ETV Bharat / state

ଚାରିଜଣ ଆନ୍ତଃଜିଲ୍ଲା ଡକାୟତ ଗିରଫ

ବଲାଙ୍ଗୀର ପୋଲିସ ଦ୍ୱାରା ଚାରି ଆନ୍ତଃଜିଲ୍ଲା ଡକାୟତ ଗିରଫ । ବଲାଙ୍ଗୀରର ଦୁଇ ଡକାୟତି ଘଟଣାରେ ଥିଲେ ସମ୍ପୃକ୍ତ । ଅଧିକ ପଢନ୍ତୁ...

4-robbers-arrested by Balangir police
ଚାରିଜଣ ଆନ୍ତଜିଲ୍ଲା ଡକାୟତ ଗିରଫ
author img

By

Published : Oct 24, 2020, 8:37 PM IST

ବଲାଙ୍ଗୀର: ବଲାଙ୍ଗୀର ପୋଲିସ ଦ୍ୱାରା ଚାରିଜଣ ଆନ୍ତଃଜିଲ୍ଲା ଡକାୟତ ଗିରଫ ହୋଇଛନ୍ତି । ଜିଲ୍ଲାର ଦୁଇ ଡକାୟତି ଘଟଣାରେ ସମ୍ପୃକ୍ତ ଥିବାର ପୋଲିସ ଜଣାଇଛି ।

ତେବେ ଗତ ଜାନୁଆରୀ ମାସରେ ବଲାଙ୍ଗୀର ରେଳଷ୍ଟେସନ ରୋଡ଼ରେ ଥିବା ଏୟାର ଟେଲ କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଥିବାବେଳେ ବନ୍ଧୁକ ଦେଖାଇ ଚାରିଜଣ ଯୁବକ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଗହଣା ଓ ମୋବାଇଲ ଲୁଟି ନେଇଥିଲେ । ସମାନ ଭାବରେ ପୁଣି ସେପ୍ଟେମ୍ବର ମାସରେ ସହର ମଧ୍ୟରେ ଥିବା ମେହେର ବେଟେରୀ ଦୋକାନରୁ ମଧ୍ୟ ବନ୍ଧୁକ ମୁନରେ ଲୁଟ ହୋଇଥିଲା ।

ଚାରିଜଣ ଆନ୍ତଜିଲ୍ଲା ଡକାୟତ ଗିରଫ

ତେବେ ଏହାକୁ ନେଇ ବଲାଙ୍ଗୀର ଏସପିଙ୍କ ତତ୍ତ୍ବା ବଧାନରେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯାଇ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସମ୍ପୃକ୍ତ ଏହି ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଯେଉଁଥିରେ ଆନ୍ତଃଜିଲ୍ଲା ଡକାୟତ ସମ୍ବଲପୁର କ୍ଷେତରାଜ ପୁରର ବିଭୁତି ସୁନା ଓରଫ ରାଧେ, ବୌଦ୍ଧ ବାଉଁଶୁଣୀ ଗ୍ରାମର ଅମିତ ଝାଙ୍କର ଓରଫ ମଙ୍ଗଲୁ ଓ ବଲାଙ୍ଗୀରର ମାଲିମ ମହଲିଙ୍ଗ ତଥା ମହାଦେବ ସାହୁକୁ ପୋଲିସ ଗିରଫ କରିଛି ।

ତେବେ ସମ୍ବଲପୁରର ବିଭୂତି ଜଣେ ପେଷାଦାର ଡକାୟତ ହୋଇଥିବାବେଳେ ଚିପିଲିମାବେଙ୍କ ଡକାୟତିରେ ସେ ସମ୍ପୃକ୍ତ ଥିଲା । ସେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ଅନେକ ହତ୍ୟା ଉଦ୍ୟମ, ଡକାୟତି ଲୁଟ ଭଳି ଏକାଧିକ ମାମଲାରେ ସମ୍ପୃକ୍ତ ଥିବାର ପୋଲିସ କହିଛି ।

ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ଦାମୀ ବାଇକ, ସାତଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛି । ଏଥିସହିତ ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.