ଅନୁଗୋଳ: ସ୍ବାମୀକୁ ସ୍ତ୍ରୀର ନିର୍ଘାତ ମାଡ଼ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ବିଚ ବଜାରରେ ଘୋଷାଡି ଘୋଷାଡି ମାରୁଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଘଟଣାଟି ହେଉଛି ଅନୁଗୋଳ ଜିଲ୍ଲା ତାଳଚେର ଶର୍ମା ଛକର । ସହର ମଝିରେ ସ୍ୱାମୀକୁ ଘୋଷାଡି ପିଟିଲା ସ୍ତ୍ରୀ । ସ୍ୱାମୀ ଜଣକ ସ୍ତ୍ରୀ ଠାରୁ ମାଡ ଖାଉଥିବାବେଳେ ଏହାକୁ କେହିବି ଅଟକାଇ ନଥିଲେ । ଭାଇରାଲ ହୋଇଥିବା ଏହି ଭିଡିଓ ଅନୁସାରେ ସ୍ୱାମୀ ଜଣକ ନିଜ ଦୋକାନରେ ଥିବାବେଳେ ସ୍ତ୍ରୀ ଆସି ସ୍ବାମୀକୁ ଘୋଷାଡି ଆଣି ମାଡ ମାରିଲେ ।
ସୂଚନା ଅନୁସାରେ ପୂର୍ବରୁ ସ୍ୱାମୀ ବିରୁଦ୍ଧରେ କୋର୍ଟରେ କେସ କରିଥିଲେ ସ୍ତ୍ରୀ । ସ୍ୱାମୀ-ସ୍ତ୍ରୀ ଝଗଡାକୁ ନେଇ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଉଭୟ ଏକାଠି ରହୁନଥିଲେ । ହେଲେ ବର୍ତ୍ତମାନ ମହିଳା ଜଣକ ତାଙ୍କ ସ୍ୱାମୀ ପାଖରେ ରହିବାକୁ ଜିଦ ଧରିବସିଲେ । ଯାହାକୁ ମନା କରିଥିଲେ ସ୍ବାମୀ । ଏହାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଏମାନେ ପୂର୍ବରୁ ପ୍ରେମ ବିବାହ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ