ETV Bharat / state

ବିଜୟଓ୍ୱାଡାରେ ଆଖିବୁଜିଲେ ଦାଦନ ଶ୍ରମିକ, କ୍ଷତିପୂରଣ ପାଇଁ ରାସ୍ତାରୋକ - Balangir news

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ଆଖିବୁଜିଲେ ଦାଦନ । କ୍ଷତିପୂରଣ ପ୍ରତିବାଦରେ ରାସ୍ତାରୋକ । ଅଧିକ ପଢନ୍ତୁ

ବିଜୟଓ୍ବାଡାରେ ଆଖିବୁଜିଲେ ଦାଦନ ଶ୍ରମିକ,କ୍ଷତିପୂରଣ ପାଇଁ ରାସ୍ତାରୋକ

author img

By

Published : Jul 27, 2022, 10:34 PM IST

ବଲାଙ୍ଗୀର: ପୁଣି ଦାଦନ ଦୁଃଖ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇ ଫେରୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ବିଜୟଓ୍ବାଡାରେ ଆଖିବୁଜିଲେ ଦାଦନ ଶ୍ରମିକ,କ୍ଷତିପୂରଣ ପାଇଁ ରାସ୍ତାରୋକ

ସୂଚନା ଅନୁସାରେ, ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର୍ ଗାଁର ମୁରଲୀ କୁମ୍ଭାର ନିଜ ଓ ନିଜ ପରିବାର ପେଟ ପାଟଣା ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ଥିବା ବିଜୟଓ୍ବାଡାରେ ଏକ ସୂତାକଳରେ କାମ କରୁଥିଲେ। ତେବେ ଦୁର୍ଘଟଣା ବଶତଃ ସେ ସୂତା କଳ ମଧ୍ୟରେ ପଡି ଯାଇ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ସେପଟେ ଆଜି ତାଙ୍କର ମୃତ ଦେହ ତାଙ୍କ ଗାଁ ରେ ଆସି ପହଞ୍ଚିଥିଲା । ତେବେ ତାଙ୍କ ପରିବାର ନିହାତି ଗରିବ ଥିବାରୁ ସେମାନେ କ୍ଷତି ପୁରଣ ଦାବି କରି ପାଟଣାଗଡ଼ ପଦ୍ମପୁର ମୁଖ୍ୟ ରାସ୍ତାକୁ ଶବ ରଖି ଅବରୋଧ କରିଥିଲେ । ତେବେ ପାଟଣାଗଡ଼ ଉପଜିଲ୍ଲାପାଳ ପହଞ୍ଚି ଆଲୋଚନା କରିବା ସହ ଦଶ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ । ପରେ ମୃତକଙ୍କ ପରିବାର ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.