ETV Bharat / state

ତେଲେଙ୍ଗାନାରୁ ଉଦ୍ଧାର ହେଲେ 71 ଦାଦନ ଶ୍ରମିକ

ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖ ସରିବାକୁ ନା ନେଉନଥିବା ବେଳେ ଆଜି ପୁଣି ବାହାର ରାଜ୍ୟରୁ 71 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନେ ସମସ୍ତେ ତେଲେଙ୍ଗାନାରେ ବିନା ଟଙ୍କାରେ ଖଟୁଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

ତେଲେଙ୍ଗାନାରୁ ଉଦ୍ଧାର ହେଲେ 71 ଦାଦନ ଶ୍ରମିକ
ତେଲେଙ୍ଗାନାରୁ ଉଦ୍ଧାର ହେଲେ 71 ଦାଦନ ଶ୍ରମିକ
author img

By

Published : Jan 20, 2021, 5:08 PM IST

ବଲାଙ୍ଗୀର: ଜିଲ୍ଲାରେ ଦାଦନ ଦୁଃଖ ସରିବାକୁ ନା ନେଉନଥିବା ବେଳେ ଆଜି ପୁଣି ବାହାର ରାଜ୍ୟରୁ 71 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀରରେ ବେଧଡକ ଚାଲିଛି ବେଆଇନ ଦାଦନ ଚାଲାଣ । ଆଜି ଉଦ୍ଧାର ହୋଇଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନାକୁ ଯାଇଥିଲେ ଦାଦନ ଖଟିବାକୁ । ତେବେ ଦୀର୍ଘ ଚାରି ମାସ ହେବ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଏହି ଦାଦନ ଶ୍ରମିକମାନେ ତେଲେଙ୍ଗାନା ଜଗଡିଆଲ ଜିଲ୍ଲାରେ ଏକ ଇଟା ଭାଟିରେ କାମ କରୁଥିଲେ ।

ତେଲେଙ୍ଗାନାରୁ ଉଦ୍ଧାର ହେଲେ 71 ଦାଦନ ଶ୍ରମିକ

ସେଠାରେ ତାଙ୍କୁ ବିନା ପାଉଣାରେ ଖଟା ଯାଉଥିବା ବେଳେ ନିର୍ଯ୍ୟାତନାର ଅଭିଯୋଗ ଆସିଥିଲା । ଯେଉଁଥିରେ ଶିଶୁମାନେ ମଧ୍ୟ ଥିବାର ଜଣାପଡିଥିଲା । ସେପଟେ ଏହି ଅଭିଯୋଗ ଆସିବା ପରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଚାଇଲ୍ଡ ଲାଇନ୍ ଓ ପୋଲିସ୍ ମିଳିତ ଭାବରେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଯେଉଁଥିରେ 24 ଜଣ ଶିଶୁ ଥିବା ବେଳେ 20 ଜଣ ମହିଳା ଓ 27 ଜଣ ପୁରୁଷ ଅଛନ୍ତି ।

ତେବେ ବଲାଙ୍ଗୀରର ଜଣେ ଦାଦନ ସର୍ଦ୍ଦାର ଇଟା ମାଲିକ ଠାରୁ ଅଗ୍ରୀମ 30 ଲକ୍ଷ ଟଙ୍କା ନେଇ ଏମାନଙ୍କୁ ତେଲେଙ୍ଗାନା ରାଜ୍ୟ ଜଗଡ଼ିଆଲ ଜିଲ୍ଲାର ଇଟାଭାଟି ମାଲିକ ମହମ୍ମଦ ସାକିରଙ୍କ ପାଖରେ ଛାଡିଥିଲା । ସେପଟେ ବର୍ତ୍ତମାନ ଦାଦନ ସର୍ଦ୍ଦାର ଫେରାର ଥିବା ବେଳେ ପୋଲିସ୍ ଇଟାଭାଟି ମାଲିକଙ୍କୁ ପଚରାଉଚରା ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.