ETV Bharat / state

ତେଜିଲା ଜିଲ୍ଲା ମାନ୍ୟତା ଦାବି; ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ - ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Kantabanji Bandh Today: ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସାଧାରଣ ଜୀବନଯାତ୍ରା ପ୍ରଭାବିତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 5, 2023, 11:26 AM IST

Updated : Dec 5, 2023, 2:24 PM IST

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ପୁଣି ତେଜିଲା ଆନ୍ଦୋଳନ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଯାହାଫଳରେ ଆଜି (ମଙ୍ଗଳବାର) ସକାଳ ୬ଟାରୁ କଣ୍ଟାବାଞ୍ଜିରେ ବନ୍ଦ ପାଳନ ହେଉଛି । ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌ କଲେଜ, ଗାଡିମୋଟର ଚଳାଚଳ ସବୁ ବନ୍ଦ ରହିଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟମାନେ ସକାଳୁ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଧାରଣା ଦେଇ ରାସ୍ତା ଅବରୋଧ କରିଛନ୍ତି ।

ଏହି ବନ୍ଦର ପ୍ରଭାବ କଣ୍ଟାବାଞ୍ଜି ସମେତ ବଙ୍ଗୋମୁଣ୍ଡାରେ ଅଧିକ ଦେଖିବାକୁ ମିଳିଛି । ଆଜି ସକାଳୁ ଜିଲ୍ଲା ସଂଘର୍ଷ ସମିତିର ଶତାଧିକ ସଦସ୍ୟ ପିକେଟିଂ କରି ସହର ସବୁ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଛନ୍ତି । ତେବେ ବିଗତ ୩ ମାସରେ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୩ ଥର ବନ୍ଦ ଆନ୍ଦୋଳନ ହୋଇସାରିଛି । ଏହାପୂର୍ବରୁ ମଧ୍ୟ ଅନେକ ଥର ଆନ୍ଦୋଳନ କରାଯାଇଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ କଣ୍ଟାବାଞ୍ଜିକୁ ମଧ୍ୟ ଏହି ମାନ୍ୟତା ପାଇଁ ପୁଣି ଦାବି ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆର୍‌ଡିସି

ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରୁ ୮୦ କିମି ଦୂରରେ ଅବସ୍ଥିତ କଣ୍ଟାବାଞ୍ଜି । ସେହିପରି ଅନ୍ୟ କିଛି ବ୍ଲକର ଦୂରତା ମଧ୍ୟ ଜିଲ୍ଲା ମୁଖ୍ୟାଳୟଠାରୁ ୧୦୦ କିମିରୁ ଊର୍ଦ୍ଧ୍ବ ରହିଛି । ଯାହାଫଳରେ ସେହିସବୁ ଅଞ୍ଚଳକୁ ସରକାରୀ ଯୋଜନା ସଠିକ ଭାବରେ ପହଞ୍ଚି ପାରୁନାହିଁ ଏବଂ ବିକାଶ ସମ୍ଭବପର ହେଉନି । ଯେଉଁଥିପାଇଁ ଲକ୍ଷାଧିକ ଲୋକ ପେଟପାଟଣା ଆଶାରେ ଭିଟାମାଟି ଛାଡ଼ି ଦାଦନ ଖଟି ଯିବାକୁ ବାଧ୍ୟ ହୋଉଛନ୍ତି ବୋଲି ଅଭିଯୋଗ ହୋଇଆସୁଛି । କଣ୍ଟାବାଞ୍ଜି ସବୁ ପ୍ରକାରର ଏବଂ ଅଧିକ କର ଯୋଗାଇ ଆସୁଛି । କିନ୍ତୁ ସେହି ତୁଳନାରେ ଏହାର ବିକାଶ ହେଉନାହିଁ । ତେଣୁ ଜିଲ୍ଲା ଗଠନ ହେଲେ ଏହାର ବିକାଶ ହେବ ବୋଲି ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟମାନେ ଦାବି କରି ଆନ୍ଦୋଳନ କରୁଛନ୍ତି । ଆଜିର ଏହି ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ ସହ ସବୁ ଛୋଟ ବଡ଼ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । ଜିଲ୍ଲା ମାନ୍ୟତା ନମିଳିଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବା ନେଇ ଏମାନେ ଚେତାବନୀ ଦେଇଛନ୍ତି ।

ଗତକାଲି ଓଡ଼ିଶା ସରକାର ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନେଇଥିବାର ଜଣାପଡ଼ିବା ପରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଆନ୍ଦୋଳନକୁ ତୀବ୍ର କରିଛି । ସମିତିର କହିବା ମୁତାବକ, ପଦ୍ମପୁର ଠାରୁ ବହୁ ବର୍ଷ ପୂର୍ବରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇଆସୁଛି । ହେଲେ ଏ ଯାଏଁ ସରକାର ଏ ବିଷୟରେ କୌଣସି ଆଲୋଚନା ନକରିବା କିମ୍ବା ପଦକ୍ଷେପ ଗ୍ରହଣ ନକରିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ସମିତି ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ତେବେ ଏ ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 5, 2023, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.