ETV Bharat / state

ଆମ୍ବ ହେଉଛି କାଳ: ହାତୀ ହାବୁଡରେ ପଡି ପୁଣି ଜଣେ ମହିଳା ମୃତ, ୧୦ ଦିନରେ ୫ ମଲେଣି - ଅନୁଗୋଳରେ ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୋଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବ ପାଇଁ ତୋଟାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ହାତୀ । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ
ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ
author img

By

Published : May 12, 2023, 9:42 AM IST

Updated : May 12, 2023, 2:16 PM IST

ହାତୀ ହାବୁଡରେ ପଡି ପୁଣି ଜଣେ ମହିଳା ମୃତ

ଅନୁଗୋଳ: ଆମ୍ବ ହେଉଛି କାଳ । ଆମ୍ବ ପାଇଁ ଯାଉଛି ମଣିଷ ଜୀବନ । ଆମ୍ବ ଖାଇବାକୁ ଆସି ହାତୀ ମଧ୍ୟ ଫସି ଯାଉଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲାରେ ସବୁଦିନିଆ ହୋଇଗଲାଣି । ଲଗାତାର ଅନୁଗୋଳ ବନଖଣ୍ଡର ବନ୍ତଳା ବନାଞ୍ଚଳରେ ଆମ୍ବ ପାଇଁ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଆଜି (ଶୁକ୍ରବାର) ମଧ୍ୟ ଆମ୍ବ ଗୋଟାଇବାକୁ ଗାଁ ପାଖ ତୋଟାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ବୈଦେହୀ ପ୍ରଧାନ । ବନ୍ତଳା ବନାଞ୍ଚଳର ଜାମୁଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ଜାମୁଣ୍ଡା କୁଳିଆପଶି ସାହିରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ଆଖି ବୁଝିଛନ୍ତି । ବଡ଼ି ଭୋର ସମୟରେ ବୈଦେହୀ ପ୍ରଧାନ ନିକଟସ୍ଥ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ହଠାତ୍ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଫଳରେ ହାତୀଟି ତାଙ୍କୁ ଦଳି ଦେଇଥିଲା । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବନ୍ତଳା ବନାଞ୍ଚଳରେ ଏବେ ହାତୀଙ୍କ ଉପଦ୍ରବ ଖୁବ୍ ବଢି ଯାଇଛି । ବିଗତ ୧୦ ଦିନରେ ହାତୀ ଆକ୍ରମଣରେ ୫ଜଣଙ୍କ ଜୀବନ ଗଲାଣି ।

ଏହାମଧ୍ୟ ପଢନ୍ତୁ: ଆମ୍ବ ଖାଇବାକୁ ଆସି ଗଛ ମଝିରେ ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବର୍ତ୍ତମାନ ଆମ୍ବ ସମୟ ହୋଇଥିବାରୁ ସ୍ଥାନୀୟ ଲୋକେ ଆମ୍ବ ଗୋଟାଇବାକୁ ଯାଉଛନ୍ତି । ହାତୀ ମଧ୍ୟ ଆମ୍ବ ଖାଇବାକୁ ଆସୁଛନ୍ତି । ଫଳରେ ଲୋକେ ହାତୀ ହାବୁଡରେ ପଡି ପ୍ରାଣ ହରାଉଛନ୍ତି । ବନ ବିଭାଗ ଲୋକଙ୍କୁ ସଚେତନ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଗକୁ ଏଭଳି ସମସ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ,ଗତ ରବିବାର ଦିନ ବନ୍ତଳା ଥାନା ତାଳଗଡ ଗାଁର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ତାଙ୍କୁ କଚାଡି ମାରିଥିଲା । ଏହାପୂର୍ବରୁ ଗତ ୨୯ ତାରିଖରେ ଆଉ ଜଣେ ସ୍ଥାନୀୟ ଅଞ୍ଚଳର ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲ । ସେ ମଧ୍ୟ ବଡି ଭୋରରୁ ଆମ୍ବ ତୋଳିବାକୁ ବଗିଚାକୁ ଯାଇଥିବା ସମୟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡିବା ପରେ ଦଳି ଦେଇଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : May 12, 2023, 2:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.