ETV Bharat / state

ବଲାଙ୍ଗୀରରୁ 15 ଦାଦନ ଶ୍ରମିକ ଉଦ୍ଧାର - ବଲାଙ୍ଗୀରରୁ ଦାଦନ ଶ୍ରମିକ ଉଦ୍ଧାର

ବେଆଇନ ଦାଦନ ଶ୍ରମିକ ଉଦ୍ଧାର । 15 ଜଣ ଦାଦନ ଶ୍ରମିକଙ୍କୁ ବଲାଙ୍ଗୀରରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରୁ 15 ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗୀରରୁ 15 ଦାଦନ ଶ୍ରମିକ ଉଦ୍ଧାର
author img

By

Published : Dec 20, 2020, 6:54 PM IST

ବଲାଙ୍ଗୀର: ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଆଇନ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ପୋଲିସ ଏମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ସମସ୍ତ ଶ୍ରମିକ ନୂଆପଡାର ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଥିବା ଜଣାପଡିଛି ।

ବଲାଙ୍ଗୀରରୁ 15 ଦାଦନ ଶ୍ରମିକ ଉଦ୍ଧାର

ରାଜ୍ୟ ବାହାରକୁ 15 ଜଣ ଦାଦନ ଶ୍ରମିକ ଚାଲାଣ ହେଉଥିଲେ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଚଢାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ସମସ୍ତ ଶ୍ରମିକଙ୍କୁ ଏକ ଅଟୋଯୋଗେ ରେଳ ଷ୍ଟେସନକୁ ନିଆଯାଉଥିବା ସମୟରେ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ଆଠ ଜଣ ପୁରୁଷ, ପାଞ୍ଚ ଜଣ ମହିଳା ଓ ଦୁଇ ଶିଶୁ ଥିବା ଜଣାପଡିଛି । ସେହିପରି ସମସ୍ତ ଶ୍ରମିକ ନୂଆପଡ଼ା ଜିଲ୍ଲା ଖାସ ବାହାଲ ଗ୍ରାମର ବୋଲି ଜଣାପଡିଛି । ପୋଲିସ ସେମାନଙ୍କୁ ନିଜ ଗାଁରେ ଛାଡିଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖି ଥିବାବେଳେ ଚାଲାଣ କରୁଥିବା ଦଲାଲ୍ ଫେରାର୍ ରହିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.