ETV Bharat / state

India vs Canada: ୨ ଦେଶ ସମ୍ପର୍କରେ ତିକ୍ତତା, ପୁଅର ସୁରକ୍ଷା ଚିନ୍ତାରେ ବଲାଙ୍ଗୀର ପରିବାର - ପୁଅର ସୁରକ୍ଷା ଚିନ୍ତାରେ ବଲାଙ୍ଗୀର ପରିବାର

ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଦେଖାଦେବା ପରେ ସେଠାରେ ରହୁଥିବା ପୁଅକୁ ନେଇ ଚିନ୍ତାରେ ବଲାଙ୍ଗୀରର ଏକ ପରିବାର । ଅଧିକ ପଢନ୍ତୁ

India vs Canada
India vs Canada
author img

By ETV Bharat Odisha Team

Published : Sep 21, 2023, 4:18 PM IST

Updated : Sep 21, 2023, 4:32 PM IST

ପୁଅର ସୁରକ୍ଷା ଚିନ୍ତାରେ ବଲାଙ୍ଗୀର ପରିବାର

ବଲାଙ୍ଗୀର: କାନାଡାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରିଛି କାନାଡା । ଏହାପରେ ୨ ଦେଶ ମଧ୍ୟରେ ଦେଖିବାକୁ ମିଳିଛି ତିକ୍ତତା । ଏହାରି ମଧ୍ୟରେ ଏଠି ଥିବା ଭାରତୀୟଙ୍କ ଚିନ୍ତା ବଢ଼ିଛି । ବିଶେଷ କରି ସେଠି ରହୁଥିବା ଛାତ୍ରଛାତ୍ରୀ କିମ୍ବା ଚାକିରି କରୁଥିବା ଲୋକଙ୍କ ପାଇଁ ଚିନ୍ତାରେ ପଡିଛନ୍ତି ତାଙ୍କର ପରିବାର ବର୍ଗ । ସମାନ ଭାବରେ ବଲାଙ୍ଗୀରର ମଧ୍ୟ କିଛି ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି ।

ଏହା ବି ପଢନ୍ତୁ- ଖଲିସ୍ତାନୀ ଆତଙ୍କୀ ହତ୍ୟା ମାମଲା: କାନାଡା ଅଭିଯୋଗରେ ଆମେରିକାର ଉଦବେଗ, ବାଣିଜ୍ୟ ଆଲୋଚନା ଜାରି ରହିବ କହିଲା ବ୍ରିଟେନ

ବଲାଙ୍ଗୀରର ଉପେନ୍ଦ୍ର ସିଂହଦେଓଙ୍କ ପୁଅ ସୋମେଶ ରାଜ ସିଂହଦେଓ ଗତ ୧ ବର୍ଷ ହେବ କାନାଡ଼ାରେ ରହୁଛନ୍ତି । ତେବେ ସେ ସେଠି ଏଚସିଏଲ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି । ଏବେ ଭାରତ ଓ କାନାଡା ମଧ୍ୟରେ ଦେଖା ଦେଇଥିବା ବିବାଦ ପରେ ତାଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ତାଙ୍କ ବାପା ଉପେନ୍ଦ୍ର ସିଂହଦେଓ କହିଛନ୍ତି, " ପୁଅ ସେଠି ପିଆର ଓ ନାଗରିକତା ଆବେଦନ କରିଥିଲେ । ହେଲେ ଏପରି ପରିସ୍ଥିତିରେ ସେଠି କଣ ହେବ ସେ ନେଇ ଆମେ ସମସ୍ତେ ଚିନ୍ତାରେ ଅଛୁ । ପୂର୍ବରୁ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ଏବେ ତାହା ବିଗିଡିଛି ।"

ଏହା ବି ପଢନ୍ତୁ- କାନାଡ଼ା ଯାଉଥିବା ଭାରତୀୟ ସତର୍କ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

ଏଭଳି ସ୍ଥିତିରେ ସୋମେଶଙ୍କ ପିତା ଆଶା ପ୍ରକଟ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ପୁଣି ସୁସମ୍ପର୍କ ସ୍ଥାପନ ହେଉ ଓ ସବୁ ଠିକ ରହୁ । ନଚେତ୍ ସେମାନେ ତାଙ୍କ ପୁଅକୁ ଫେରାଇ ଆଣିବେ ବୋଲି ସେ କହିଛନ୍ତି । ଅନ୍ୟ ଦେଶମାନେ ଏହାକୁ ନେଇ ଚିନ୍ତାରେ ଥିବା ବେଳେ ସମ୍ପର୍କ ଠିକ କରିବା ପାଇଁ ଚେଷ୍ଟା ମଧ୍ୟ ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ କାନାଡାରେ ରହୁଥିବା ସନ୍ତାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା ନେଇ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି ।

ଏହା ବି ପଢନ୍ତୁ- India Expels Canadian Diplomat: ଭାରତର କଡା ଜବାବ, କାନାଡା ହାଇ କମିଶନରଙ୍କୁ ସମନ ପରେ ସସ୍‌ପେଣ୍ଡ୍‌

ସୂଚନା ଥାଉ କି କାନାଡ଼ା ପ୍ରତି ଯେସାକୁ ତେସା ନୀତି ଆପଣାଇଛି ଭାରତ । ପ୍ରଥମେ ଭାରତୀୟ କୂଟନୀତିଜ୍ଞକୁ କାନାଡ଼ା ବହିଷ୍କାର କରିବା ପରେ ଭାରତ ମଧ୍ୟ କାନାଡ଼ା କୂଟନୀତିଜ୍ଞକୁ ବହିଷ୍କାର କରିଛି । ଏବେ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କାନାଡ଼ା ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରିଥିବା ବେଳେ ଭାରତ ମଧ୍ୟ କାନାଡ଼ା ଯାଉଥିବା ଭାରତୀୟଙ୍କ ପାଇଁ ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରିଛି । କାନାଡ଼ାକୁ ଯାଉଥିବା ଭାରତୀୟମାନେ ଯାତାୟତ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍‌ କରି ଆଡଭାଇଜରୀ ଜାରି କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 21, 2023, 4:32 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.