ETV Bharat / state

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି; ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

author img

By

Published : Jul 18, 2023, 12:25 PM IST

Updated : Jul 18, 2023, 2:06 PM IST

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ । ଅଧିକ ପଢନ୍ତୁ

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି
କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି
କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି

ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ଏଥିପାଇଁ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ହେଉଛି । ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଆଜି ସକାଳୁ ଏଠାରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଓ କାର୍ଯ୍ୟାଳୟ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କଣ୍ଟାବାଞ୍ଜିରେ ଆଜି ପ୍ରବଳ ବର୍ଷା ହେଉଥିଲେ ହେଁ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି । ସମିତିର କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଭାପତି ଶେଷଦେବ ପଟେଲ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ, ସ୍ଥାନୀୟ ନଗରପାଳ ବରିୟାମ ସିଂ ସାଲୁଜା, ବିଦେଶୀ ବେହେରା, ପ୍ରଦୀପ ବାଗ, ଦୁଃଖୀଶ୍ୟାମ ଗୁରୁ, ଅମରଚନ୍ଦ ଶର୍ମା, ବେଦବ୍ୟାସ ନାଗ, ନରେନ୍ଦ୍ର ସୁନା ଓ ବିସର୍ବ ବେହେରା ପ୍ରମୁଖ ସହ ଶତାଧିକ ଲୋକେ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ବନ୍ଦ ଯୋଗୁଁ କଞ୍ଜାବାଞ୍ଜିରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଟାଟା ପାୱାରର ମନମାନି: ବର୍ଷାରେ ଭିଜି ଭିଜି ପ୍ରତିବାଦ କଲେ କେଭି ସିଂହଦେଓ ଓ ସମର୍ଥକ

ଜିଲ୍ଲା ସଂଘର୍ଷ ସମିତି କାର୍ଯ୍ୟକାରୀ ସଭାପତି କହିଛନ୍ତି ଯେ, କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବାକୁ ଦୀର୍ଘ ଦିନରୁ ଲୋକେ ଦାବି କରିଆସୁଛନ୍ତି ବୋଲି କହିଛନ୍ତି । କଞ୍ଜାବାଜି, ଜିଲ୍ଲା ମୁଖ୍ୟାଳୟ ଠାରୁ ଦୂରରେ ରହିଥିବା ବେଳେ ଆଜି ଯାଏଁ ଏହାର ବିକାଶ ହୋଇପାରିନି । ଏହା ଏକ ରାଜସ୍ବ ଜିଲ୍ଲା ହେବାର ସବୁ ସର୍ତ୍ତ ପୂରଣ କରିଛି । ଏହି ଦାବିରେ ପୂର୍ବରୁ ମଧ୍ୟ ଜିଲ୍ଲା ସଂଘର୍ଷ ସମିତି ୧୨୦ ଦିନ ଆନ୍ଦୋଳନ କରିଥିଲା । ଅନେକ ଥର କଣ୍ଟାବାଞ୍ଜି ବନ୍ଦ କରିଥିଲେ ଏବଂ ଏବେ ଏହି ଆନ୍ଦୋଳନକୁ ଆହୁରି ତ୍ବରାନ୍ବିତ କରିବାକୁ କହିଛନ୍ତି । ଆଜି କଣ୍ଟାବାଞ୍ଜି, ବେଲପଡ଼ା, ଲାଠର, ବଙ୍ଗୋମୁଣ୍ଡା ଇତ୍ୟାଦି ସ୍ଥାନରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ବୋଲି ସମିତି ସଦସ୍ୟ ଜଣାଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 18, 2023, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.