ETV Bharat / state

ଅନୁଗୋଳରେ ପାଳିଲା ବିଶ୍ବ ଫଟୋଗ୍ରାଫି ଦିବସ

ଆଜି ପୁରା ଦେଶରେ ପାଳନ ହୋଇଯାଇଛି ବିଶ୍ବ ଫଟୋଗ୍ରାଫି ଦିବସ । ଏଥିରୁ ବାଦ ପଡିନାହିଁ ଅନୁଗୋଳ । ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏହି ଦିବସର ଆୟୋଜନ କରାଯାଇଛି ।

author img

By

Published : Aug 19, 2019, 10:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଆଜି ବିଶ୍ବ ଫଟୋଗ୍ରାଫି ଡେ । ଯାହାକୁ ଧୁମଧାମ ରୂପେ ଅନୁଗୋଳ ଫଟୋଗ୍ରାଫି ଆସୋସିଏସନ ପାଳନ କରିଛି । ଫଟୋଗ୍ରାଫି ଏକ ମାଧ୍ୟମ, ଯାହାଦ୍ବାରା ସୂଚନାକୁ ସବୁ ସ୍ତରରେ ସହଜ ରୂପେ ପହଞ୍ଚାଯାଇପାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କୌଣସି ଗୋଟିଏ ମୁହୂର୍ତର ଫଟୋ ପ୍ରତେକଙ୍କ ଜୀବନକୁ ମଧ୍ୟ ଆନ୍ଦୋଳିତ କରିପାରେ ଏହା କହିଛନ୍ତି ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ । ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ ଅବସରରେ ବାସୁଦେବ ଫଟୋଗ୍ରାଫର ମାନଙ୍କୁ ଏପରି ଅନେକ କଥା କହିଥିଲେ ।

ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏହି ଦିବସର ଆୟୋଜନ କରାଯାଇଥିବା ବେଳେ ଏଥିରେ ବହୁ ବିଶିଷ୍ଟ ଫଟୋଗ୍ରାଫର ମାନେ ଯୋଗ ଦେଇଥିଲେ । ପୂର୍ବତନ ବନ ବିଭାଗ ବରିଷ୍ଠ ଅଧିକାରୀ ତଥା ୱାଲ୍ଡଲାଇଫ ଫଟୋଗ୍ରାଫର କମଳ ଲୋଚନ ପୁରୋହିତ ନିର୍ଦ୍ଦେଶକ ତଥା କ୍ୟାମେରା ମ୍ୟାନ ଅମୃତେନ୍ଦୁଙ୍କ ସହ ଫଟୋ ଓ ଭିଡିଓ ଗ୍ରାଫିରେ ନିଜର ଅନୁଭୂତି ବଖାଣିଥିଲେ । ତାଙ୍କ ଅନୁଯାୟୀ ଫଟୋ ହିଁ ଅତୀତକୁ ବଞ୍ଚାଇ ରଖେ ଆଉ ବାସ୍ତବତାକୁ ଲୋକଲୋଚନକୁ ଆଣେ ।

ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ଅଞ୍ଚଳର ଫଟୋଗ୍ରାଫର ମାନେ ଭାଗନେଇ ଥିଲେ । ଆଉ ରକ୍ତ ଦାନ କରିବାକୁ ସାମ୍ନାକୁ ଆସିଥିଲେ ଯୁବପିଢି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳରେ ବିଶ୍ଵ ଫୋଟୋ ଗ୍ରାଫି ଦିବସ ପାଳନ । ଫଟୋ ଗ୍ରାଫି ଏକ ମାଧ୍ୟମ , ଯାହାଦ୍ଵାର ସୂଚନା କୁ ସବୁ ସ୍ତରରେ ସହଜରେ ପହଞ୍ଚାଇ ହେବBody:ଫଟୋ ଗ୍ରାଫି ଏକ ମାଧ୍ୟମ , ଯାହାଦ୍ଵାର ସୂଚନା କୁ ସବୁ ସ୍ତରରେ ସହଜରେ ପହଞ୍ଚାଇ ହେବ । କୌଣସି ଗୋଟିଏ ମୁହୂର୍ତ ର ଫଟୋ ପ୍ରତେକଙ୍କ ଜୀବନ କୁ ମଧ୍ୟ ଆନ୍ଦୋଳିତ କରିପାରେ ଏହା କହିଛନ୍ତି ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତତ୍ପଥୀ । ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଶ୍ଵ ଫୋଟୋ ଗ୍ରାଫି ଦିବସ ପାଳନ ଅବସରରେ ଶ୍ରୀ ଶତପଥୀ ଫଟୋଗ୍ରାଫର ମାନଙ୍କୁ ଏହା କହିଛନ୍ତି । ଅନୁଗୋଳ ଫୋଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏହି ଦିବସର ଆୟୋଜନ କରାଯାଇଥିବା ବେଳେ ଏଥିରେ ବୋହୁ ବିଶିଷ୍ଠ ଫଟୋଗ୍ରାଫର ମାନେ ଯୋଗ ଦେଇଥିଲେ । ପୂର୍ବତନ ବନ ବିଭାଗ ବରିଷ୍ଠ ଅଧିକାରୀ ତଥା ୱାଇଲଲାଇଫ ଫୋଟୋଗ୍ରାଫର କମଳ ଲୋଚନ ପୁରୋହିତ ନିର୍ଦ୍ଦେଶକ ତଥା କ୍ୟାମେରା ମ୍ୟାନ ଅମୃତେନ୍ଦୁ ବରାଳ ଫଟୋ ଓ ଭିଡିଓ ଗ୍ରାଫିରେ ନିଜର ଅନୁଭୂତି ବଖାଣିଥିଲେ । ସେମାନଙ୍କ କହିବା କଥା ଫଟୋ ହିଁ ଅତୀତକୁ ବଞ୍ଚାଇ ରଖେ ଆଉ ବାସ୍ତବତାକୁ ଲୋକ ଲୋଚନକୁ ଆଣେ ।
Byte – 1 କମଳ ଲୋଚଣ ପୁରୋହିତ , ୱାଇଲ୍ଡ ଲାଇଫ ଫଟୋଗ୍ରାଫର
Byte – 2 ଦିଲ୍ଲୀପଧୀର ସାମନ୍ତ , ସଭାପତି ଅନୁଗୋଳ ଫଟୋଗ୍ରାଫର ଅଶୋସୋଏସନ
Conclusion: ଏହି ଅବସରରେ ଏକ ରକ୍ତଦନ ଶିବିରର ମଧ୍ୟ ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ଅଞ୍ଚଳର ଫୋଟୋଗ୍ରାଫର ମାନେ ଭାଗନେଇ ଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.