ETV Bharat / state

ଲାଞ୍ଚ ନେବାବେଳେ ଧରାପଡିଲେ ଲୋଇସିଂହା ଥାନା ଅଧିକାରୀ - ଭିଜିଲାନ୍ସ ଜାଲରେ ପୋଲିସ ଆଇଆଇସି

୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗୀର ଲୋଇସିଂହା ଥାନା ଅଧିକାରୀ । ଅଧିକ ପଢନ୍ତୁ

ଲାଞ୍ଚ ନେବାବେଳେ ଧରାପଡିଲେ ଲୋଇସିଂହା ଥାନା ଅଧିକାରୀ

author img

By

Published : Aug 25, 2022, 7:26 AM IST

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀରର ପୋଲିସ୍ ବାବୁ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଲାଙ୍ଗୀର ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ(Balangir Loisingha IIC caught by Vigilance) । ମଦ ବୋଝେଇ ଗାଡି ଛାଡି ଦେବାକୁ ଆଇଆଇସି ବୁଧବାର ଜଣେ ମଦ ବ୍ୟବସାୟୀ ଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଲାଞ୍ଚୁଆ ପୋଲିସ୍ ବାବୁଙ୍କୁ ଧରିଛି । ଏହାସହିତ ତାଙ୍କର ସରକାରୀ ବାସଭବନ ଓ ଥାନାରେ ଚଢାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ସୂଚନାଯୋଗ୍ୟ, ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁଭଟା ଗ୍ରାମର ଭାବଗ୍ରାହୀ ସାହୁଙ୍କର ବଲାଙ୍ଗୀର ଆଗଲପୁର ଠାରେ ଏକ ବିଦେଶୀ ମଦ ଦୋକାନ ଅଛି । ତାଙ୍କର ଏକ ମଦ ବୋଝେଇ ଗାଡ଼ିକୁ ଲୋଇସିଂହା ଠାରେ ପୋଲିସ୍ ଧରିଥିଲା । ଏହି ଘଟଣା ରଫାଦଫା କରିବାକୁ ଲୋଇସିଂହା IIC ସଂଗ୍ରାମ ପଟ୍ଟନାୟକ(Sangram Patnaik) ମଦ ବ୍ୟବସାୟୀ ଭାବଗ୍ରାହୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମଦ ବ୍ୟବସାୟୀ ଜଣକ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ ।

ଏହାପରେ ବ୍ୟବସାୟୀ ଥାନାରେ ପହଞ୍ଚି ଆଇଆଇସିଙ୍କୁ ୨୦ ହଜାର ଲାଞ୍ଚ ଦେଇଥିଲେ । ଏତିକି ବେଳେ ଭିଜିଲାନ୍ସ ଟିମ୍ ଥାନାରେ ପହଞ୍ଚି ତାଙ୍କୁ ଧରିଛି । ଏହାସହିତ ବଲାଙ୍ଗୀର, ବରଗଡ ତଥା ସମ୍ବଲପୁର ଭିଜିଲାନ୍ସ ବିଭାଗର ଟିମ୍ ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରିଛନ୍ତି । ଥାନା ଅଧିକାରୀଙ୍କ ସରକାରୀ ବାସଭବନ ଓ ଥାନାରେ ଭିଜିଲାନ୍ସ ଚଢାଉ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ସୁନା ଅଳଙ୍କାର ଜବତ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

କିଛି ଦିନ ମଧ୍ୟରେ ସରକାରୀ କର୍ମଚାରୀଙ୍କ ଲାଞ୍ଚ ଅନେକ ଲାଞ୍ଚ ମାମଲା ପ୍ରକାଶ ପାଇଛି । ଦୁଇ ଦିନ ତଳେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ବ୍ୟାକ ପେପର ଫର୍ମ ପୂରଣ ପାଇଁ ଆବଶ୍ୟକ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ଜଣେ ଛାତ୍ରଙ୍କ ଠାରୁ ୮,୫୦୦ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.