ବଲାଙ୍ଗୀର: ବଲାଙ୍ଗୀର ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଡ୍ରାଇଭର ଓ ପିଏସଓଙ୍କୁ ଆକ୍ରମଣ ଘଟଣାରେ 2 ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ । ଘଟଣାର ତଦନ୍ତ କରି ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବଲାଙ୍ଗୀର ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମର ଶ୍ରୀକାନ୍ତ ତାଣ୍ଡି ଓ ବିକି ଛତ୍ରିଆ । ଉଭୟ ମଦ୍ୟପ ଅବସ୍ଥାରେ ଏହି କାଣ୍ଡ ଭିଆଇଥିବା ଜଣାପଡିଛି । ପୋଲିସ ଉଭୟଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ଆଉ କେହି ସଂପୃକ୍ତ ନଥିବା ଜଣାପଡିଛି । ଘଟଣାକୁ ନେଇ ବିଜେପି ଆନ୍ଦୋଳନ ମଧ୍ୟ ଯୋରଦାର କରିଥିବା ବେଳେ ଏବେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି(ମଙ୍ଗଳବାର) ବିଧାୟକ ଡ. ମୁକେଶ ମହାଲିଙ୍ଗ ନିକଟସ୍ଥ ବାଦୀବାହଲ ଗ୍ରାମରେ ଏକ ଉଦଘାଟନୀ ଉତ୍ସବରେ ଯୋଗଦେଇ ଫେରୁଥିଲେ । ଦିନ ୧୨ଟା ବେଳେ ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥର ବୁର୍ଡl ଛକଠାରେ ଦୁଇ ଜଣ ଦୁର୍ବୃତ୍ତ ଏକ ଲାଲ ରଙ୍ଗର ବାଇକରେ ଆସି ବିଧାୟକଙ୍କ ଗାଡି ସମ୍ମୁଖରେ ଗାଡି ଛିଡା କରିଥିଲେ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ