ETV Bharat / state

ବସରୁ ବିପୁଳ ପରିମାଣରେ କଫସିରଫ ଜବତ, 3 ଗିରଫ - ଘରୋଇ ବସରେ ବେଆଇନ କଫ ସିରଫ ଚୋରାଚାଲଣ

ଘରୋଇ ବସରେ ଚାଲିଥିଲା ବେଆଇନ କଫସିରଫ ଚୋରାଚାଲାଣ । ବିପୁଳ ପରିମାଣର କଫସିରଫ ଜବତ କଲା ବଲାଙ୍ଗୀର ପୋଲିସ୍ । ୨ହଜାର ୨୪୦ ବୋତଲ କଫସିରଫ ଜବତ କରିବା ସହ ତିନିଜଣ ଗିରଫ । ଅଧିକ ପଢ଼ନ୍ତୁ

୨ହଜାରରୁ ଉର୍ଦ୍ଧ୍ବ କଫସିରଫ୍ ଜବତ ସହ ତିନି ଗିରଫ

author img

By

Published : Mar 25, 2023, 5:30 PM IST

ଘରୋଇ ବସରେ ବେଆଇନ କଫ ସିରଫ ଚୋରାଚାଲଣ, ତିନି ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୋଲିସ କବଜାରରେ କଫସିରଫ ବ୍ୟବସାୟୀ । ବିଭିନ୍ନ ସ୍ଥାନରେ ଚଢାଉ କରି କଫସିରଫ ଜବତ କରୁଛି ବଲାଙ୍ଗୀର ପୋଲିସ । ରାଜ୍ୟରେ ବେଆଇନ କଫସିରଫକୁ ନେଇ କାରବାର ବଢିବାରେ ଲାଗିଛି । ତେବେ ବେଆଇନ କଫସିରଫ କାରବାର ଉପରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛି ପୋଲିସ୍ ।

ବଲାଙ୍ଗୀର ପୋଲିସ ଗତକାଲି(ଶୁକ୍ରବାର) ପୁଣି ଏକ ଘରୋଇ ବସରୁ ବେଆଇନ ଭାବରେ କଫସିରଫ ଚାଲାଣ ଉଦ୍ୟମ ପଣ୍ଡ କରିଛି । ବିପୁଳ ପରିମାଣର କଫସିରଫ ଜବତ କରିଛି ପୋଲିସ୍ । ତେବେ କଟକରୁ ବଲାଙ୍ଗୀର ଆସୁଥିବା ଗୋପୀନାଥ ଘରୋଇ ବସରେ ଏହି ବେଆଇନ କଫସିରଫ୍ ଆସୁଥିବାର ପୋଲିସ୍ ସୂଚନା ପାଇଥିଲା । ଏହାପରେ ବଲାଙ୍ଗୀର ଟିଟିଲାଗଡ ୨୬ ନମ୍ବର ଜାତୀୟ ରାଜପଥରେ ବସ ଉପରେ ଚଡାଉ କରିଥିଲା ପୋଲିସ । ୨ହଜାର ୨୪୦ ବୋତଲ କଫସିରଫ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ବଲାଙ୍ଗୀର ଏସଡିପିଓ ତୁଫାନ ବାଗଙ୍କ କହିଛନ୍ତି , ‘ବଲାଙ୍ଗୀରରେ ବେଆଇନ କଫ ସିରଫ୍ ନିଶା କାରବାର ଉପରେ ପୋଲିସ୍ ଶୂନ୍ୟ ସହନଶୀଳତା ଅବଲମ୍ବନ କରି ଆସୁଛି । ଏହି କ୍ରମରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଚଢାଉ କରିଥିଲେ । ଯେଉଁଥିରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ଏସଆଇ ଏନକେ ଭୋଇ, ଏଏସଆଇ ଏମ୍ ପ୍ରଧାନ, କନଷ୍ଟେବଳ ପିରାଣା ଓ କେ ଭୁଏ ଏହି ଚଢାଉ କରିଥିଲେ । ବଲାଙ୍ଗୀରରେ ଗଣପତି ବସରୁ 2ହଜାରରୁ ଉର୍ଦ୍ଧ୍ବ କଫସିରଫ୍ ଜବତ ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ବ୍ୟକ୍ତିମାନେ ହେଲେ କଳାହାଣ୍ଡି ଜିଲ୍ଲା ଦୁମାଲ ଗ୍ରାମର ଲାଲ ଧର ପୁଟେଲ, କଟକ ତୋରାଣି ସାହିର ବିଶ୍ୱଜିତ୍ ମୂଲିଆ ଓ ଯାଜପୁର ବଡ଼ଚଣାର ମହେଶ୍ୱର ମହାନ୍ତି । ସେହିପରି ଏମାନଙ୍କ ଠାରୁ 5 ହଜାର ନଗଦ ଟଙ୍କା ସହ ଚାରୋଟି ମୋବାଇଲ ମଧ୍ୟ ପୋଲିସ୍ ଜବତ କରିଥିବାର ଏସଡିପିଓ କହିଛନ୍ତି ।’’

ସେହିପରି ଏମାନେ କେଉଁଠୁ ଏହା ଆଣିଥିଲେ ଏବଂ ଏଠି କାହାକୁ ଯୋଗାଣ କରିଥାନ୍ତେ ତାହାର ତଦନ୍ତ ଚାଲିଥିବାର ସେ କହିଛନ୍ତି । ତେବେ କିଛି ମାସ ପୂର୍ବରୁ ପୋଲିସ୍ ଏହି କଫସିରଫ କାରବାର ଉପରେ ଏକ ବଡ଼ ଧରଣର ଚଢାଉ କରି ରାଜ୍ୟ ଓ ରାଜ୍ୟ ବାହାରୁ 35 ଜଣଙ୍କୁ ଗିରଫ କରିଥିଲା । ଏବଂ 15 ହଜାରରୁ ଊର୍ଦ୍ଧ୍ୱ କଫସିରଫ ଜବତ କରିଥିଲା । ସେହିପରି କୋଲକାତାର ଏକ ଔଷଧ କମ୍ପାନୀର ଦୁଇ କୋଟିର ବ୍ୟାଙ୍କ ଏକାଉଣ୍ଟ୍ ମଧ୍ୟ ଫ୍ରିଜ କରିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.