ETV Bharat / state

ତାଳଚେର କୋଇଲା ଖଣିରେ ଅଚଳାବସ୍ଥା, ଏମସିଏଲ୍‌ ସହିଲାଣି ୨୩୪.୭୨ କୋଟି ଟଙ୍କାର କ୍ଷତି - ଏମସିଏଲ୍‌

ତାଳଚେର କୋଇଲା ଖଣିରେ ଅଚଳାବସ୍ଥା, ଏମସିଏଲ୍‌ ସହିଲାଣି ୨୩୪.୭୨ କୋଟି ଟଙ୍କାର କ୍ଷତି । 15 ଦିନ ହେବ ବନ୍ଦ ପଡିଛି 8 ଟି କୋଇଲା ଖଣି । ସ୍ଥିତିରେ ସୁଧାର ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 7, 2019, 7:35 AM IST

ଅନୁଗୋଳ: ତାଳଚେର କୋଇଲା ଖଣିରେ ଅଚଳାବସ୍ଥା । ବନ୍ଦ ହୋଇପଡିଛି ଏମସିଏଲ ଅଧିନରେ ଥିବା 8ଟି କୋଇଲା ଖଣି । ଖଣିରେ ଅଖଚକ ସବୁ ବନ୍ଦ । ଖଣ୍ଡଟିଏ ବି କୋଇଲା ଖୋଳା ହେଉନାହିଁ କି କେଉଁଠାକୁ ପଠାଯାଉନାହିଁ । ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ଲାଗି ରହିଛି ଏପରି ସ୍ଥିତି । କ୍ଷତିପୂରଣ ଓ ଶ୍ରମିକ ସୁରକ୍ଷା ଦାବିରେ ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକଙ୍କ ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ 15 ଦିନ ହେବ ସବୁ ଅଚଳ ହୋଇପଡିଛି । ଫଳରେ 234.72 କୋଟି ଟଙ୍କାର କ୍ଷତି ସହିଲାଣି ଏମସିଏଲ । ଦେଶରେ 3772.31 ମିଲିୟନ ୟୁନିଟ ବିଜୁଳି ଉତ୍ପାଦନ ହୋଇପାରିନାହିଁ । ଏପଟେ ସ୍ଥିତିରେ ସୁଧାର ଲାଗି ଦାବି ହେଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସେପଟେ ୧୫ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ୧୫୨.୦୬ କୋଟି ଟଙ୍କାର ରାଜସ୍ବ ହରାଇଲେଣି । ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ପ୍ରାୟ ୩୦ ହଜାର ଶ୍ରମିକ ଏବେ ଜୀବିକା ହରାଇଛନ୍ତି । ପରୋକ୍ଷରେ ଖଣି ଉପରେ ନିର୍ଭର କରୁଥିବା ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଲେଣି । କୋଇଲା ଅଭାବରୁ ତାପଜ ବିଦ୍ୟୁତ କେନ୍ଦ୍ର NTPCର ଚାରୋଟି ୟୁନିଟ ବନ୍ଦ ହୋଇଛି । ଅନ୍ୟତମ ବୃହତ ଶିଳ୍ପ ନାଲକୋ ଓ TTPSରେ ମଧ୍ୟ ସମାନ ସ୍ଥିତି । ସେହିଭଳି ଅନ୍ୟ ଘରୋଇ ତାପଜ ବିଦ୍ୟୁତ କେନ୍ଦ୍ରକୁ ମଧ୍ୟ ପହଞ୍ଚି ପାରୁନାହିଁ କୋଇଲା । କେବଳ ରାଜ୍ୟ ନୁହେଁ ଦେଶର ଆନ୍ଧ୍ରପ୍ରଦେଶର ଜେନକୋ, ପିଡିସିଏଲ, ତାମିଲନାଡ଼ୁର ଜେଡକୋ, ଏନଟିଇଏଲ ଓ କର୍ଣ୍ଣାଟକର କେପିସିଏଲ ତାପଜ ବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ଆଶାତୀତ ଭାବେ କମିଯାଇଛି । ସ୍ଥିତିରେ ସୁଧାର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଏଭଳି ସ୍ଥିତି ଲାଗି ରହିଲେ କୋଇଲା ଭିତ୍ତିକ ଶିଳ୍ପ ସଂସ୍ଥା ପ୍ରଭାବିତ ହେବା ସହ ବିଜୁଳି ଉତ୍ପାଦନ ଠପ୍‌ ହୋଇଯିବ । ଯାହାର ପରିଣାମ ସମସ୍ତେ ଭୋଗିବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:MCL ସହିଲାଣି ୨୩୪.୭୨ କୋଟି ଟଙ୍କାର କ୍ଷତି । କୋଇଲା ନ ମିଳିବାରୁ ସାରା ଦେଶରେ ୩୭୭୨.୩୧ ମିଲିୟନ ୟୁନିଟ ବିଜୁଳି ଉତ୍ପାଦନ ହୋଇ ପାରିନାହିଁ । ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ବନ୍ଦ ହେବାକୁ ବସିଲାଣି ସେମାନେ ବି କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି । ଏ ସବୁ ହେଉଛି କୋଇଲା ଖଣିରେ ଆନ୍ଦୋଳନ ଯୋଗୁଁ । ଗତ ୧୪ ଦିନ ହେବ ଅନୁଗୋଳ ର ତାଳଚେର ରେ ଥିବା MCL ଖଣିକୁ ବନ୍ଦ କରିବା ଯୋଗୁଁ ।Body:ଅଖ ବନ୍ଦ ଚକ ବି ବନ୍ଦ । ୧୪ ଦିନ ହେବ ଲାଗି ରହିଛି ଅଚଳାବସ୍ଥା । ହୋଇଛି ଖଣି ବନ୍ଦ । ନା ଖଣ୍ଡଟିଏ ବି କୋଇଲା ଖୋଲା ଯାଇ ପାରୁଛି ନା କେଉଁଠାକୁ ପଠା ଯାଇ ପାରୁଛି । ସାରା କୋଇଲା ଖଣି ରେ ଚାଲିଛି ଖଣି ବନ୍ଦ ଆନ୍ଦୋଳନ । ଜୁଲାଇ ୨୨ ତାରିଖ ଭରତପୁ କୋଇଲା ଖଣି ମାଟି ଅତଡ଼ା ଖସି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ପରଠାରୁ ଲାଗିରହିଛି ଏଭଳି ଅଚଳାବସ୍ଥା । କ୍ଷତିପୁରଣ ଓ ଶ୍ରମିକ ସୁରକ୍ଷା ଦାବିରେ ପ୍ରଥମେ ବିଜେପି ଓ ପରେ ମୃତ ଶ୍ରମିକ ମାନଙ୍କ ପରିବାର ଓ ଗାଁ ଲୋକେ ଚଳାଇଛନ୍ତି ଖଣି ବନ୍ଦ ଆନ୍ଦୋଳନ । ଯାହାର କି ସମାଧାନ ର ବାଟ ବାହାରୁନି । ଏଥିପାଇଁ ଏବେ କ୍ଷତି ସହୁଛି MCL । MCL ସୂଚନା ମୁତାବକ କମ୍ପାନୀ ୨୩୪.୭୨ କୋଟି ଟଙ୍କା କ୍ଷତି ସହିଥିବା ବେଳେ ଦେଶରେ ୩୭୭୨.୩୧ ମିଲିୟନ ୟୁନିଟ ବିଜୁଳି ଉତ୍ପାଦନ ହୋଇ ପାରିନାହିଁ । ସେପଟେ ୧୫ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ୧୫୨.୦୬ କୋଟି ଟଙ୍କାର ରାଜସ୍ୱ ହରାଇଲେଣି । ଏଭଳି ସ୍ଥିତି ରେ ତୁରନ୍ତ ସୁଧାର ଆଣିବାକୁ ଏବେ ଦାବି କରୁଛନ୍ତି ସମସ୍ତେ ।
Byte – 1 ରଞନ ବେହେରା, ଶ୍ରମିକ ନେତା
Byte – 2 ସରଜୁ କୁମାର ମାଝୀ, ଶ୍ରମିକ ନେତା
Byte – 3 ସୈାଭାଗ୍ୟ ଚନ୍ଦ୍ର ପ୍ରଧାନ, ତାଳଚେର ବାସୀ

୧୫ ଦିନର ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ପ୍ରାୟ ୩୦ ହଜାର ଶ୍ରମିକ ଏବେ ଜୀବିକା ହରାଇଛନ୍ତି । ପରୋକ୍ଷରେ ଖଣି ଉପରେ ନିର୍ଭର କରୁଥିବା ପ୍ରାୟ ୫୦ ହଜାର ରୁ ଅଧିକ ଲୋକ ପ୍ରଭାବିତ ହେଲେଣି । ଜିଲ୍ଲାରେ ଥିବା ଦେଶର ବୃହତ୍ତମ ତାପଜ ବିଦ୍ୟୁତ କେନ୍ଦ୍ର NTPC କୋଇଲା ଅଭାବରୁ ଚାରୋଟି ୟୁନିଟ ବନ୍ଦ କରି ବସିଛି । ଏହାଛଡା MCL ତାଳଚେର ଖଣି ଉପରେ ନିର୍ଭର କରୁଥିବା ଅନ୍ୟତତମ ବୃହତ ଶିଳ୍ପ ନାଲକୋ ଓ TTPS ରେ ମଧ୍ୟ ସମାନ ସ୍ଥିତି । ସେହିଭଳି ଅନ୍ୟ ଘରୋଇ ତାପଜ ବିଦ୍ୟୁତ କେନ୍ଦ୍ର କୁ ମଧ୍ୟ ପହଞ୍ଚି ପାରୁ ନାହିଁ କୋଇଲା । କେବଳ ରାଜ୍ୟ ନୁହେଁ ଦେଶର ଆନ୍ଦ୍ରପ୍ରଦେଶର ଜେନକୋ, ପିଡ଼ିସିଏଲ, ତାମିଲନାଡ଼ୁର ଜେଡ଼କୋ, ଏନଟିଇଏଲ ଓ କର୍ଣ୍ଣାଟକର କେପିସିଏଲ ତାପଜ ବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ଆଶାତୀତ ଭାବେ କମିଯାଇଛି । ସେପଟେ ଖଣି କୁ ଚଳାଇବା ପାଇଁ ଉଚ ସ୍ତରୀୟ କମିଟି ଜିଲ୍ଲାପ୍ରଶାଶନ ଆଲୋଚନା କରିଥିଲେ ବି ତା ସଫଳ ହୋଇନି ।
Byte – 4 ପରେଶ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ, ତାଳଚେର
Byte – 5 ହେମନ୍ତ କୁମାର ପଣ୍ଡା, ଏସଡ଼ିପିଓ ତାଳଚେର
PTCConclusion:ଏଭଳି ସ୍ଥିତି ଲାଗି ରହିଲେ କୋଇଲା ଭିତ୍ତିକ ଶିଳ୍ପ ସଂସ୍ଥା ପ୍ରଭାବିତ ହେବା ସହ ବିଜୁଳି ଉତ୍ପାଦନ ଠପ ହୋଇ ଜୀବ । ଯାହାର ପରିଣାମ ସମସ୍ତେ ଭୋଗିବେ ।
ଅନୁଗୋଳ ଜିଲ୍ଲା ତାଳଚେର ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.