସ ରଦ୍ଦ ଭଳି ପଦକ୍ଷେପ ନେବାର ନୋଟିସକୁ ବିରୋଧ କରି ସମଗ୍ର ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ବଲାଙ୍ଗୀର ଜିଲ୍ଲା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ବଲାଙ୍ଗୀରରେ ଓଲିକ ସଂଘର ବନ୍ଦ ଡାକରା

ବଲାଙ୍ଗୀର ଓକିଲ ସଂଘ, ଜିଲ୍ଲା କଂଗ୍ରେସ ଦଳ, କୋଶଳ ସମନ୍ବୟ ସଂଗଠନ, ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ଭଳି ସଂଗଠନ ମାନେ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ସବୁ ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ସମର୍ଥନ କରିଥିବା ବେଳେ ବଲାଙ୍ଗୀରରେ ଗାଡି ଚଳାଚଳ, ଦୋକାନ ବଜାର ଓ ସରକାରୀ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସେପଟେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ପୂର୍ବ ଓଡ଼ିଶାର ଓକିଲମାନେ ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଥିବା ବେଳେ ସାମ୍ବିଧାନିକ ଦାବିକୁ ଚାପି ଦେବାର ଉଦ୍ୟମ କରି ଏହିଭଳି ପଦକ୍ଷେପ ଓଡିଶା ବାର କାଉନ୍ସିଲ ନେଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି ।

ତେବେ ଆଗାମୀ ଦିନରେ ପରିସ୍ଥିତି ଏହିଭଳି ରହିଲେ ଏମାନେ ସମସ୍ତେ ଅଲଗା ରାଜ୍ୟ ଦାବି କରିବୁ ଓ ଓକିଲମାନେ ସମୂହ ଭାବରେ ଲାଇସେନ୍ସ ଫେରାଇବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ଆଜି ସମଗ୍ର ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆ ଯାଇଛି ଯେଉଁଥିରେ ବଲାଂଗୀର ରେ ମଧ୍ୟ ବନ୍ଦ ସଫଳ ହୋଇଥିବା ବେଳେ ଗାଡି ଚଲା ଚଳ, ଦୋକାନ ବଜାର ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

Body:ଆଜି ସମଗ୍ର ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆ ଯାଇଛି ଯେଉଁଥିରେ ବଲାଂଗୀର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ଓଡିଶା ବାର କାଉନ୍ସିଲ ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ବିରୋଧ ରେ ଆକ୍ରୋଶ ମୂଳକ ପଦକ୍ଷେପ ନେଇ ଓକିଲଙ୍କ ଲାଇସେନ୍ସ ରଦ୍ଧ ଭଳି ପଦକ୍ଷେପ ନେବାର ନୋଟିସ କୁ ବିରୋଧ କରି ଏହି ବନ୍ଧ ଡାକରା ଦେଇଛନ୍ତି ସବୁ ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ। ଯେଉଁଥିରେ ବଲାଂଗୀର ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଜି ଏଠି ଗାଡି ଚଲା ଚଳ, ଦୋକାନ ବଜାର ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେପଟେ ବଲାଂଗୀର ଓକିଲ ସଂଘ , ଜିଲ୍ଲା କଂଗ୍ରେସ ଦଳ, କୋଶଳ ସମନ୍ୱୟ ସଂଗଠନ, ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ଭଳି ସଂଗଠନ ମାନେ ମିଳିତ ଭାବରେ ଏହି ବଂଦ ଡାକରା ଦେଇଛନ୍ତି । ଏବଂ ସମସ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଛି। ତେବେ ପୂର୍ବ ଓଡ଼ିଶାର ଓକିଲ ମାନେ ଏଠି ହାଇକୋର୍ଟ ବେଞ୍ଚ ସ୍ଥାପନ କୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏବଂ ସାମ୍ବିଧାନିକ ଦାବି ଏମାନେ କରୁଥିବା ବେଳେ ତାକୁ ଚାପି ଦେବାର ଉଦ୍ୟମ କରି ଏହିଭଳି ପଦକ୍ଷେପ ଓଡିଶା ବାର କାଉନ୍ସିଲ ନେଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏବଂ ଆଗାମୀ ଦିନରେ ପରିସ୍ଥିତି ସମାନ ରହିଲେ ଏମାନେ ସମସ୍ତେ ଅଲଗ ରାଜ୍ୟ ଦାବି କରିବେ ଓ ଓକିଲ ମାନେ ସମୂହ ଭାବରେ ଲାଇସେନ୍ସ ଫେରାଇବେ ବୋଲି କହିଛନ୍ତି ।
ବାଇଟ ପ୍ରମୋଦ ମିଶ୍ର ଅଧ୍ୟକ୍ଷ କୋଶଳ ସମନ୍ୱୟ ସମିତି
ବାଇଟ ଗୋପଲଜି ପାଣିଗ୍ରାହୀ ସଭାପତି ଏକ୍ସନ କମିଟି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.