ଅନୁଗୋଳ: ଜିଲ୍ଲାକୁ ଆସି ଫସି ଯାଇଛନ୍ତି ଆନ୍ଧ୍ରପ୍ରଦେଶର କିଛି ଫେରି ବାଲା । ତାଲାବନ୍ଦ ଯୋଗୁଁ ଏବେ ଏମାନେ ଅନୁଗୋଳରେ ଫସି ରହିଛନ୍ତି । ନା ନିଜ ରାଜ୍ୟକୁ ଫେରି ପାରୁଛନ୍ତି ନା ଗାଁ କୁ ମନହରି ନିଜ ବିକ୍ରି କରିପାରୁଛନ୍ତି । ଯାହା ରୋଜଗାର କରୁଥିଲେ ଏହି କିଛିଦିନ ଭିତରେ ତାହା ଶେଷ ହୋଇ ଗଲାଣି ଏବେ କଣ କରିବେ କେମିତି ନିଜ ରାଜ୍ୟକୁ ଫେରିବେ ତାକୁ ନେଇ ଚିନ୍ତାରେ ।
ବର୍ଷରେ ପାର୍ବଣର ଋତୁ ଆସିଲେ ଏମାନେ ବେପାର ପାଇଁ ଆସନ୍ତି । ଆଉ ପାର୍ବଣ ସରିଗଲେ ପୁଣି ନିଜ ରାଜ୍ୟକୁ ଫେରି ଯାଆନ୍ତି । ହେଲେ ହୋଇଥିବା ତାଲାବନ୍ଦ ସବୁ ବିଗାଡି ଦେଇଛି । ଯାହା ରୋଜଗାର କରି ସଞ୍ଚିଥିଲେ ତାକୁ ଖାଇ ସାରିଦେଲେଣି । ସେପଟେ ଆଉ ଗାଁକୁ ଯାଇ ବେବାର କରି ପାରୁ ନାହାନ୍ତି । କାରଣ କୋରନା ଭୟରେ ଏମାନଙ୍କୁ ଲୋକେ ଗାଁ ରେ ଭର୍ତ୍ତି କରି ଦେଉ ନାହାନ୍ତି । ଏବେ ଏହି ଭଳି ଅଠାକାଠିରେ ପଡି ପିଲା ଛୁଆ ଧରି ନାନା ହଇରାଣ ହରକତ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଏହି ଫେରିବାଲା ।
ଅନୁଗୋଳ ହେମସରପଡାର ଏକ ପରିତ୍ୟକ୍ତ ପଡ଼ିଆରେ ଏମାନେ ତମ୍ବୁ ପକାଇ ରହୁଛନ୍ତି । ରୋଜଗାର ନଥିବାରୁ ଓଳିଏ ଖାଇଲେ ଓଳିଏ ଖାଇବାକୁ ନାହିଁ । ଏମାନେ ବାହାର ରାଜ୍ୟର ହୋଇଥିବାରୁ ଏମାନଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ । ଏବେ ସେମାନେ କଣ କେମିତି ନିଜ ରାଜ୍ୟକୁ ଫେରିବେ ତାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ହେଲେ ଶୁଣିବାକୁ କେହି ନାହିଁ । ତାଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାରୁ ଫେରାଇ ନିଅନ୍ତୁ ବୋଲ ସେମାନେ ଅନୁରୋଧ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ